fbpx

ପୂଜା ସାମଗ୍ରୀକୁ ଠିକ୍‌ ସ୍ଥାନରେ ନରଖିଲେ ପଡିଥାଏ ନକାରାତ୍ମକ ପ୍ରଭାବ: ଜାଣନ୍ତୁ କ’ଣ କହୁଛି ବାସ୍ତୁଶାସ୍ତ୍ର ?

ଆମ ହିନ୍ଦୁ ଧର୍ମରେ ପୂଜାର ଅନେକ ମହତ୍ୱ ରହିଛି। କିନ୍ତୁ ବାସ୍ତୁଶାସ୍ତ୍ର ଅନୁଯାୟୀ, ପୂଜା ସାମଗ୍ରୀକୁ ଯଦି ଠିକ୍‌ ସ୍ଥାନରେ ନ ରଖାଯାଏ; ତାହାର ନକାରାତ୍ମକ ପ୍ରଭାବ ପରିବାର ଉପରେ ପଡିଥାଏ । ତେବେ ଆସନ୍ତୁ ଜାଣିବା କେଉଁଠି ପୂଜା ସାମଗ୍ରୀ ରଖିବା ଉଚିତ …

– ପୂଜା ଘରେ କୌଣସି ମଣି କିମ୍ବା ରତ୍ନ ପଥରକୁ ରଖିବାକୁ ଚାହୁଁଥିଲେ, ତାହାକୁ ମଧ୍ୟ ସଫା କପଡ଼ା ଉପରେ ରଖିବା ଆବଶ୍ୟକ।

– ଜଳନ୍ତା ଦୀପକୁ କେବେବି ଖାଲିରେ ତଳେ ଥୋଇବା ଠିକ୍‌ ନୁହେଁ। ଅଳ୍ପ କିଛି ଅରୁଆ ଚାଉଳ ରଖି ତା’ଉପରେ ଦୀପ ଥୋଇପାରିବେ କିମ୍ବା ଦୀପଷ୍ଟାଣ୍ଡ ଉପରେ ରଖି ଦୀପକୁ ଜଳାଇପାରିବେ।

– ଶାଳଗ୍ରାମଙ୍କୁ ମଧ୍ୟ ଖାଲିରେ ତଳେ ନ ରଖି ସର୍ବଦା ସଫା ରେଶମୀ କପଡ଼ା ଉପରେ ରଖିବା ଦରକାର।

– ଦେବୀଦେବଙ୍କ ମୂର୍ତ୍ତିକୁ ସର୍ବଦା କାଠ କିମ୍ବା ପିତଳର ଖଟୁଲି ହେଉ କିମ୍ବା କୌଣସି ଆସ୍ଥାନ ଉପରେ ନାଲି ରଙ୍ଗର ସଫା କପଡ଼ା ପକାଇ ତା’ଉପରେ ରଖିବା ଉତ୍ତମ ହୋଇଥାଏ।

– କେବଳ ମୂର୍ତ୍ତି ନୁହେଁ, ଦେବୀଦେବଙ୍କର ବସ୍ତ୍ର ଓ ଆଭୂଷଣକୁ ମଧ୍ୟ ଚଟାଣ ଉପରେ ସେମିତି ଥୋଇବା ଠିକ୍‌ ନୁହେଁ। ଏହାକୁ ପରିଷ୍କାର ସ୍ଥାନରେ ପଲିଥିନ୍‌ ହେଉ ଅବା କାଗଜରେ ଭଲ ଭାବେ ଗୁଡ଼ାଇକି ରଖିବା ଦରକାର।

– ପ୍ରଭୁଙ୍କୁ ଅର୍ପଣ କରାଯାଉଥିବା ଫୁଲକୁ ବି ତଳେ ନ ରଖି କୌଣସି ପବିତ୍ର ଧାତୁ କିମ୍ବା ସ୍ବଚ୍ଛ ପାତ୍ରରେ ରଖିବା ଦରକାର।

– କଳସକୁ ମଧ୍ୟ ଖାଲି ଚଟାଣରେ ନ ରଖି ପିତଳ ଥାଳି ଉପରେ ରଖିପାରିବେ।

– ଶଙ୍ଖକୁ ବି ସର୍ବଦା କାଠ ହେଉ ଅବା ପିତଳର ଶଙ୍ଖ ଷ୍ଟାଣ୍ଡ କିମ୍ବା ସଫା କପଡ଼ା ଉପରେ ରଖିବା ଶୁଭ ହୋଇଥାଏ।

Get real time updates directly on you device, subscribe now.