fbpx

ଯଦି ଘରର ଅଗଣାରେ ଉଠିଛି ଅଶ୍ୱସ୍ଥ ଗଛ, ତେବେ କିପରି ହଟାଇବେ ? ଜାଣନ୍ତୁ

AAKASH

ଅଶ୍ୱସ୍ଥ ଗଛର ବାସ୍ତୁ ସହିତ ଧାର୍ମିକ ମହତ୍ତ୍ୱ ମଧ୍ୟ ଖାସ ରହିଛି । କିନ୍ତୁ ଏହାକୁ ଘରେ ରଖିବା ଅଶୁଭ ବୋଲି ବିବେଚନା କରାଯାଏ । ଅନେକ ଥର ଅଶ୍ୱସ୍ଥ ଗଛକୁ ନଲଗାଇ ମଧ୍ୟ ଘରେ ଉଠିଯାଇଥାଏ । ଯଦି ଘରର ଅଗଣାରେ ଅଶ୍ୱସ୍ଥ ଗଛ ଉଠିଯାଇଛି, ତେବେ ତାକୁ କିପରି ବାହାର କହିବେ, ଆସନ୍ତୁ ଜାଣିବା …

ପୁରାଣରେ ଅଶ୍ୱସ୍ଥକୁ ଦିବ୍ୟ ବୃକ୍ଷ ବୋଲି କୁହାଯାଇଛି । ବୃକ୍ଷମାନଙ୍କ ମଧ୍ୟରେ ଏହା ପବିତ୍ର । ଏହି ବୃକ୍ଷର ସ୍ୱୟଂ ଈଶ୍ୱର ବାସ କରନ୍ତି ବୋଲି କୁହାଯାଏ । ସେଥିପାଇଁ ଏହି ବୃକ୍ଷକୁ ପୂଜା କରାଯାଇଥାଏ । ତଥାପି ଅଶ୍ୱସ୍ଥ ଗଛ ଘରେ ଥିଲେ ଅଶୁଭ ବୋଲି କୁହାଯାଏ ।

ଅଶ୍ୱସ୍ଥ ଗଛ ଶୀତଲତା ପ୍ରଦାନ କରିଥାଏ । କିନ୍ତୁ ଯଦି ଘରେ ଏହି ଗଛ ବାହାରେ ତାହେଲେ ନିର୍ଜନତା ଉତ୍ପର୍ଣ୍ଣ ହୋଇଥାଏ । ଏହା ପଛରେ ଏକ ବୈଜ୍ଞନିକ କାରଣ ମଧ୍ୟ ରହିଛି । ଅକ୍ସିଜେନ ପ୍ରଦାନ କରୁଥିବା ଗଛମାନଙ୍କ ମଧ୍ୟରେ ଅଶ୍ୱସ୍ଥ ସବୁଠାରୁ ଆଗରେ ରହିଛି । କିନ୍ତୁ ଦିନକୁ ଦୁଇ ଘଣ୍ଟା ଏହା ସବୁଠାରୁ ଅଧିକ କାର୍ବନ ଡାଇଅକ୍ସାଇଡ ତ୍ୟାଗ କରିଥାଏ ଯାହା ମନୁଷ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ । ଘରେ ଅଶ୍ୱସ୍ଥ ଗଛର ଛାଇ ପଡିଲେ ପରିବାର ସଦସ୍ୟଙ୍କ ଉନ୍ନତି ହୋଇନଥାଏ ଏବଂ ଆର୍ଥିକ ସଙ୍କଟ ମଧ୍ୟ ଦେଖା ଦେଇଥାଏ । ସେଥିପାଇଁ ପୁରାଣରେ ମଧ୍ୟ କୁହାଯାଇଛି ଯେ କେବଳ ସକାଳ ଏବଂ ମଧ୍ୟାହ୍ନ ସମୟରେ ଏହି ବୃକ୍ଷ ନିକଟକୁ ଯିବା ଉଚିତ । ଜ୍ୟୋତିଷଶାସ୍ତ୍ରରେ ମଧ୍ୟ ଘରେ ଅଶ୍ୱସ୍ଥ ଗଛ ରହିବା ଅଶୁଭ କୁହାଯାଇଛି । କେବଳ ସେତିକି ନୁହେଁ ଯଦି କାହା ଘରେ ଅଶ୍ୱସ୍ଥ ଗଛର ଛାଇ ବି ପଡେ ତାହେଲେ ସେହି ସ୍ଥାନ ନିର୍ଜନ ରହିଥାଏ । ସେଥିପାଇଁ ଘରୁ ଅଶ୍ୱସ୍ଥ ଗଛ ବାହାର କରିଦେବା ଉଚିତ ହୋଇଥାଏ ।

