fbpx

କରୋନା ଭାଇରସ୍, ବାଣୀବିହାର ହଷ୍ଟେଲ ବନ୍ଦ ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର, ୧୬ା୩(ଓଡ଼ିଶା ଭାସ୍କର): ସାରା ବିଶ୍ୱରେ କାୟା ବିସ୍ତାର କରିବାରେ ଲାଗିଛି କରୋନା ଭାଇରସ୍ ।ଏହା ଚାରିଆଡ଼େ ମୁଣ୍ଡବିନ୍ଧାର କାରଣ ପାଲଟିଗଲାଣି । ଭାରତରେ କରୋନା ଆକ୍ରାନ୍ତରେ ୧୧୦ଜଣ ଥିବା ବେଳେ ଆଜି ଓଡ଼ିଶାରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏନେଇ ରାଜଧାନୀ ଭୁବନେଶ୍ୱର ସ୍ଥିତ ଉକ୍ରଳ ବିଶ୍ୱବିଦ୍ୟାଳୟ ହଷ୍ଟେଲ ସବୁ ବନ୍ଦ ପାଇଁ ନିର୍ଦ୍ଦେଶ ହୋଇଛି । ୨୪ଘଣ୍ଟା ଭିତରେ ହଷ୍ଟେଲ ଖାଲି ପାଇଁ ନିର୍ଦ୍ଦେଶ ହୋଇଛି । କରୋନା ଭୂତାଣୁ ନେଇ ଏହିପରି ନିଷ୍ପତ୍ତି ନିଆଯାଇଥିବା ସୂଚନା ରହିଛି । ଗଣମାଧ୍ୟମକୁ ପିଜି କାଉନସିଲ ଅଧ୍ୟକ୍ଷା ଏନେଇ ସୂଚନା ଦେଇଛନ୍ତି । ଯେଉଁ ବିଭାଗର ମିଡ଼୍ ସେମିଷ୍ଟାର ରହିଛି ମାର୍ଚ୍ଚ ୩୧ରେ ଏହା ଉପରେ ନିଷ୍ପତ୍ତି ନିଆଯିବ ।

Get real time updates directly on you device, subscribe now.