fbpx
BSKY
BJD MC SKY
BJD YOUTH SKY

ଆର୍ଥିକ ସମସ୍ୟା ଦୂର କରିଥାଏ ଯୋଡି ମାଛ, ବାସ୍ତୁ ନିୟମ ଅନୁସାରେ ଘରକୁ ଆଣନ୍ତୁ

ବାସ୍ତୁ ଶାସ୍ତ୍ରରେ ବହୁ ସମସ୍ୟାର ସମାଧାନ ବାଟ ରହିଛି । ବାସ୍ତୁ ଅନୁସାରେ କିଛି ଦିଗ ପ୍ରତି ଧ୍ୟାନ ଦେଲେ ଏହାଦ୍ୱାରା ବ୍ୟକ୍ତିର ଲାଭ ହୋଇପାରେ । ଏପରି ସ୍ଥିତିରେ ଘରେ ଯୋଡି ମାଛ ରଖିବା ବହୁତ ଶୁଭ ହୋଇଥାଏ । ବାସ୍ତୁ ଅନୁଯାୟୀ ଏହା ଖୁବ୍ ଫଳଦାୟୀ ହୋଇଥାଏ ।
ତେବେ ମାଛକୁ ଘରକୁ ଆଣିବା ପୂର୍ବରୁ ବାସ୍ତୁର କିଛି ନିୟମ ରହିଛି ଯାହା ଜାଣିନେବା ଅତି ଜରୁରୀ । ଯୋଡି ମାଛ ରଖିବାର ସଠିକ୍ ଦିଗ ଓ ନିୟମ ରହିଛି ଯାହା ସମସ୍ତେ ଜାଣିନେବା ଜରୁରୀ । ବାସ୍ତୁ ଅନୁସାରେ ଯୋଡି ମାଛ ଘରର ଆର୍ଥିକ ସ୍ଥିତିକୁ ମଜଭୁତ କରିଥାଏ । ଏହା ବ୍ୟତିତ ଚାକିରୀ ଓ ବ୍ୟବସାୟ କ୍ଷେତ୍ରରେ ବି ଉନ୍ନତି ଦେଖିବାକୁ ମିଳିଥାଏ ।
କେଉଁଦିନ ଆଣିବେ:
ବାସ୍ତୁଶାସ୍ତ୍ର ଅନୁସାରେ ଯୋଡି ମାଛ ଘରକୁ ଗୁରୁବାର କିମ୍ବା ଶୁକ୍ରବାର ଆଣନ୍ତୁ । ଏହିଦିନ ଘରକୁ ମାଛ ଆଣିବା ଅତ୍ୟନ୍ତ ଶୁଭ ହୋଇଥାଏ । ଏପରି କରିବା ଦ୍ୱାରା ବିଭିନ୍ନ କ୍ଷେତ୍ରରେ ଉପୁଜୁଥିବା ବାଧା ଦୂର ହୋଇଥାଏ ।
କେଉଁଦିଗରେ ରଖିବେ ଯୋଡି ମାଛ:
ବାସ୍ତୁ ଅନୁସାରେ ଯୋଡି ମାଛକୁ ଘରର ଉପଯୁକ୍ତ ଦିଗରେ ରଖିବା ଉଚିତ । ଯୋଡି ମାଛକୁ ଘରର ପୂର୍ବ କିମ୍ବା ଉତ୍ତର ଦିଗ ମଧ୍ୟଭାଗରେ ରଖିବା ଶୁଭ ହୋଇଥାଏ । ଏପରି କରିବା ଦ୍ୱାରା ପରିବାରରେ ସମସ୍ତଙ୍କ ଭାଗ୍ୟରେ ସକରାତ୍ମକ ପରିବର୍ତ୍ତନ ଆସିଥାଏ ।

Get real time updates directly on you device, subscribe now.