fbpx

କରୋନା ପାଇଁ ପ୍ରତିଷେଧକ ବାହାର କରିଥିବା ଦାବି କଲା ଆମେରିକା

ୱାଶିଂଟନ୍, ୧୭ା୩: ସାରା ବିଶ୍ୱରେ କରୋନା ଭାଇରସ୍ କାୟା ବିସ୍ତାର କରିବାରେ ଲାଗି ପଡ଼ିଛି । କରୋନା ପାଇଁ କୌଣସି ପ୍ରତିଷେଧକ ଏପର୍ଯ୍ୟନ୍ତ ବାହାରିନଥିବାରୁ ପରିସ୍ଥିତି ଅଣଆୟତ ହେବାରେ ଲାଗିଛି । ଏହାରି ମଧ୍ୟରେ କରୋନା ପାଇଁ ପ୍ରତିଷେଧକ ବାହାର କରିଥିବା ଆମେରିକା ଦାବି କରିଛି । ଏହି ପ୍ରତିଷେଧକ ନେଇ ସୂଚନା ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡ଼ୋନାଲ୍ଡ ଟ୍ରମ୍ପ । ପ୍ରଥମ ପର୍ଯ୍ୟାୟରେ ପ୍ରତିଷେଧକର ପରୀକ୍ଷଣ ଦିଆଯାଇଥିବା ନେଇ ସୂଚନା ମିଳିଛି । ଏହି ପ୍ରତିଷେଧକର ନାଁ ରହିଛି mRNA-1273 ।
ଉଲ୍ଲେଖଯୋଗ୍ୟ ଯେ କରୋନାରେ ସାରା ବିଶ୍ୱରେ ୭୦୦୦ରୁ ଉଦ୍ଧ୍ୱର୍ ଲୋକଙ୍କର ମୃତ୍ୟୁ ହୋଇସାରିଲାଣି । ସେହିପରି ଭାରତରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୫କୁ ବୃଦ୍ଧି ପାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୧୦୩ଜଣ ଭାରତୀୟ ଥିବା ବେଳେ ୨୨ଜଣ ବିଦେଶୀ ନାଗରିକ ରହିଛନ୍ତି । ଏହାସହ ବର୍ତ୍ତମାନ ସୁଦ୍ଧା ଭାରତରେ କରୋନାରେ ୩ଜଣଙ୍କର ମୃତ୍ୟୁ ହୋଇସାରିଛି । ସେହିପରି ଓଡ଼ିଶାରେ ମଧ୍ୟ ଜଣେ କରୋନାରେ ଆକ୍ରାନ୍ତ ଅଛନ୍ତି ।

Get real time updates directly on you device, subscribe now.