fbpx

କରୋନା ଭାଇରସ୍: ସ୍କୁଲ ବନ୍ଦ୍ ଓ ପରୀକ୍ଷା ସ୍ଥଗିତ

ଭୁବନେଶ୍ୱର, ୧୬ା୩(ଓଡ଼ିଶା ଭାସ୍କର): କରୋନା ପାଇଁ ସବୁ ସରକାରୀ ଓ ବେସରକାରୀ ସ୍କୁଲ ପରୀକ୍ଷା ସ୍ଥଗିତ କରାଯାଇଛି । ପ୍ରଥମରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ଓ ଏକାଦଶ ପରୀକ୍ଷା ସ୍ଥଗିତ କରାଯାଇଥିବା ସୂଚନା ମିଳିଛି । ଦ୍ୱାଦଶ ଶ୍ରେଣୀ ପରୀକ୍ଷା ନିର୍ଦ୍ଧାରିତ ସମୟରେ ଚାଲିବ । ମାଟ୍ରିକ ଖାତା ମୂଲ୍ୟାୟନ ଓ ଦ୍ୱାଦଶ ପରୀକ୍ଷା ଜାରି ରହିବ ।ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ସୂଚନା ଦେଇଛନ୍ତି । ସ୍କୁଲ ବନ୍ଦ ରହିବ ଏହାସହ ଶିକ୍ଷକଙ୍କୁ ସ୍କୁଲ ନଆସିବାକୁ ମଧ୍ୟ ନିର୍ଦ୍ଦେଶ ହୋଇଛି । ଶିକ୍ଷକମାନେ ଛୁଟିରେ ରହିବା ସତ୍ତେ୍ୱ ଜରୁରୀ ନିର୍ଦ୍ଦେଶ ପାଇଁ ଫୋନରେ ଆଲର୍ଟ ରହିବେ ।

Get real time updates directly on you device, subscribe now.