fbpx

ଲକ ଡାଉନ ସମୟରେ ବଢିପାରେ ପ୍ରିପେଡ୍ ପ୍ଲାନରେ ବୈଧତା

କରୋନା ସଂକ୍ରମଣର ମୁକାବିଲା କରିବା ପାଇଁ ସାରା ଦେଶକୁ ଲକ୍-ଡାଉନ୍ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ସମୟରେ ବାହାରକୁ ନଯିବା ପାଇଁ ଲୋକମାନଙ୍କୁ ନିବେଦନ କରିଛନ୍ତି ସରକାର । ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ଟେଲିକମ୍ କମ୍ପାନୀ ଗୁଡ଼ିକୁ ପ୍ରିପେଡ୍ ଉପଭୋକ୍ତା ଯୋଜନା ଗୁଡିକର ବୈଧତା ବୃଦ୍ଧି କରିବାକୁ ଟେଲିକମ୍ ରେଗୁଲେଟର ଅଫ୍ ଇଣ୍ଡିଆ (TRAI) କହିଥିବା ଜଣାପଡ଼ିଛି । ରିଲାଏନ୍ସ ଜିଓ, ​​ଭାରତୀ ଏୟାରଟେଲ, ଭୋଡାଫୋନ୍, ଆଇଡିଆ ଏବଂ ବିଏସ୍ଏନ୍ଏଲକୁ ସେମାନଙ୍କ ପ୍ରିପେଡ୍ ଗ୍ରାହକଙ୍କ ବୈଧତା ବୃଦ୍ଧି କରିବାକୁ ଟ୍ରାଇ କହିଛି । ପ୍ରିପେଡ୍ ଯୋଜନାର ବୈଧତା ବୃଦ୍ଧି ହେତୁ ଗ୍ରାହକମାନେ ଲକ-ଡାଉନ୍ ସମୟରେ କୌଣସି ସମସ୍ୟାର ସମ୍ମୁଖୀନ ହେବେ ନାହିଁ । ଏହା ବ୍ୟତୀତ ଲକଡାଉନ୍ ସମୟରେ ଗ୍ରାହକଙ୍କୁ ବିନା ବାଧାରେ ସେବା ଯୋଗାଇବା ପାଇଁ ଟେଲିକମ କମ୍ପାନୀମାନଙ୍କ ପକ୍ଷରୁ କେଉଁ ପଦକ୍ଷେପ ନିଆଯାଉଛି ସେନେଇ ଟ୍ରାଇ କମ୍ପାନୀମାନଙ୍କୁ ସୂଚନା ମାଗିଛି ।

ତେବେ ବର୍ତ୍ତମାନ ସୁଦ୍ଧା ପ୍ରିପେଡ୍ ଯୋଜନାଗୁଡିକର ବୈଧତା ବୃଦ୍ଧି କରିବାକୁ କମ୍ପାନୀଗୁଡିକ ଘୋଷଣା କରିନାହିଁ । କିନ୍ତୁ କମ୍ପାନୀଗୁଡିକ ଖୁବ ଶୀଘ୍ର ପ୍ରିପେଡ୍ ଯୋଜନାଗୁଡିକର ବୈଧତା ବୃଦ୍ଧି କରିବାକୁ ଘୋଷଣା କରିବେ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.