fbpx

ପରମାଣୁ ଆଟାକ୍ ଆଉ ବିଳମ୍ବ ନୁହେଁ: ସୁରକ୍ଷା ପାଇଁ ନିଜ ପରିବାର ବର୍ଗଙ୍କୁ ଅଣ୍ଡରଗ୍ରାଉଣ୍ଡ କଲେ ପୁଟିନ୍

ନୂଆଦିଲ୍ଲୀ: ୟୁକ୍ରେନ-ରୁଷିଆ ମଧ୍ୟରେ ଚାଲିଥିବା ଯୁଦ୍ଧ ଆଜି ସପ୍ତମ ଦିନରେ ପହଞ୍ଚିଛି । ବିଭିନ୍ନ ବିଭିନ୍ନ ରାଷ୍ଟ୍ରଙ୍କ ତାଗିଦ ପରେ ମଧ୍ୟ ରୁଷିଆ ୟୁକ୍ରେନ ଉପରେ ହମଲା ଜାରି ରଖିଛି । ତେବେ ଏହା ମଧ୍ୟରେ ରୁଷ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କୁ ନେଇ ଏକ ନୂଆ ସୂଚନା ମିଳିଛି । ପୂର୍ବରୁ ପୁଟିନ ନିଜର ପରମାଣୁ ଟିମଚୁ ଆଲର୍ଟ ରହିବାକୁ ସୂଚନା ଦେଇଥିବା ବେଳେ ବର୍ତ୍ତମାନ ନିଜ ପରିବାରବର୍ଗଙ୍କୁ ଅଣ୍ଡରଗ୍ରାଉଣ୍ଡ ପଠାଇ ଦେଇଛନ୍ତି । ପରିବାର ଲୋକମାନେ ଯେପରି ପରମାଣୁ ଅସ୍ତ୍ର ଦ୍ୱାରା ପ୍ରଭାବିତ ନ ହୁଅନ୍ତି, ସେଥିପାଇଁ ପୁଟିନ ଏହି ପଦକ୍ଷେପ ନେଇଛନ୍ତି । ବର୍ତ୍ତମାନ ପରିବାରର ସଦସ୍ୟମାନେ ସେଇବେରିଆର ଏକ ସିକ୍ରେଟ ସ୍ଥାନରେ ରହିଛନ୍ତି । ରୁଷର ଜଣେ ପ୍ରଫେସର ପୁଟିନଙ୍କ ବିଷୟରେ ଏପରି ଖୁଲାସା କରିଛନ୍ତି ।

ଏହି ରିପୋର୍ଟରେ କୁହାଯାଇଛି ଯେ, ଆଗକୁ ପରମାଣୁ ଯୁଦ୍ଧ ହେବାର ଆଶଙ୍କା ରହିଛି । ତେଣୁ ନିଜ ପରିବାରକୁ ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ ପୁଟିନ ଏହି ବ୍ୟବସ୍ଥା କରିଛନ୍ତି । ତେବେ ଏହି ଅଣ୍ଡରଗ୍ରାଉଣ୍ଡ ସ୍ଥଳ ସାଇବେରିଆର ଅଲତାଇ ପର୍ବତ ମଧ୍ୟରେ ରହିଛି । ପରମାଣୁର ପ୍ରକୋପରୁ ସୁରକ୍ଷା ପ୍ରଦାନ କରିବା ପାଇଁ ହିଁ ପୂର୍ବରୁ ଏହି ବଙ୍କର ନିର୍ମାଣ କରାଯାଇଛି ।

Get real time updates directly on you device, subscribe now.