fbpx

ଦରକାରଠାରୁ ଅଧିକ ପାଣି ପିଉଥିଲେ ସାବଧାନ୍! ଶରୀରକୁ ହେବ ଏପରି କ୍ଷତି

ନୂଆଦିଲ୍ଲୀ: କଥାରେ ଅଛି, ଜଳ ହିଁ ଜୀବନ । ପାଣି ପିଇବାର ଅନେକ ଫାଇଦା ରହିଛି, ଏହା ଶରୀରକୁ ହାଇଡ୍ରେଟ୍ ରଖେ । ଚର୍ମରୁ ନେଇ ଶରୀରରୁ ବିଷାକ୍ତ କଣିକା ବାହାର କରିବା ପାଇଁ ପାଣି କାମ କରେ । ଶରୀରର ସମସ୍ତ ଅଙ୍ଗକୁ ସୁରୁଖୁରୁରେ କାମ କରିବାରେ ପାଣି ସାହାଯ୍ୟ କରେ । ଆମ ଶରୀରରେ ୭୦ ପ୍ରତିଶତ ପାଣି ରହିଛି, କିନ୍ତୁ ଆପଣ ଜାଣନ୍ତି କି ଅତ୍ୟଧିକ ପାଣି ଶରୀରର ଅନେକ ସମସ୍ୟା ସୃଷ୍ଟି କରିପାରେ । ତେବେ ଆସନ୍ତୁ ଜାଣିବା ୮-୯ ଗ୍ଲାସରୁ ଅଧିକ ପାଣି ପିଇବା ଦ୍ୱାରା ଶରୀରରେ କ’ଣ କ୍ଷତି ହୋଇପାରେ?

୧- ହାଇପୋନାଟ୍ରେମିଆ
ଅଧିକ ମାତ୍ରାରେ ପାଣି ପିଇଲେ ଶରୀରରେ ଅତ୍ୟଧିକ ତରଳ ପଦାର୍ଥ ଓ ଶରୀରରେ ଅସନ୍ତୁଳନ ହୋଇପାରେ । ଅତ୍ୟଧିକ ପାଣୀ ଯୋଗୁଁ ଶରୀରରେ ସୋଡିୟମର ସ୍ତରକୁ ହ୍ରାସ ହୋଇପାରେ, ଯାହାକି ବାନ୍ତି, କଷ୍ଟ, ଥକ୍କାପଣ ଇତ୍ୟାଦି ହୋଇପାରେ । ଏହି ଅବସ୍ଥାକୁ ହାଇପୋନାଟ୍ରେମିଆ କୁହାଯାଏ ।

୨- ମୁଣ୍ଡବିନ୍ଧା
ମୁଣ୍ଡବିନ୍ଧା ହେଉଛି ଉଭୟ ଅତ୍ୟଧିକ ହାଇଡ୍ରେସନ୍ ଏବଂ ଡିହାଇଡ୍ରେସନର ଲକ୍ଷଣ । ଯେତେବେଳେ ଆପଣ ଅଧିକ ପାଣି ପିଅନ୍ତି, ସେବେ ଆପଣଙ୍କ ରକ୍ତରେ ଲୁଣର ଅଭାବ ଦେଖାଯାଏ । ଏହି କାରଣ ଯୋଗୁଁ ଆପଣଙ୍କ ଶରୀରର ସମସ୍ତ ଅଙ୍ଗରେ କୋଷଗୁଡିକ ଫୁଲିଯାଏ ।

୩- କମିଯାଏ ଇଲେକ୍ଟ୍ରୋଲାଇଟ୍ ଲେବଲ୍
ଯେତେବେଳେ ଆପଣ ଅଧିକ ପାଣି ପିଅନ୍ତି, ସେତେବେଳେ ଆପଣଙ୍କର ଇଲେକ୍ଟ୍ରୋଲାଇଟ୍ ସ୍ତର ହ୍ରାସ ହୁଏ ଏବଂ ସନ୍ତୁଳନ ବିଗିଡ଼ିଯାଏ । କମ୍ ଇଲେକ୍ଟ୍ରୋଲାଇଟ୍ ସ୍ତର ମାଂସପେଶୀରେ ଯନ୍ତ୍ରଣା ଭଳି ଲକ୍ଷଣ ସୃଷ୍ଟି କରିପାରେ ।

୪- ଥକ୍କାପଣ
ଅତ୍ୟଧିକ ପାଣି ପିଇବା ଦ୍ୱାରା ଥକ୍କାପଣ ଆସିପାରେ । ଆପଣଙ୍କ ଶରୀର ମାଧ୍ୟମରେ ଆପଣ ପିଇଥିବା ପାଣିକୁ ଫିଲ୍ଟର କରିବା ଏବଂ ଆପଣଙ୍କ ରକ୍ତ ପ୍ରବାହରେ ଥିବା ତରଳ ସ୍ତରକୁ ସନ୍ତୁଳନ କରିଥାଏ କିଡନୀ । ଅତ୍ୟଧିକ ପାଣି ପିଇବା ଦ୍ୱାରା ଆପଣଙ୍କର କିଡନୀକୁ ଅଧିକ ପରିଶ୍ରମ କରିବାକୁ ପଡିବ । ଏହି କାରଣରୁ ହରମୋନ ଉପରେ ଚାପ ପଡିପାରେ, ଯାହାଫଳରେ ଆପଣଙ୍କୁ ଥକ୍କା ଲାଗିବ ।

୫- ପୋଟାସିୟମର ଅଭାବ
ଅତ୍ୟଧିକ ପାଣି ପିଇବା ଦ୍ୱାରା ପୋଟାସିୟମର ଅଭାବ ଦେଖାଦେଇଥାଏ, ଯାହା ଏକ ଜରୁରୀ ପୋଷକ ତତ୍ତ୍ୱ । ଏହି କାରଣରୁ ଗୋଡରେ ଯନ୍ତ୍ରଣା, ଛାତି ଯନ୍ତ୍ରଣା ଇତ୍ୟାଦି ଲକ୍ଷଣ ସୃଷ୍ଟି ହୋଇପାରେ ।

୬- ବାରମ୍ବାର ପରିସ୍ରା
ଯେତେବେଳେ ଆପଣ ଅଧିକ ପାଣି ପିଅନ୍ତି, ସେତେବେଳେ ଆପଣଙ୍କୁ ବାରମ୍ବାର ପରିସ୍ରା ଆସିବାର ସମସ୍ୟା ଦେଖାଯାଏ । ଅଧିକ ପାଣି ପିଇବା ଦ୍ୱାରା ଏହାର ପୋଷକ ତତ୍ତ୍ୱ ଶରୀର ଅବଶୋଷିତ କରିପାରି ନଥାଏ ।

Get real time updates directly on you device, subscribe now.