ସାଧାରଣ ଅଶ୍ୱସ୍ଥ ଗଛ ମନକୁ ମନ ଘରେ ବାହାରିଥାଏ । ଏହାକୁ ଲୋକେ ଉପାଡି ଦିଅନ୍ତି । କିନ୍ତୁ ଏହିଭଳି କରିବା ଉଚିତ ନୁହେଁ । ଜ୍ୟୋତିଷଶାସ୍ତ୍ର ଅନୁସାରେ ପ୍ରତ୍ୟେକ କାମ କରିବାର ଏକ ନିୟମ ଏବଂ କାଏଦା ରହିଛି । ବାସ୍ତୁଶାସ୍ତ୍ରରେ ମଧ୍ୟ ଅଶ୍ୱସ୍ଥ ଗଛ ହଟାଇବାକୁ ସଠିକ ତରିକା କୁହାଯାଇଛି ।

ଯଦି ବାରମ୍ବାର ଗୋଟିଏ ଜାଗାରେ ଅଶ୍ୱସ୍ଥ ଗଛ ବାହାରୁଛି ତାହେଲେ ୪୫ ଦିନ ପର୍ଯ୍ୟନ୍ତ ସେହି ଗଛକୁ ପୂଜା କରନ୍ତୁ ଏବଂ କଞ୍ଚା କ୍ଷୀର ଅର୍ପଣ କରନ୍ତୁ । ଏହାପରେ ଗଛକୁ ଓପାଡି ଅନ୍ୟ କେଉଁ ସ୍ଥାନରେ ଲଗାଇ ଦିଅନ୍ତୁ । ରବିବାର ଦିନ ଅଶ୍ୱସ୍ଥ ଗଛକୁ ପୂଜା କରି ମଧ୍ୟ କଟାଇପାରିବେ । ପୂଜା ନ କରି ଅଶ୍ୱସ୍ଥ ଗଛ କେବେ ହେଲେ କାଟିବେ ନାହିଁ । ଏହାଦ୍ୱାରା ଅପଙ୍କା ପିତୃ କଷ୍ଟ ପାଇଥାନ୍ତି । ଯଦି ଗଛ ଛୋଟ ହୋଇଥିବ ତାହେଲେ କୁଣ୍ଡରେ ଲଗାଇ କୌଣସି ମନ୍ଦିରରେ ରଖିଦେବେ ।

ଯଦି ଆପଣଙ୍କ ଘରେ ଅଶ୍ୱସ୍ଥ ଗଛ ଅଛି କିମ୍ବା ଘରେ ଏହାର ଛାଇ ପଡୁଛି ତାହେଲେ ଏଥିପାଇଁ ଏକ ଖାସ ବ୍ରତ କରି ତାକୁ ହଟାଇ ପାରିବେ । କାରଣ ଏହି ବୃକ୍ଷରେ ଭଗବାନ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱର ବାସ କରନ୍ତି । ସେଥିପାଇଁ ବିନା ପୂଜା ଓ ବ୍ରତ କରି ଗଛ ହଟାଇବେ ନାହିଁ । ନଚେତ ତାର ଖରାପ ପରିଣାମ ଭୋଗିବାକୁ ପଡିପାରେ ।

Get real time updates directly on you device, subscribe now.