fbpx

Fifa World Cup 2022: ମଦ, ଛୋଟ ପୋଷାକ ଏବଂ ସେକ୍ସ…ଫୁଟବଲ୍ ବିଶ୍ଵ କପ୍‌ର ଅଜବ ନିୟମ

ନୂଆଦିଲ୍ଲୀ: ଚଳିତ ମାସ ୨୦ରୁ ଆରମ୍ଭ ହେଉଛି ବିଶ୍ଵର ସବୁଠୁ  ଲୋକ ପ୍ରିୟ କ୍ରୀଡା ମହାକୁମ୍ଭ ଫିଫା ବିଶ୍ଵ କପ୍ ୨୦୨୨। ଏଥର କାତାରାରେ ଫୁଟବଲ୍ ବିଶ୍ଵ କପ୍‌ର ଆୟୋଜନ କରାଯାଉଛି। ପ୍ରସ୍ତୁତି ବି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚି ସାରିଛି। ଟୁର୍ଣ୍ଣାମେଣ୍ଟରେ ଉଦଘାଟନୀ ମ୍ୟାଚ୍‌ରେ ମୁହାଁମୁହିଁ ହେବେ ଆୟୋଜକ କାତାର ଏବଂ ଇକ୍ଵାଡୋର। ଏହି ମହାସମର ପାଇଁ ଖେଳାଳିଙ୍କ ସହିତ ମସଗ୍ର ଦୁନିଆର ଫୁଟବଲ୍ ପ୍ରଶଂସକ କାତାର ପହଞ୍ଚିବାରେ ଲାଗିଛନ୍ତି। ତେଣୁ ଏହି ଦେଶକୁ ଗସ୍ତ କରିବା ପୂର୍ବରୁ ନିୟମ ବିଷୟରେ ସମ୍ୟକ ଧାରଣା ରହିବା ଆବଶ୍ୟକ। କାତାରରେ ଫୁଟବଲ୍ ବିଶ୍ଵ କପ୍‌କୁ ନେଇ ନିୟମ କଡାକଡି କରାଯାଇଛି। ନିୟମ ପାଳନ ନକଲେ ମୋଟା ଅଙ୍କର ଜରିମାନା ଭରିବାକୁ ପଡିପାରେ।ଏପରିକି ଜେଲ୍ ଦଣ୍ଡ ମଧ୍ୟ ଭୋଗିବାକୁ ପଡିପାରେ।

କାତାର ଯାଉଥିବା ପ୍ରଶଂସକଙ୍କୁ ହୟା କାର୍ଡ ପାଇଁ ଆବେଦନ କରିବାକୁ ପଡିବ। ହୟା କାର୍ଡ ଏକ ପ୍ରକାରର ଆଇଡି କାର୍ଡ ଯାହା ଜରିଆରେ ଆପଣ କାତାରରେ ଯେଉଁ କୌଣସି ସ୍ଥାନକୁ ଯାଇ ପାରିବେ। ଏହି କାର୍ଡ ଯାହା ପାଖରେ ଥିବ ସେ ମେଟ୍ରୋ ଏବଂ ବସ୍‌ରେ ମାଗଣାରେ ଯାତ୍ରା କରି ପାରିବେ। ଏହି କାର୍ଡ ଥିଲେ କାତାରରେ ପ୍ରବେଶ ପାଇଁ ଭିସାର ଆବଶ୍ୟକତା ନାହିଁ। ହେୟା କାର୍ଡଧାରୀ ଜାନୁଆରୀ ୨୩ ପର୍ଯ୍ୟନ୍ତ କାତାରରେ ରହି ପାରିବେ। ଏହି କାର୍ଡ ତିଆରି କରିବାକୁ ୩ ରୁ ୪ ଦିନ ସମୟ ଲାଗିପାରେ।

ମଦକୁ ନେଇ ନିୟମ

ଆୟୋଜକଙ୍କ ଅନୁଯାୟୀ, ଲାଇସେନ୍ସ ପ୍ରାପ୍ତ ରେଷ୍ଟୁରାଣ୍ଟ ଏବଂ ସମଗ୍ର ଦେଶର ଅନେକ ହୋଟେଲ୍‌ରେ ମଦ ପରସା ଯାଇ ପାରିବ ଏବଂ ଏହା ନିର୍ଦ୍ଧାରିତ ସମୟରେ ପ୍ରଶଂସକଙ୍କୁ ଯୋଗାଇ ଦିଆଯାଇ ପାରିବ। ପ୍ରଶଂସକ ଜୋନରେ ମଦ ଦାମ ହୋଟେଲ୍ ତୁଳନାରେ କମ ରହିବ। କାତାରେ ମଦ ଆଣିବା ଉପରେ ନିଷେଧାଦେଶ ରହିଛି। ଏଠାକାର ସ୍ଥାନୀୟ ବାସିନ୍ଦାଙ୍କୁ ଘରୋଇ ଉପଯୋଗ ପାଇଁ ବିଶେଷ ଦୋକାନରୁ ମଦ କିଣିବାକୁ ଅନୁମତି ରହିଛି। ଏଥିପାଇଁ ପ୍ରଶଂସକ ଜୋନରୁ ବାହାରେ ମଦପ୍ୟାନ ଉପରେ କଟକଣା ରହିବ। ଯଦି କେହି ନିୟମ ଭାଙ୍ଗେ ତେବେ ପ୍ରାୟ ୬୭ ହଜାର ଟଙ୍କା ଜରିମାନା ଦେବାକୁ ପଡିବ। ଏହା ବ୍ୟତୀତ ଇ-ସିଗାରେଟ୍ ଉପରେ ମଧ୍ୟ କଟକଣା ରହିବ।

