fbpx

ସ୍ଥଗିତ ହେଲା OCS ପରୀକ୍ଷା

କଟକ ୦୩ ।୦୫ (ଓଡ଼ିଶା ଭାସ୍କର) : ସ୍ଥଗିତ ହେଲା ଓସିଏସ୍-୨୦୨୦ ପରୀକ୍ଷା । ମେ’ ୨୨ ତାରିଖରେ ହେବାକୁ ଥିବା ପରୀକ୍ଷାକୁ ରାଜ୍ୟ ସରକାର ପକ୍ଷରୁ ସ୍ଥଗିତ କରାଯାଇଛି । ରାଜ୍ୟ ଲକଡାଉନ୍ ଘୋଷଣା ଯୋଗୁ ପରୀକ୍ଷା ବାତିଲ୍ ନିଷ୍ପତ୍ତି ନିଆଯାଇଛି । ମେ’ ୫ ତାରିଖରୁ ୧୯ ତାରିଖ ଯାଏ ସାରା ରାଜ୍ୟରେ ଲକଡାଉନ୍ ଘୋଷଣା ହୋଇଛି ।  ପରବର୍ତ୍ତି ନିଷ୍ପତ୍ତି ଆସିବା ଯାଏ ପରୀକ୍ଷାକୁ ସ୍ଥଗିତ କରାଯାଇଛି । ପରୀକ୍ଷା ବାତିଲ୍ ବିଷୟରେ ଅଧିକ ସୂଚନା ଜାଣିବା ପାଇଁ ୱେବସାଇଟିରେ ଯାଇ ଦେଖି ପାରିବେ ।

Get real time updates directly on you device, subscribe now.