fbpx

ଘରର ଏହି ସ୍ଥାନରେ ମନିପ୍ଲାଣ୍ଟ ଲଗାଉଥିଲେ ସାବଧାନ ! ନଚେତ ପଡିପାରେ ନକାରାତ୍ମକ ପ୍ରଭାବ

ଘରେ ମନିପ୍ଲାଣ୍ଟ ଲଗାଇବା ଶୁଭ ବୋଲି କୁହାଯାଏ । ଏହାଦ୍ୱାରା ଘରେ ସକାରାତ୍ମକ ପ୍ରଭାବ ପଡ଼ିଥାଏ । ଇନଡୋର ପ୍ଲାଣ୍ଟ କହିଲେ ଅଧିକାଂଶ ଲୋକଙ୍କ ଘରେ ପ୍ରାୟ ମନିପ୍ଲାଣ୍ଟ ହିଁ ଲଗାଇଥାନ୍ତି । ବିଭିନ୍ନ ପ୍ରକାରର ମନିପ୍ଲାଣ୍ଟ ଥିବାବେଳେ ଏହାକୁ ପୋଥୋସ୍ ମଧ୍ୟ କୁହାଯାଏ । ଏହା ବ୍ୟତୀତ ମନିପ୍ଲାଣ୍ଟ ଲଗାଇବା ଦ୍ୱାରା ଧନବୃଦ୍ଧି ହୋଇଥାଏ ବୋଲି ବିଶ୍ୱାସ ରହିଛି ।

ତେବେ ମନିପ୍ଲାଣ୍ଟ ଲଗାଇବା ସମୟରେ କିଛି ବାସ୍ତୁ ନିୟମ ମାନିବା ଉଚିତ୍ । ନଚେତ୍ ଏହାର ସକାରତ୍ମକ ପ୍ରଭାବ ପଡ଼ିବା ପରିବର୍ତ୍ତେ ଘର ଉପରେ ପଡ଼ିପାରେ ଏହାର ନକାରାତ୍ମକ ପ୍ରଭାବ । ଆସନ୍ତୁ ଜାଣିବା ମନିପ୍ଲାଣ୍ଟ ସମ୍ପର୍କିତ କିଛି ବାସ୍ତୁ ନିୟମ ବିଷୟରେ ।

 

– ଘରର ପୂର୍ବ ଦିଗରେ ମନିପ୍ଲାଣ୍ଟ ଲଗାଇବା ଅନୁଚିତ୍ । ଏହି ଦିଗରେ ଲଗାଇବା ମନିପ୍ଲାଣ୍ଟ ଦ୍ୱାରା ଘରେ ଆର୍ଥିକ ଅବନତି ଦେଖାଯାଏ ବୋଲି କୁହାଯାଏ । ତେଣୁ ପୂର୍ବ ଦିଗରେ ମନିପ୍ଲାଣ୍ଟ ଲଗାନ୍ତୁନି ।

 

– ଅନେକ ଲୋକ ଉପହାରରେ ଗଛ ଉପହାର ଦେବାକୁ ପସନ୍ଦ କରନ୍ତି । କିନ୍ତୁ, ମନେରଖନ୍ତୁ କେବେ ବି କାହାକୁ ଉପହାରରେ ମନିପ୍ଲାଣ୍ଟ ଦିଅନ୍ତୁ ନାହିଁ । କାରଣ ମନିପ୍ଲାଣ୍ଟ କାହାକୁ ଉପହାରସ୍ୱରୂପ ଦେଲେ ସୁଖସମୃଦ୍ଧି ହ୍ରାସ ପାଇଥାଏ ବୋଲି କୁହାଯାଏ ।

 

– ବର୍ତ୍ତମାନ ବଜାରରେ ପ୍ଲାଷ୍ଟିକ୍ କୁଣ୍ଡ ଆସିଲାଣି । କିନ୍ତୁ, ମନିପ୍ଲାଣ୍ଟକୁ ପ୍ଲାଷ୍ଟିକ୍ କୁଣ୍ଡରେ ଲଗାଇବା ପରିବର୍ତ୍ତେ ଏହି ଗଛକୁ ସବୁବେଳେ ମାଟି ନିର୍ମିତ କୁଣ୍ଡ କିମ୍ୱା କାଚ ବୋତଲରେ ଲଗାଇପାରିବେ ।

 

– ମନିପ୍ଲାଣ୍ଟ ସର୍ବଦା ଯେପରି ଉପରକୁ ମାଡ଼ିବ ସେଥିପ୍ରତି ଧ୍ୟାନ ଦେବେ । କାରଣ ମନିପ୍ଲାଣ୍ଟର ପତ୍ର ତଳମୁହାଁ ହେଲେ କିମ୍ୱା ତଳକୁ ଓହଳି ରହିଲେ ଏହା ଘର ପାଇଁ ଖୁବ୍ ଖରାପ । ଏଥିପାଇଁ କିଛି କାଠ କିମ୍ୱା ବାଉଁଶର ସାହାଯ୍ୟରେ ଏହି ଲତାକୁ ଉପରକୁ କରି ରଖନ୍ତୁ । ତଳକୁ ଓହଳି ରହିଥିବା କିମ୍ୱା ମାଟି ଉପରେ ପଡ଼ିଥିବା ମନିପ୍ଲାଣ୍ଟ ଉନ୍ନତିରେ ବାଧା ଆଣିଥାଏ ।

Get real time updates directly on you device, subscribe now.