ଟିକାକରଣରୁ ରିହାତି

କାତାର ଯିବା ପାଇଁ କୋଭିଡ୍-୧୯ ଟିକାକରଣ ବାଧ୍ୟତାମୂଳକ ନୁହେଁ। ମାତ୍ର ଛଅ କିମ୍ବା ସେଥିରୁ ଅଧିକ ବୟସର କୌଣସି ବ୍ୟକ୍ତିଙ୍କୁ କାତାର ଯିବା ପୂର୍ବରୁ ବିମାନ ବନ୍ଦରରେ କୋଭିଡ୍-୧୯ରେ ନେଗେଟିଭ୍ ଆରଟିପିସିଆର ରିପୋର୍ଟ ଦେଖାଇବାକୁ ପଡିବ। ଆରଟିପିସିଆର ଟେଷ୍ଟ ରିପୋର୍ଟ ୪୮ ଘଣ୍ଟା ପୂର୍ବରୁ ନହୋଇଥିବା ଉଚିତ୍। ଯଦି କେହି ଆଣ୍ଟିଜେନ ଟେଷ୍ଟ କରାଇଛନ୍ତି ତେବେ ଏହା ୨୪ ଘଣ୍ଟା ପୁରୁଣା ହୋଇନଥିବା ଦରକାର।

ସେକ୍ସକୁ ନେଇ ନିୟମ

କାତାରରେ ଅଣ ବିବାହିତ ମହିଳା ଏବଂ ପୁରୁଷଙ୍କ ମଧ୍ୟରେ ସଂପର୍କକୁ ଅପରାଧ ଭାବେ ବିବେଚନା କରାଯାଏ। ତେଣୁ ଅଣ ବିବାହିତ ପୁରୁଷ ଏବଂ ମହିଳାଙ୍କୁ ହୋଟେଲ୍‌ରେ ରୁମ ନଦେବାକୁ ନିର୍ଦ୍ଦେଶ ଦିଆଯାଇଛି। କାତାରରେ ସମଲିଙ୍ଗୀ ସଂପର୍କକୁ ଅପରାଧିକ ଶ୍ରେଣୀରେ ରଖାଯାଇଛି। ନିୟମର ଉଲ୍ଲଂଘନ ହେଲେ ଜେଲ ଯିବାକୁ ପଡିପାରେ। କୌଣସି ପ୍ରଶଂସକ ପାର୍ଟ ମିଟ୍ କିମ୍ବା ସେକ୍ସ ଟୟ ନେବାକୁ ଉଦ୍ୟମ କରିବେ ତେବେ ଜେଲ୍‌ର ହାଓ୍ଵା ଖାଇବାକୁ ପଡିପାରେ।

ଡ୍ରୋସ କୋର୍ଡର ଧ୍ୟାନ ରଖିବାକୁ ପଡିବ

କାତାରର ସରକାରୀ ପର୍ଯ୍ୟଟନ ଓ୍ଵେବସାଇଟ୍‌ ଆସୁଥିବା ପର୍ଯ୍ୟଟକଙ୍କୁ ଏଠାକାର ସଂସ୍କୃତିର ସମ୍ମାନ କରିବାକୁ କୁହାଯାଇଛି। ମହିଳା ପ୍ରଶଂସକଙ୍କୁ ନିଜର କାନ୍ଧ ଏବଂ ଆଣ୍ଠୁକୁ ଢାଙ୍କିବାକୁ କୁହାଯାଇଛି। ସାର୍ବଜନୀନ ସ୍ଥାନରେ ଲଙ୍ଗ ସ୍କର୍ଟ କିମ୍ବା ଟ୍ରାଉଜର ପିନ୍ଧିବାକୁ ଉପଦେଶ ଦିଆଯାଇଛି। ପୁରୁଷ ଏମିତି ଜିନ୍ସ ପିନ୍ଧିବେ ନାହିଁ ଯାହା ଆଣ୍ଠୁକୁ ଘୋଡାଇ ପାରୁନଥିବ। ଏପରିକି ଆପତ୍ତିଜନକ ସ୍ଲୋଗାନ ଲେଖା ହୋଇଥିବା ପୋଷାକ ପିନ୍ଧିବା ଉପରେ କଟକଣା ଲଗା ଯାଇଛି।

Get real time updates directly on you device, subscribe now.