fbpx

ଗ୍ରାମୀଣ ମହିଳାଙ୍କୁ ସଶକ୍ତ ଓ ଆତ୍ମନିର୍ଭରଶୀଳ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ବେଦାନ୍ତର ଶୁଭଲକ୍ଷ୍ମୀ କୋଅପରେଟିଭ୍

ଝାରସୁଗୁଡା: ଭାରତର ଆତ୍ମା ରହିଛି ଗ୍ରାମରେ । ଆଉ ଗ୍ରାମର ଛବି ବଦଳାଇବା କ୍ଷେତ୍ରରେ ମହିଳାମାନଙ୍କର ବିଶେଷ ଭୂମିକା ରହିଛି । ଏଣୁ ମହିଳାଙ୍କୁ ସଶକ୍ତିକରଣ ଓ ସବୁ ଦିଗରୁ ସମର୍ଥ କରିବା ଦ୍ୱାରା କେବଳ ପରିବାରର ନୁହେଁ ସମାଜର ଓ ସାରା ଦେଶର ମଧ୍ୟ ବିକାଶ ସାଧିତ ହୋଇଥାଏ । ଏହିଭଳି ଏକ ଗୁରୁତ୍ୱପୂର୍ଣ୍ଣ ଦିଗକୁ ହୃଦୟଙ୍ଗମ କରି ବେଦାନ୍ତ ଲିମିଟେଡ୍ ର ସମାଜ ମଙ୍ଗଳ ଯୋଜନା ‘ଦି ଶୁଭଲକ୍ଷ୍ମୀ କୋଅପରେଟିଭ୍ ( ଶୁଭଲକ୍ଷ୍ମୀ ସମବାୟ)’ ଏବେ ଓଡିଶାର ଝାରସୁଗୁଡା ଜିଲ୍ଲାରେ ଗ୍ରାମୀଣ ମହିଳାଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶ ଲାଗି ବିଭିନ୍ନ ପ୍ରୋତ୍ସାହନ ମୂଳକ ଯୋଜନା ହାତକୁ ନେବାକୁ ଯାଉଛି ।

ଏହି ଯୋଜନା ଅଧୀନରେ ଏହାର ସଦସ୍ୟ ମାନଙ୍କୁ ଛୋଟ ଛୋଟ କାରିଗରୀ ଜ୍ଞାନ କୌଶଳ, ତାଲିମ, ସହିତ ଆର୍ଥିକ ସାହାଯ୍ୟ ବି ପ୍ରଦାନ କରାଯାଉଛି । ଏହା ସହିତ ମହିଳାମାନଙ୍କୁ ସେମାନଙ୍କ ପ୍ରଡକ୍ଟର ମାର୍କେଟିଂ ସୁବିଧା ମଧ୍ୟ ପ୍ରଦାନ କରାଯିବ । ପଶ୍ଚିମ ଓଡିଶାର ଏକ ବଡ ସମବାୟ ସଂସ୍ଥା ଭାବରେ ନା କରିଥିବା ଶୁଭଲକ୍ଷ୍ମୀ କୋଅପରେଟିଭ୍ ଅଧୀନରେ ୩୫୩ ସ୍ୱୟଂ ସହାୟକ ଗୋଷ୍ଠୀ କାର୍ଯ୍ୟ କରୁଛି । ଏହାର ସଦସ୍ୟ ସଂଖ୍ୟା ୪୨୮୦ । ଗତ ଅଢେଇ ବର୍ଷ ମଧ୍ୟରେ ୧୮୫୦ ମହିଳାଙ୍କୁ କୃଷି ଓ ଅଣକୃଷିଜାତ ବ୍ୟବସାୟ କ୍ଷେତ୍ରରେ ତାଲିମ ଦିଆସରିଛି । ଏହାର ପ୍ରାଥମିକ ସଦସ୍ୟ ଭାବରେ ପଞ୍ଜିକୃତ ହେବାକୁ ଫି’ ରହିଛି ୧୦୦୦ ଟଙ୍କା ଯାହା ଏବେ ଏହାର ଫଣ୍ଡକୁ ୩.୭୭ କୋଟିରେ ପହଞ୍ଚାଇ ପାରିଛି । ଏହା ସହିତ ବିଭିନ୍ନ କ୍ଷୁଦ୍ର ଶିଳ୍ପ ଲାଗି ୮୩ ପ୍ରତିଶତ ଲୋନ୍ ମଧ୍ୟ କରାଯାଇଛି । ଏବେ ଶୁଭଲକ୍ଷ୍ମୀ ସମବାୟରୁ ପ୍ରାୟ ୧୪୦୦ ଦକ୍ଷ ଉଦ୍ୟୋଗୀ ମହିଳା ବିଭିନ୍ନ କୃଷି ଓ ଅଣ କୃଷି ଭିତ୍ତିକ କ୍ଷେତ୍ରରେ ସଫଳତାର ସହ କାର୍ଯ୍ୟ କରୁଛନ୍ତି ।

ବେଦାନ୍ତ ଏହି ପ୍ରୋଗ୍ରାମକୁ ଆହୁରି ବିସ୍ତାରିତ କରିବା ଲାଗି ପ୍ରୋଜେକ୍ଟ ଶୁଭଲକ୍ଷ୍ମୀ ଉଦ୍ୟୋଗିନୀ ନାମରେ ମଧ୍ୟ ଆଉ ଏକ କାର୍ଯ୍ୟକ୍ରମ ହାତକୁ ନେବାକୁ ଯାଉଛି । ଏହି ପ୍ରୋଜେକ୍ଟ ଜରିଆରେ ଏହାର ସଦସ୍ୟ ସଂଖ୍ୟା ୨୦୨୫ ସୁଦ୍ଧା ୪୧୦୦ରୁ ୧୦,୦୦୦ କରିବାକୁ ଲକ୍ଷ୍ୟ ରଖାଯାଇଛି । ଭାରତର ଉଦ୍ୟୋଗୀ ବିକାଶ ସଂସ୍ଥା ସହ ମିଶି ଏହି ପ୍ରୋଜେକ୍ଟ ଏହାର ମୋଟ ସଦସ୍ୟଙ୍କ ମଧ୍ୟରୁ ୭୦ ପ୍ରତିଶତଙ୍କୁ ବିଭିନ୍ନ ଉଦ୍ୟୋଗୀ ବିକାଶ ଯୋଜନା ଓ ଉଦ୍ୟୋଗରେ ନିଯୁକ୍ତି ଦେବାକୁ ଲକ୍ଷ୍ୟ ରଖିଛି ।

Get real time updates directly on you device, subscribe now.