fbpx

ବରୁଣ ଗାନ୍ଧୀଙ୍କ ଟିକେଟ୍ କଟିଲା, ମେନକାଙ୍କୁ ଟିକେଟ ମିଳିଲା: ନିର୍ବାଚନ ଲଢ଼ିବେ ଅରୁଣ ଗୋଭିଲ ଓ କଙ୍ଗନା

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ଆଜି ବିଜେପି ତା’ର ୫ମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି । ମୋଟ ୧୧୧ ଜଣ ପ୍ରାର୍ଥୀଙ୍କ ନାମ ଦଳ ପକ୍ଷରୁ ଘୋଷଣା କରାଯାଇଛି । ତେବେ କିଛି ନୂଆ ଚେହେରାଙ୍କୁ ଟିକେଟ୍ ମିଳିଥିବା ବେଳେ କିଛି ପୁରୁଣା ଚେହେରାଙ୍କ ଟିକେଟ କଟିଛି । ସେଥିମଧ୍ୟରେ ସାମିଲ ଅଛନ୍ତି ପୂର୍ବତନ ସାଂସଦ ବରୁଣ ଗାନ୍ଧୀ । ଉତ୍ତରପ୍ରଦେଶର ପୀଲିଭୀତରୁ ସାଂସଦ ଥିବା ବରୁଣଙ୍କ ଟିକେଟ କଟିଛି । ତାଙ୍କ ସ୍ଥାନରେ ଜିତିନ ପ୍ରସାଦଙ୍କୁ ଟିକେଟ ଦିଆଯାଇଛି ।

ସେହିପରି ୟୁପିର ମେରଠ ଲୋକସଭା ଆସନ ପାଇଁ ଧାରାବାହିକ ‘ରାୟାୟଣ’ର ରାମ ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ଅଭିନେତା ଅରୁଣ ଗୋଭିଲଙ୍କୁ ଟିକେଟ ମିଳିଛି । ଅନ୍ୟପକ୍ଷରେ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ମଧ୍ୟ ଲୋକସଭା ନିର୍ବାଚନ ଲଢ଼ିବେ । କଙ୍ଗନାଙ୍କୁ ହିମାଚଳ ପ୍ରଦେଶର ମଣ୍ଡୀ ଆସନରୁ ଟିକେଟ ଦିଆଯାଇଛି । ଅନ୍ୟପକ୍ଷରେ ସୁଲତାନପୁରୁ ମେନକା ଗାନ୍ଧୀ ନିର୍ବାଚନ ଲଢ଼ିବେ ।

Get real time updates directly on you device, subscribe now.