fbpx

ରାତିରେ ଅଇଁଠା ବାସନ ରଖିଲେ ରାଗିଯାନ୍ତି ଏହି ଦେବା-ଦେବୀ; ଆସିଥାଏ ଘୋର ବିପଦ ସହ ଦରିଦ୍ରତା

Advertisement

ଓଡ଼ିଶା ଭାସ୍କର: କେବଳ ଜ୍ୟୋତିଷ ଓ ବାସ୍ତୁଶାସ୍ତ୍ର ଦୃଷ୍ଟିକୋଣରୁ ନୁହେଁ, ବୈଜ୍ଞାନିକ ଦୃଷ୍ଟିକୋଣରୁ ମଧ୍ୟ ରାତିରେ ରୋଷେଇ ଘରେ ଅଇଁଠା ଓ ଅପରିଷ୍କାର ବାସନ ରଖିବା ଦ୍ୱାରା ଖରାପ ହୋଇଥାଏ। ଏହି ଅଭ୍ୟାସ ସ୍ୱାସ୍ଥ୍ୟ ସମସ୍ୟା ଏବଂ ମାନସିକ ଅଶାନ୍ତି ସୃଷ୍ଟି କରିଥାଏ । ରାତିରେ ଅନେକ ପ୍ରକାରର କୀଟ-ପତଙ୍ଗ ଆସି ଅପରିଷ୍କାର ବାସନ ଉପରେ ବସନ୍ତି, ଯାହା ସଂକ୍ରମଣ ବିସ୍ତାର କରିଥାଏ।

ଜ୍ୟୋତିଷ ଶାସ୍ତ୍ର ଓ ବାସ୍ତୁଶାସ୍ତ୍ର ବିଷୟରେ କହିବାକୁ ଗଲେ ରୋଷେଇ ଘରେ ଅପରିଷ୍କାର ବାସନ ଛାଡିବା ଅଭ୍ୟାସକୁ ଅତ୍ୟନ୍ତ ଅଶୁଭ ବୋଲି ବିବେଚନା କରାଯାଏ, ଯାହାର ପରିଣାମ ବହୁତ ମାରାତ୍ମକ ବୋଲି କୁହାଯାଏ । ଆସନ୍ତୁ ଜାଣିବା ଧାର୍ମିକ ଗ୍ରନ୍ଥରେ ଏ ବିଷୟରେ କ’ଣ କୁହାଯାଇଛି? ଏହି ରୋଷେଇ ଘରକୁ ଧନ ଓ ସମୃଦ୍ଧିର ଦେବୀ ମା’ ଲକ୍ଷ୍ମୀଙ୍କ ରୂପ ମା’ ଅନ୍ନପୂର୍ଣ୍ଣାଙ୍କ ବାସସ୍ଥଳୀ ବୋଲି ବିଶ୍ୱାସ କରାଯାଏ।

ରାତିରେ ରୋଷେଇ ଘରେ ଅଇଁଠା ବାସନ ରଖିଲେ ମା’ ଲକ୍ଷ୍ମୀ କ୍ରୋଧିତ ହୁଅନ୍ତି। ଯାହା ଦ୍ୱାରା ଘରେ ଟଙ୍କା କମିବା ଆରମ୍ଭ ହୋଇଥାଏ। ଯଦି ଏହି ଅଭ୍ୟାସରେ ଉନ୍ନତି ନ ହୁଏ ତେବେ ଘରେ ମା’ ଲକ୍ଷ୍ମୀଙ୍କ ବିପରୀତ ଓ ନକାରାତ୍ମକ ରୂପ ଆସିଥାଏ। ଏହା ଦ୍ୱାରା ଘରେ ଧନ ସଙ୍କଟ ସୃଷ୍ଟି ହେବା ସହ ବିପଦର ପାହାଡ଼ ମଧ୍ୟ ଦେଖାଦେଇଥାଏ।

ଶନିଦେବ ହେଉଛନ୍ତି କର୍ମର ରକ୍ଷକ ଓ କର୍ମର ଦେବତା। ଏମାନଙ୍କୁ ରାତିର ମାଲିକ ମଧ୍ୟ ବୋଲି ବିବେଚନା କରାଯାଏ। ରୋଷେଇ ଘରେ ଅପରିଷ୍କାର ବାସନ ରଖିବା ସେମାନଙ୍କୁ ଅପମାନିତ କରିଥାଏ। ଶନିଦେବଙ୍କ କ୍ରୋଧଯୋଗୁଁ ପରିବାର ଲୋକେ ଅସୁସ୍ଥ ହୋଇପଡ଼ିଛନ୍ତି। ଦୀର୍ଘ ଦିନ ଧରି ଏହି ଅଭ୍ୟାସରେ କୌଣସି ପରିବର୍ତନ ନ ହେଲେ ଶନିଦେବ ଘର ମାଲିକଙ୍କୁ ମଧ୍ୟ ଦରିଦ୍ର କରିପାରନ୍ତି।

ବାସ୍ତୁଶାସ୍ତ୍ର ଅନୁସାରେ ଅଇଁଠା ଓ ଅପରିଷ୍କାର ବାସନ ନକାରାତ୍ମକ ଶକ୍ତି ସୃଷ୍ଟି କରିଥାଏ। ରାତିରେ ନକାରାତ୍ମକ ଶକ୍ତି ଅଧିକ ଶକ୍ତିଶାଳୀ ହୋଇଥାଏ। ଯାହାର ପ୍ରଭାବ ପୂରା ଘର ଉପରେ ପଡିଥାଏ। ଘରେ ଅଶାନ୍ତି ବଢ଼ିଥାଏ। ପରିବାର ସଦସ୍ୟଙ୍କ ମଧ୍ୟରେ ବିବାଦ ହୋଇପାରେ।

Get real time updates directly on you device, subscribe now.