fbpx

ବିଜେପି ଏହି ଆସନରୁ କଙ୍ଗନା ରାଣାୱତଙ୍କୁ ପ୍ରାର୍ଥୀ କରିଛି

ମୁମ୍ଵାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ହିମାଚଳ ପ୍ରଦେଶର ମଣ୍ଡି ଲୋକସଭା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ହେବେ । ରବିବାର ବିଳମ୍ବିତ ସନ୍ଧ୍ୟାରେ ବିଜେପି ପଞ୍ଚମ ପ୍ରାର୍ଥୀ ତାଲିକା ଜାରି କରିଛି, ଯେଉଁଥିରେ କଙ୍ଗନା ରାଣାୱତଙ୍କୁ ମଣ୍ଡିରୁ ଟିକେଟ୍ ଦିଆଯାଇଛି। ଏଥର କଙ୍ଗନା ବିଜେପି ଟିକେଟରେ ନିର୍ବାଚନ ଲଢ଼ିପାରନ୍ତି ବୋଲି ଅନୁମାନ କରାଯାଉଥିଲା।

ଦିନକ ପୂର୍ବରୁ କଙ୍ଗନା ରାଣାୱତ ନିର୍ବାଚନ ଲଢ଼ିବାକୁ ସଙ୍କେତ ଦେଇଥିଲେ। ହିମାଚଳ ପ୍ରଦେଶର କାଙ୍ଗରାସ୍ଥିତ ବାଗଲାମୁଖୀ ମନ୍ଦିର ପରିଦର୍ଶନ କରିବାକୁ ଯାଇଥିବା କଙ୍ଗନା ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତରରେ କହିଛନ୍ତି, ଯଦି ମା’ ପ୍ରସନ୍ନ ହୁଅନ୍ତି, ତେବେ ମୁଁ ନିଶ୍ଚିତ ଭାବେ ମଣ୍ଡି ସଂସଦୀୟ ଆସନରୁ ନିର୍ବାଚନ ଲଢ଼ିବି।

ଟିକେଟ୍ ପାଇବା ପରେ କଙ୍ଗନା ଟ୍ୱିଟ୍ କରି ଲେଖିଛନ୍ତି, ‘ମୁଁ ସର୍ବଦା ମୋର ପ୍ରିୟ ଭାରତ ଏବଂ ଭାରତୀୟ ଜନତାଙ୍କ ନିଜର ଭାରତୀୟ ଜନତା ପାର୍ଟିକୁ ସମର୍ଥନ କରିଆସିଛି। ଆଜି ବିଜେପି ରାଷ୍ଟ୍ରୀୟ ନେତୃତ୍ୱ ମୋତେ ମୋ ଜନ୍ମସ୍ଥାନ ହିମାଚଳ ପ୍ରଦେଶର ମଣ୍ଡିରୁ ଲୋକସଭା ପ୍ରାର୍ଥୀ ଭାବେ ମନୋନୀତ କରିଛନ୍ତି। ସେ ଲେଖିଛନ୍ତି ଯେ ସେ ଆନୁଷ୍ଠାନିକ ଭାବରେ ପାର୍ଟିରେ ଯୋଗ ଦେବା ପାଇଁ ସମ୍ମାନିତ ଏବଂ ଉତ୍ସାହିତ ।

 

Get real time updates directly on you device, subscribe now.