fbpx

କରୋନା ଭାଇରସ୍, ବସରେ ଓଭରଲୋଡ଼ିଂ ମନା

ଭୁବନେଶ୍ୱର, ୧୬ା୩(ଓଡ଼ିଶା ଭାସ୍କର): ବସରେ ଯେତିକି ସିଟ୍ ରହିଛି ତାଠାରୁ ଅଧିକ ଯାତ୍ରୀ ନନେବାକୁ ମନା କରାଯାଇଛି । ଏନେଇ ପରିବହନ ବନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି । ନିୟନ ନମାନିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପରିବହନ ମନ୍ତ୍ରୀ କହିଛନ୍ତି । ଏହାସହ ସରକାର ଓ ବେସରକାରୀ ବସ୍ ଗୁଡ଼ିକୁ ସ୍ୱଚ୍ଛତା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ସାରା ବିଶ୍ୱରେ କାୟା ବିସ୍ତାର କରିବାରେ ଲାଗିଛି କରୋନା ଭାଇରସ୍ ।ଏହା ଚାରିଆଡ଼େ ମୁଣ୍ଡବିନ୍ଧାର କାରଣ ପାଲଟିଗଲାଣି । ଭାରତରେ କରୋନା ଆକ୍ରାନ୍ତରେ ୧୧୦ଜଣ ଥିବା ବେଳେ ଆଜି ଓଡ଼ିଶାରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।

Get real time updates directly on you device, subscribe now.