fbpx

୨୧ଦିନର ଲକ୍-ଡାଉନ୍ ମଧ୍ୟରେ କରୋନାକୁ ନିୟନ୍ତ୍ରଣ କରିବା ଅସମ୍ଭବ

ଅଦୃଶ୍ୟ ଶତ୍ରୁ ବିରୋଧରେ ଯୁଦ୍ଧ ଲଢୁଛି ସାରା ବିଶ୍ୱ । ଅନୁସନ୍ଧାନକାରୀମାନେ ଦିନ ରାତି ଲାଗି କରୋନର ମୁକାବିଲା କରିବା ପାଇଁ ସମାଧାନ ଖୋଜୁଛନ୍ତି । ବର୍ତ୍ତମାନ ସୁଦ୍ଧା କରୋନା ବହୁ ତୀବ୍ର ମାତ୍ରାରେ ସଂକ୍ରମିତ ହେଉଛି, ଯେଉଁ କାରଣରୁ ଏହାକୁ ନିୟନ୍ତ୍ରଣ କରିବା ଅସମ୍ଭବ ହୋଇପଡିଛି । କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟର ଭାରତୀୟ ମୂଳର ଦୁଇ ପଣ୍ଡିତଏକ ନୂଆ ଗାଣିତିକ ମହେଲ୍ ପ୍ରସ୍ତୁତ କରିଛନ୍ତି । ଏହି ମଡେଲ ଅନୁସାରେ, ଭାରତରେ ୨୧ ଦିନର ଲକ୍-ଡାଉନ୍ ମଧ୍ୟରେ କରୋନା ଭାଇରସକୁ ହରାଇବା ସମ୍ଭବ ନୁହେଁ ।

ତେବେ ମଡେଲ ଅନୁସାରେ, ୨୧ ଦିନର ଲକ୍-ଡାଉନରେ ନିୟନ୍ତ୍ରଣ କରିହେବ ନାହିଁ । ଲକ-ଡାଉନ୍ ହଟାଇବା ମାତ୍ରେ ପୁନଃ କରୋନା ଭାଇରସ୍ ତୀବ୍ର ଭାବେ ବ୍ୟାପିପାରେ । ଭାରତରେ ୧୫ରୁ ୧୯ ବୟସ ଶ୍ରେଣୀର ଲୋକେ ସବୁଠାରୁ ବଡ ବାହକ ହୋଇପାରନ୍ତି । ସେହିପରି ୬୦ରୁ ୬୪ ବୟସ ବର୍ଗରେ ଭାରତରେ ମୃତ୍ୟୁହାର ସର୍ବାଧିକ ହୋଇପାରେ । ଏନେଇ ଲକ୍-ଡାଉନ୍ ୪୯ ଦିନ ପର୍ଯ୍ୟନ୍ତ ରହିବା ଜରୁରୀ ।

Get real time updates directly on you device, subscribe now.