fbpx

ବଡ଼ ଅଘଟଣ: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ପତ୍ନୀଙ୍କ କାର୍ ଚୋରି

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନ ପାଇଁ ଆଜି ବିଜେପି ତା’ର ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି । ମୋଟ ୧୧୧ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଥିବା ବେଳେ ସେଥିମଧ୍ୟରେ ଓଡ଼ିଶାର ୧୮ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ତେବେ ଏହା ମଧ୍ୟରେ ଆସିଛି ଏକ ବଡ଼ ଖବର । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ପତ୍ନୀଙ୍କ କାର ଜୋରି ହୋଇଯାଇଛି ।

ଜଣାପଡ଼ିଛି ଯେ, ନଡ୍ଡାଙ୍କ ଡ୍ରାଇଭର କାରକୁ ସର୍ଭିସ କରିବା ପାଇଁ ଦିଲ୍ଲୀର ଗୋବିନ୍ଦପୁରୀ ଯାଇଥିଲେ । ମାତ୍ର ମାର୍ଚ୍ଚ ୧୯ରେ ସର୍ଭିସ ସେଣ୍ଟରରୁ ଫଚ୍ୟୁନ କାରଟି ଚୋରି ହୋଇଯାଇଥିଲା । ଏନେଇ ଡ୍ରାଇଭରଙ୍କ ଅଭିଯୋଗ ଆଧାରରେ ପୋଲିସର ଏକ ଏଫଆଇଆର ଦାୟର କରାଯାଇଛି । ପୋଲିସ ଏବେ ଚୋରି ହୋଇଥିବା କାରର ସନ୍ଧାନ କରୁଛି ।

Get real time updates directly on you device, subscribe now.