fbpx
BJD SKY
BJD SKY

‘Vedaa’ର ଟିଜର ଆଉଟ୍, ଜନ୍ ଆବ୍ରାହମ୍ ଏବଂ ତମନ୍ନାଙ୍କ ଆକ୍ସନରେ ଭରପୁର

BJD

ମୁମ୍ବାଇ: ବଲିଉଡ଼ର ଲୋକପ୍ରିୟ ଅଭିନେତା ଜନ୍ ଆବ୍ରାହମଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ବେଦା’ର ଟିଜର ଆଉଟ୍ ହୋଇସାରିଛି । ନିଖିଲ ଆଡ଼ଭାନୀଙ୍କ ନିର୍ଦ୍ଦେଶିତ ଏହି ଆକ୍ସନ୍-ଥ୍ରୀଲର ଫିଲ୍ମରେ ଶରବରୀ ୱାଗ୍ ଏବଂ ତମନ୍ନା ଭାଟିଆ ମୁଖ୍ୟ ଭୂମିକାରେ ନଜର ଆସିବେ । ଜନ୍ ଆବ୍ରାହିମ୍ ନିଜ ଇନଷ୍ଟାଗ୍ରାମରେ ‘ବେଦା’ର ଟିଜର ଆଉଟକୁ ନେଇ ଏକ ଭିଡ଼ିଓ ଶେୟାର କରି କ୍ୟାପସନରେ ଲେଖିଛନ୍ତି, ‘ମୋତେ ଝଗଡ଼ା ଆସେ ନାହିଁ, କେବଳ ଯୁଦ୍ଧ କରି ଆସେ ! #VedaaTeaserOutNow… ଜୁଲାଇ ୧୨ରେ ପ୍ରେକ୍ଷାଳୟରେ ରିଲିଜ ହେବ ।’ ଜନ୍ ଆବ୍ରାହମଙ୍କ ଏହି ପୋଷ୍ଟକୁ ପ୍ରଶଂସକମାନେ ବେଶ ପସନ୍ଦ କରିଛନ୍ତି । ଅନେକ କମେଣ୍ଟ ମାଧ୍ୟମରେ ଫିଲ୍ମକୁ ନେଇ ନିଜ ଉତ୍ସୁକତା ପ୍ରକାଶ କରିଛନ୍ତି ।

ତେବେ ଟିଜର ପ୍ରାରମ୍ଭରେ ଦର୍ଶାଯାଇଛି ଯେ ଶରବରୀ ବାଗ୍ କିପରି ନିଜ ଅଧିକାରର ଲଢ଼େଇ ପାଇଁ ସଂଘର୍ଷ କରୁଛନ୍ତି । ଏହା ପରେ ଜନ୍ ଆବ୍ରାହିମଙ୍କ ଏଣ୍ଟ୍ରି ହୋଇଛି । ‘ବେଦା’ର ଟିଜରରେ ଜନ୍ ଆବ୍ରାହମ୍ ଏବଂ ତମନ୍ନାଙ୍କ କେମିଷ୍ଟ୍ରୀର ଝଲକ ଦେଖିବାକୁ ମିଳିଛି । କହିରଖୁଛୁ ବେଦା ଫିଲ୍ମ ମାଧ୍ୟମରେ ପ୍ରାୟ ଦେଢ଼ ବର୍ଷ ପରେ ଜନ୍ ଆବ୍ରାହମଙ୍କୁ ବଡ଼ ପରଦାରେ ନଜର ଆସିବେ ।

 

View this post on Instagram

 

A post shared by John Abraham (@thejohnabraham)

 

Get real time updates directly on you device, subscribe now.