fbpx

ରାଜ୍ୟରେ ଟିକା ଅଭାବ, ଆଜି ୧୦ ଜିଲ୍ଲାରେ ବନ୍ଦ ରହିବ ଟିକାକରଣ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଆଜି ୧୦ ଜିଲ୍ଲାରେ ବନ୍ଦ ରହିବ ଟିକାକରଣ । ଟିକା ଅଭାବ ପାଇଁ ଏହି ଜିଲ୍ଲାଗୁଡିକରେ ଟିକାକରଣ ବନ୍ଦ ରଖିବାକୁ ସ୍ୱାସ୍ଥ୍ୟ ବିଭାଗ ନିଷ୍ପତ୍ତି ନେଇଛି । ବାଲେଶ୍ୱର, ଢେଙ୍କାନାଳ, ଯାଜପୁର, କଳାହାଣ୍ଡି, କେନ୍ଦ୍ରାପଡା, କୋରାପୁଟ, ମାଲକାନଗିରି, ନୟାଗଡ, ନୂଆପଡା ଓ ସୋନପୁରରେ ଟିକାକରଣ ବନ୍ଦ ରହିବ । ରାଜ୍ୟରେ ଏବେ ମାତ୍ର ୫୯ହଜାର ୯୨୦ ଡୋଜ୍‌ କୋଭିସିଲ୍‌ଡ ଟିକା ମହଜୁଦ ରହିଛି । ଆଜି ରାଜ୍ୟକୁ ଏକ ଲକ୍ଷ ଡୋଜ୍‌ରୁ ଅଧିକ କୋଭାକ୍ସିନ୍‌ ଆସି ପହଞ୍ଚିଛି। ଏବେ ରାଜ୍ୟରେ ୩ଲକ୍ଷ ୯୩ହଜାର କୋଭାକ୍ସିନ୍‌ ଷ୍ଟକ୍‌ ରହିଛି ।

Get real time updates directly on you device, subscribe now.