fbpx
BSKY
BJD SHG SKY
BJD MC SKY

ଶିଶୁ ଦିବସ ଅବସରରେ ମେଧାବୀ ଛାତ୍ର ଛାତ୍ରୀଙ୍କୁ ସମ୍ମାନିତ କଲା ବେଦାନ୍ତ ଆଲୁମିନିୟମ

ଝାରସୁଗୁଡା: ବେଦାନ୍ତ ଆଲୁମିନିୟମ ଭାରତର ବୃହତ ଆଲୁମିନିୟମ ଉତ୍ପାଦକ ଶିଶୁ ଦିବସ ଅବସରରେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ଆୟୋଜିତ ୨୦୨୨ର ବାର୍ଷିକ ହାଇ ସ୍କୁଲ ପରୀକ୍ଷାରେ ଏ-୧ ସ୍ଥାନରେ ଥିବା ଝାରସୁଗୁଡ଼ାର ୨୧ଟି ସରକାରୀ ବିଦ୍ୟାଳୟରୁ ୭୯ ଜଣ ମେଧାବୀ ଛାତ୍ର ଛାତ୍ରୀଙ୍କୁ ସମ୍ମାନିତ କରିଛି। ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ, ଝାରସୁଗୁଡ଼ାର ସହଯୋଗରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ ମିସ ପୁଷ୍ପା ମିଞ୍ଜ ଓ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପ୍ରଦୀପ୍ତ କୁମାର ସା ଯୋଗ ଦେଇଥିଲେ।

ଛାତ୍ରଛାତ୍ରୀ ମାନଙ୍କୁ ଅଭିନନ୍ଦନ ଜଣାଇ ବେଦାନ୍ତ ର ସିଇଓ ସୁନୀଲ ଗୁପ୍ତା କହିଛନ୍ତି ଯେ ଆମର ଗୋଷ୍ଠୀ ଶିକ୍ଷା ସଚେତନତା ପଦକ୍ଷେପ ଦ୍ୱାରା ଗ୍ରାମାଂଚଳର ଛାତ୍ରଛାତ୍ରୀମାନେ ଗୁଣମାନର ପ୍ରାଥମିକ ଶିକ୍ଷା ଅର୍ଜନର ସୁବିଧା ପାଇବେ । ଗତ କିଛି ବର୍ଷ ମଧ୍ୟରେ ଝାରସୁଗୁଡ଼ାରେ ସାକ୍ଷରତା ହାର ବୃଦ୍ଧି ପାଇଛି । ମାଟ୍ରିକ/ ଉଚ୍ଚ ମାଧ୍ୟମିକ ପରୀକ୍ଷାରେ ଉତୀର୍ଣ୍ଣ ହାର ବଢିବା ସହ ଏଚଏସସି ପରୀକ୍ଷାରେ ଏ-୧ ସ୍ଥାନ ବଢିଛି । ଆମ ଗୋଷ୍ଠୀ ମଧ୍ୟରେ ରହିଥିବା ଶିକ୍ଷା କ୍ଷେତ୍ରରେ ବ୍ୟବଧାନକୁ ଦୂର କରିବା ଲାଗି ବେଦାନ୍ତ ସର୍ବଦା ପ୍ରୟାସ କରି ଆସୁଛି । ଉଚ୍ଚଶିକ୍ଷା ପାଇଁ ଅଭିଳାଷୀ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରି ମିସ ପୁଷ୍ପା ମିଞ୍ଜ, ଜିଲ୍ଲା ଶିକ୍ଷା ଅଧିକାରୀ, ଝାରସୁଗୁଡ଼ା କହିଛନ୍ତି ଯେ ଆମ ଗୋଷ୍ଠୀର ବିକାଶ ପାଇଁ ଶିକ୍ଷା ହେଉଛି ମୌଳିକ ଆବଶ୍ୟକତା।

ଝାରସୁଗୁଡ଼ାରେ ଶିକ୍ଷା କ୍ଷେତ୍ରରେ ବିକାଶ ପାଇଁ ବେଦାନ୍ତ ଆଲୁମିନିୟମ ଅନେକ ଗୁଡ଼ିଏ ପଦକ୍ଷେପ ଗ୍ରହଣ କରିଛି ଓ ଯୁବ ଓ ପ୍ରତିଭାଧାରୀ କୃତୀ ପ୍ରାର୍ଥିଙ୍କୁ ଉତ୍‌ସାହିତ କରୁଛି, ଯେଉଁମାନେ ଭବିଷ୍ୟତ ପାଇଁ ଉପଯୁକ୍ତ ପ୍ରୋତ୍ସାହନ ପାଇ ପାରୁଛନ୍ତି । ଝାରସୁଗୁଡ଼ା ଜିଲ୍ଲାରେ ଶିକ୍ଷାର ପ୍ରସାର ଓ ବିକାଶ ପାଇଁ କଂପାନି ପକ୍ଷରୁ ଅନେକଗୁଡ଼ିଏ କାର‌୍ୟ୍ୟକ୍ରମ ଗ୍ରହଣ କରାଯାଇଛି ଯଥା:

