ଆଜି ଶ୍ରୀମନ୍ଦିରରେ ବାମନ ଜନ୍ମନୀତି: ୫ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ବାମନଜନ୍ମ ନୀତି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଆଜି ନୂଆପଇତା ଲାଗି କରାଯାଇଥାଏ । ଏହି ନୀତି ପାଇଁ ୫ ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ ।

ପୁରୀ : ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ବାମନଜନ୍ମ ନୀତି। ଭାଦ୍ରବ ଶୁକ୍ଳ ଦ୍ବାଦଶୀ ତିଥିରେ ବାମନଜନ୍ମ ନୀତି ଅନୁଷ୍ଠିତ ହୋଇଥାଏ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଆଜି ନୂଆପଇତା ଲାଗି କରାଯାଇଥାଏ । ଏହି ନୀତି ପାଇଁ ୫ ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ ।

ମଧ୍ୟାହ୍ନ ଧୂପ ଛେକ ଆସିବା ପରେ ଅପରାହ୍ଣ ୫ଟାରୁ ସନ୍ଧ୍ୟା ୧୦ଟା ଯାଏ ବନ୍ଦ ରହିବ ସାଧାରଣ ଦର୍ଶନ । ଦ୍ୱାର ଫିଟିବା ପରେ ପରେ ଭକ୍ତମାନେ ଯେମିତି ପୂର୍ବରୁ ଦର୍ଶନ କରୁଥିଲେ ସେମିତି କରିପାରିବେ ବୋଲି ସୂଚନା ଦିଆଯାଇଛି ।

ସେପଟେ ଆଜି ଗଜପତିଙ୍କ ଶ୍ରୀନହରରେ ସୁନିଆଁ ପର୍ବ ଅନୁଷ୍ଠିତ ହେବ। ଗଜପତି ମହାରାଜ ସିଂହାସନ ଆରୋହଣ କରିବା ପରେ ନୂତନ ଅଙ୍କ ବର୍ଷର ଘୋଷଣା କରିଥାନ୍ତି। ରାଜଗୁରୁ ଓ ଶାସନ ବ୍ରାହ୍ମଣ ମାନେ ଗଜପତିଙ୍କୁ ଆର୍ଶୀବାଦ ପ୍ରଦାନ କରିବା ସହ ଭେଟି ମଧ୍ୟ ପ୍ରଦାନ କରିବେ । ଗଜପତି ମହାରାଜ ସ୍ବତନ୍ତ୍ର ପରିପାଟୀରେ ସିଂହାସନରେ ଉପବେଶନ କରିବା ପରେ ରାଜଗୁରୁ ଅନ୍ୟାନ ସେବାୟତଙ୍କ ଉପସ୍ଥିତିରେ ସୁବର୍ଣ୍ଣ ମୁଦ୍ରାରେ ଏହି ଅଙ୍କକୁ ଖୋଦେଇ କରାଯିବ ।