fbpx

ଟିକାକରଣ ପରେ ବି ରହିଛି ଓମିକ୍ରନର ବିପଦ: ନୂଆ ଷ୍ଟଡୀରୁ ଖୁଲାସା

ନୂଆଦିଲ୍ଲୀ : କରୋନାର ଡେଲଟା ଭାରିଆଣ୍ଟର ଶିକାର ହୋଇଥିବା ଓ ଟିକା ନେଇଥିବା ବ୍ୟକ୍ତିଠାରେ ବି ରହିଛି ଓମିକ୍ରନ ବିପଦ । କାରଣ ସଂକ୍ରମଣ ଓ ଟିକାକରଣ ପରେ ବି ଓମିକ୍ରନ ଶରୀରର ପ୍ରତିରୋଧ ଶକ୍ତି ଉପରେ ଭାରି ପଡ଼ିପାରେ । ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ ବା ଆଇସିଏମଆର ର ଏକ ନୂତନ ଅଧ୍ୟୟନରେ ଏହି ସୂଚନା ସାମ୍ନାକୁ ଆସିଛି ।

ତେବେ ମହାମାରୀର ତିନୋଟି ଲହରରେ ସଂକ୍ରମଣର ଶିକାର ହୋଇଥିବା ଜଣେ ସ୍ୱାସ୍ଥ୍ୟ କର୍ମୀଙ୍କ ଉପରେ ଏହି ଅଧ୍ୟୟନ କରାଯାଇଥିଲା । ଆଇସିଏମଆର ବୈଜ୍ଞାନିକମାନେ ଗୁରୁତ୍ୱାରୋପ କରିଛନ୍ତି ଯେ, ଟିକାକରଣର ବୁଷ୍ଟର ମାତ୍ରା ଓମିକ୍ରନ୍ ସ୍ୱରୂପ ବିରୋଧରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ । କିନ୍ତୁ ସମୟ ସହିତ ଏହା ହ୍ରାସ ପାଇଥାଏ । ଏପରି ପରିସ୍ଥିତିରେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ନିୟମ ଅନୁସରଣ କରିବା ଏବଂ ବାରମ୍ବାର ହାତ ଧୋଇବା ହେତୁ ଏଥରୁ ବର୍ତ୍ତିବା ସମ୍ଭବପର ହୋଇଥାଏ ।

ଅଧ୍ୟୟନ ଅନୁସାରେ, ଏହି ସ୍ୱାସ୍ଥ୍ୟକର୍ମୀ ୩୧ ଜାନୁଆରୀ ୨୦୨୧ ରେ ଟିକାର ପ୍ରଥମ ଡୋଜ୍ ଏବଂ ୩ ମାର୍ଚ୍ଚରେ ଦ୍ୱିତୀୟ ଡୋଜ ନେଇଥିଲେ । ପ୍ରାୟ ଏକ ବର୍ଷ ପରେ ନଭେମ୍ବର ୨୦୨୧ ରେ ସ୍ୱାସ୍ଥ୍ୟ କର୍ମୀ ପୁଣି ଥରେ କରୋନାରେ ସଂକ୍ରମିତ ହୋଇଥିଲେ । ଏହି ସମୟ ମଧ୍ୟରେ ୨-୩ ଦିନ ପର୍ଯ୍ୟନ୍ତ ଶରୀରରେ ଯନ୍ତ୍ରଣା ହେଉଥିବା ସେ ଅଭିଯୋଗ କରିଥିଲେ । ଏହା ବ୍ୟତୀତ ଅନ୍ୟ କୌଣସି ଲକ୍ଷଣ ଦେଖାଯାଇନଥିଲା । କିଛି ଦିନ ପରେ ସେ ପୁଣି ସୁସ୍ଥ ହୋଇଗଲେ । ଖାସ୍ କଥା ହେଉଛି କି, ସେ କରୋନାର ଶିକାର ହୋଇ ପୂର୍ଣ୍ଣ ଟିକାକରଣ କରିବା ପରେ ବି କରୋନାରେ ପୁଣିଥରେ ସଂକ୍ରମିତ ହୋଇଥିଲେ । ତାଙ୍କୁ ସାତ ଦିନ ଧରି ହୋମ୍ ଆଇସୋଲେସନରେ ରଖି ଚିକିତ୍ସା କରାଯାଇଥିଲା ।

Get real time updates directly on you device, subscribe now.