  • ବିଦ୍ୟା ଗ୍ରହ, ଏକ ଇ-ଲର୍ଣ୍ଣିଂ କାର୍ଯ୍ୟକ୍ରମ ଯେଉଁଥିରେ ଝାରସୁଗୁଡ଼ାର ସରକାରୀ ବିଦ୍ୟାଳୟର ୮ମରୁ ୧୦ମ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କୁ ଅନଲାଇନ କ୍ୟାରିୟର ପରାମର୍ଶ ପାଇଁ ଅତିରିକ୍ତ ଶ୍ରେଣୀ ମାଧ୍ୟମରେ ଶିକ୍ଷାଦାନ କରାଯାଉଛି ।
  • ଚା ଆର୍ଟିଫିସିଆଲ ଇଂଟେଲୀଜେନସ (ଏଆଇ) ଶିକ୍ଷା ପ୍ରକଳ୍ପ ଜରୀଆରେ ରିୟଲ ୱାର୍ଲଡ ସମସ୍ୟାର ଏଆଇ ସମାଧାନ ଭିତିକ କାର‌୍ୟ୍ୟକ୍ରମ ପ୍ରଦାନ କରାଯାଉଛି ।
  • ଚା ବେଦାନ୍ତ ନନ୍ଦଘର ପ୍ରକଳ୍ପ ଅଧିନରେ ଉନ୍ନୀତ ଅଙ୍ଗନବାଡ଼ି ଜରିଆରେ ୬୫୦୦ ପିଲାମାନଙ୍କ ପାଇଁ ପ୍ରାଥମିକ ଶିକ୍ଷାଦାନ କାର‌୍ୟ୍ୟକ୍ରମ ପରିଚାଳିତ ହେଉଛି ।
  • ଚା ଓଡ଼ିଶା ସରକାରଙ୍କ ପଦକ୍ଷେପ ମୋ ସ୍କୁଲ ଅଭିଯାନ ଅଧିନରେ ଝାରସୁଗୁଡ଼ାରେ ସରକାରୀ ସ୍କୁଲ ଗୁଡ଼ିକର ଭିତିଭୂମିର ଉନ୍ନତିକରଣ ।
  • ଚା ବେଦାନ୍ତର ମିନି ସାଇନସ ସେଂଟର ଜରିଆରେ ଅଭିନବ ବିଜ୍ଞାନ ଓ ଜ୍ଞାନ କୌଶଳ ସହ ଗଣିତ ଓ ବିଜ୍ଞାନ ଉପରେ ପିଲାମାନଙ୍କ ଜ୍ଞାନ ବୃଦ୍ଧି ପଦକ୍ଷେପ ।
  • ଚା ବେଦାନ୍ତର କଂପ୍ୟୁଟର ସାକ୍ଷରତା କାର‌୍ୟ୍ୟକ୍ରମ ଜରିଆରେ ପିଲାମାନଙ୍କୁ କଂପ୍ୟୁଟର ଉପରେ ଜ୍ଞାନ ପ୍ରଦାନ କରାଯାଉଛି ।

ବେଦାନ୍ତ ଆଲୁମିନିୟମର ସାମାଜିକ ପଦକ୍ଷେପ ଅଧିନରେ ଗୁଣମାମନର ଶିକ୍ଷା, ସ୍ୱାସ୍ଥ୍ୟ ଯତ୍ନ, ଦକ୍ଷତା ବିକାଶ , ମହିଳା ସଶକ୍ତିକରଣ, ଜଳ ଓ ପରିମଳ, ଗୋଷ୍ଠୀ ବିକାଶ କାର୍ଯ୍ୟକ୍ରମ ଗୁଡ଼ିକ ଝାରସୁଗୁଡ଼ାର ୭୯ ଟି ଗ୍ରାମରେ ପ୍ରସାରିତ ଓ ପ୍ରାୟ ୧.୭ ଲକ୍ଷ ଲୋକ ଏହା ଦ୍ୱାରା ଉପକୃତ ହେଉଛନ୍ତି । ଏହା ୩୩୮ ଅଧିକ ଏସଏଚଜିର ୪୦୦୦ ମହିଳାଙ୍କୁ ସଶକ୍ତ କରାଇ ପାରିଛି ଓ ସ୍ୱାସ୍ଥ୍ୟ ପଦକ୍ଷେପ ଜରୀଆରେ ବର୍ଷକୁ ୩୨୦୦୦ ଲୋକ ଉପକୃତ ହେଉଛନ୍ତି । ସେହିପରି ୬୪୦୦ ଛାତ୍ରଛାତ୍ରୀ ଶିକ୍ଷା କ୍ଷେତ୍ରରେ ସହାୟତା ପାଉଛନ୍ତି ଓ ଗୋଷ୍ଠୀ ସହାୟତାରେ ବର୍ଷକୁ ପ୍ରାୟ ୧.୪୮ ଲକ୍ଷ ବୃକ୍ଷ ରୋପଣ କରାଯାଇଛି ।

Get real time updates directly on you device, subscribe now.