fbpx

ରାଜଧାନୀରେ ବେସରକାରୀ ହସ୍ପିଟାଲରେ କୋଭିଡ ଟିକାକରଣ ସ୍ଥଗିତ

ଭୁବନେଶ୍ୱର, ୦୩/୦୫: ତୃତୀୟ ପର୍ଯ୍ୟାୟ ଟିକାକରଣରେ ୧୮ରୁ ୪୪ବୟସ ଏବଂ ତାଠାରୁ ଉଦ୍ଧ୍ୱର୍ ବ୍ୟକ୍ତିଙ୍କୁ ଟିକାକରଣ ପ୍ରକ୍ରିୟା ଆରମ୍ଭ ହୋଇଛି ।
ଭ୍ୟାକ୍ସିନ ଅଭାବ ଥିଲେ ୧୫୦୦ ଟିକାକରଣ ମଧ୍ୟରୁ କେବଳ ୨୫୬ ଟି କେନ୍ଦ୍ରରେ ଟିକାକରଣ ଜାରି ରହିଛି । ଭୁବନେଶ୍ୱରରେ ୧୮ରୁ ୪୪ ବୟସ ବର୍ଗଙ୍କୁ ସରକାରୀ ହସ୍ପିଟାଲରେ ମାଗଣାରେ ଟିକା ଦିଆଯାଉଛି । ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ଟିକାକରଣ ପାଇଁ ୮ଦିନ ୧ଟାରୁ ୮ ଟା ଏବଂ ଏହା ପରେ ୪୫ ବୟସ୍କଙ୍କୁ ଦିନ ୩ଟାରୁ ୬ ପର୍ଯ୍ୟନ୍ତ ପର୍ଯ୍ୟାୟ କ୍ରମେ ଟିକା ଦିଆଯାଉଛି ।
ଯେଉଁମାନେ ସେମାନଙ୍କର ନାମ କୋ ୱିନ, ଆରୋଗ୍ୟ ସେତୁ ଏବଂ ଉମଙ୍ଗ ଆପରେ ପଞ୍ଜିକୃତ କରିଛନ୍ତି କେବଳ ସେମାନେ ହିଁ ଟିକା ନେଇପାରିବେ ।
ପରିବାର କଲ୍ୟାଣ ନିର୍ଦ୍ଧେଶକ ବିଜୟ ପାଣିଗ୍ରାହୀ କହିଛନ୍ତି ଭୁବନେଶ୍ୱରରେ ୧୮ରୁ ୪୪ ବର୍ଷର ପ୍ରାୟ ୫ ଲକ୍ଷ ଲୋକଙ୍କୁ ଟିକା ଦେବା ପାଇଁ ଲକ୍ଷ୍ୟ ରହିଛି । ଏହି ବର୍ଗଙ୍କୁ ଟିକାର ଦୁଇଟି ଡୋଜ ଜୁନ ଶେଷ ସପ୍ତାହ କିମ୍ବା ଜୁଲାଇ ପ୍ରଥମ ସପ୍ତାହ ମଧ୍ୟରେ ସରିବ ।
ଶ୍ରୀଯୁକ୍ତ ପ୍ରାଣିଗ୍ରାହୀ କହିଛନ୍ତି ଭାରତ ବାୟୋଟେକ ଠାରୁ ୧.୫ ଲକ୍ଷ କୋଭାକ୍ସିନ ପାଇବା ପରେ ରାଜଧାନୀରେ ଟିକାକରଣ ଆରମ୍ଭ ହୋଇଛି । ସେ ଆହୁରି କହଛନ୍ତି ବେସରକାରୀ ହସ୍ପିଟାଲରେ କୋଭାକ୍ସିନ ଅଭାବରୁ ଟିକାକରଣ ବନ୍ଦ ରହିଛି । କୋଭାକ୍ସିନର ଅତିରିକ୍ତ କୋଟା ପାଇବା ପରେ ହିଁ ଏହି ହସ୍ପିଟାଲରେ ପୁଣି ଟିକାକରଣ ଆରମ୍ଭ କରାଯିବ ।
“ବର୍ତ୍ତମାନ ରାଜ୍ୟରେ କୋଭିସିଲଡର ୪୬,୨୨୦ ଡୋଜ ଏବଂ୩ ଲକ୍ଷ କୋଭାକ୍ସିନ ରହିଛି । ସରକାର ୨୫ ଲକ୍ଷ ଭ୍ୟାକ୍ସିନର ଅର୍ଡର ଦେଇଛନ୍ତି ଯାହା ଆଗାମୀ ଦିନେ ଦୁଇ ମଧ୍ୟରେ ଆସିପାରେ । ଭ୍ୟାକ୍ସିନ ପହଞ୍ଚିବା ପରେ ସ୍ଥଗିତ ଥିବା କେନ୍ଦ୍ର ମାନଙ୍କରେ ଟିକାକରଣ ପୁନଃ ଆରମ୍ଭ କରାଯିବ ।”

Get real time updates directly on you device, subscribe now.