fbpx

ରାତିରେ ଗାଢ ନିଦ ଚାହୁଁଥିଲେ ଏସିର ତାପମାତ୍ରା କେତେ ରଖିଲେ ଆପଣଙ୍କ ପାଇଁ ଭଲ ହେବ ଜାଣି ନିଅନ୍ତୁ

ପ୍ରଚଣ୍ଡ ଗରମରୁ ରକ୍ଷା ପାଇବା ଲାଗି ଏବେ ଘରେ ଘରେ ଏସିର ବ୍ୟବହାର କରାଯାଉଛି । ବିଶେଷକରି ରାତି ସମୟରେ ବିନା ଏସିରେ ତ ଲୋକଙ୍କୁ ନିଦ ହେଉନାହିଁ । ବାସ୍ତବରେ ରୁମ୍ ର ତାପମାତ୍ରା ଆପଣଙ୍କ ନିଦକୁ ସର୍ବାଧିକ ପ୍ରଭାବିତ କରିଥାଏ । ଆପଣଙ୍କ ରୁମ୍ର ତାପମାତ୍ରା ଯଦି ବହୁତ ଅଧିକ ଗରମ କିମ୍ବା ବହୁତ ଅଧିକ ଥଣ୍ଡା ରହିଛି ତେବେ ଏଥିରେ ଭଲ ନିଦ ହେବାକୁ ସମସ୍ୟା ଉପୁଜିଥାଏ । ଯଦି ଆପଣ ଗରମରୁ ରକ୍ଷା ପାଇବା ଲାଗି ଏସିର ବ୍ୟବହାର କରୁଛନ୍ତି ତେବେ ଆପଣଙ୍କ ଲାଗି ଏହା ଜାଣିବା ଜରୁରୀ ଯେ, କେତେ ତାପମାତ୍ରାରେ ଆପଣଙ୍କୁ ଭଲ ନିଦ ଆସିବ ।

ମେଡିକାଲ୍ ନ୍ୟୁଜ୍ ଟୁଡେ ଅନୁଯାୟୀ ଗାଢ ନିଦ ଲାଗି ଏସି ତାପମାତ୍ରା ୧୮ ଡିଗ୍ରୀ ସେଲସିୟସ ରହିବା ସବୁଠାରୁ ଭଲ । ତେବେ କେତେକାଂଶରେ ଏହା ବ୍ୟକ୍ତିର ପସନ୍ଦ ଉପରେ ବି ନିର୍ଭର କରିଥାଏ । ଆପଣ ଏସିର ତାପମାତ୍ରା ୧୫.୬ରୁ ୧୯.୬ ଡିଗ୍ରୀ ସେଲସିୟସ ମଧ୍ୟରେ ରଖି ମଧ୍ୟ ଗାଢ ନିଦର ଆନନ୍ଦ ନେଇପାରିବେ । ଏହା ବ୍ୟତିତ ୨୩ ଡିଗ୍ରୀ ସେଲସିୟସ୍ ରେ ମଧ୍ୟ ରାତିରେ ଭଲ ନିଦ ହେବ ।

ଗରମ ଦିନମାନଙ୍କରେ ଏସିରେ ଶୋଇବାର ବହୁ ଫାଇଦା ରହିଛି । ଏହାଦ୍ୱାରା ଆପଣ ଡିହାଇଡ୍ରେସନ, ହିଟ୍ ଷ୍ଟ୍ରୋକ୍, କ୍ଲାନ୍ତି ଆଦିରୁ ଆରାମ ପାଇପାରିବେ । କିନ୍ତୁ ଆପଣ ଏସିରେ ଏୟାର ଫିଲ୍ଟରର ବ୍ୟବହାର କରିବାକୁ ଭୁଲନ୍ତୁ ନାହିଁ । ଏୟାର ଫିଲ୍ଟର ବ୍ୟବହାର କରିବା ଦ୍ୱାରା ଆପଣ ପୋଲେନ୍, ମାଇକ୍ରୋବ୍ସ, ବ୍ୟାକ୍ଟେରିଆ ଆଦିରୁ ରକ୍ଷା ପାଇପାରିବେ । ଫଳରେ ଆପଣ ଆଜ୍ମା, ଶ୍ୱାସ ନଳୀରେ ସମସ୍ୟା ସମ୍ବନ୍ଧିତ ରୋଗରୁ ରକ୍ଷା ପାଇପାରିବେ ।

 

Get real time updates directly on you device, subscribe now.