fbpx

ପୁରୁଷଙ୍କ ତୁଳନାରେ ମହିଳାଙ୍କୁ ହାର୍ଟ ଆଟାକ୍‌ ହେବାର ଆଶଙ୍କା କାହିଁକି ରହିଛି ଅଧିକ ? ଜାଣନ୍ତୁ ଉତ୍ତର

ପୁରୁଷଙ୍କ ତୁଳନାରେ ମହିଳାଙ୍କଠାରେ ହାର୍ଟ ଆଟାକ୍‌ ହେବାର ଆଶଙ୍କା ଅଧିକ ରହିଥାଏ। ଋତୁସ୍ରାବ ବିରତି ପରେ କିଛି ମହିଳାଙ୍କଠାରେ ଏହି ସମସ୍ୟା ପ୍ରାୟତଃ ଅଧିକ ଦେଖାଯାଏ। ୧୫ରୁ ୪୫ ବର୍ଷ ମଧ୍ୟରେ ମହିଳାମାନଙ୍କ ଶରୀରରେ କ୍ଷରଣ ହେଉଥିବା ଇଷ୍ଟ୍ରୋଜେନ୍‌ ହରମୋନ ହାର୍ଟର ସୁରକ୍ଷା କରିଥାଏ।

କିନ୍ତୁ ମାସିକ ଋତୁସ୍ରାବ ବନ୍ଦ ହେବା ପରେ ଏହା କ୍ଷରଣ ହୋଇ ନ ଥାଏ। ଫଳରେ ବୟସ୍କ ମହିଳାଙ୍କଠାରେ ହାର୍ଟ ଆଟାକ୍‌ ସମସ୍ୟା ଦେଖାଯିବାର ଆଶଙ୍କା ବଢ଼ିଯାଇଥାଏ। ଏନେଇ ନିକୋସିଆ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ତେବେ ସୋୟାବିନ୍‌ଯୁକ୍ତ ଖାଦ୍ୟ ଖାଇଲେ ଏହି ସମସ୍ୟା କିଛିଟା କମିଯାଇଥାଏ। ଏହାର ନିରାକରଣ ପାଇଁ ଇଷ୍ଟ୍ରୋଜେନ୍‌ ଓ ପ୍ରୋଜିଷ୍ଟେରନ୍‌ ଔଷଧ ଖାଇବାକୁ କେତେକ ଡାକ୍ତର ପରାମର୍ଶ ଦେଇଥାନ୍ତି। ଏହାକୁ ହର୍‌ମୋନ୍‌ ରିପ୍ଲେସମେଣ୍ଟ ଥେରାପି ମଧ୍ୟ କୁହାଯାଏ। ଏହି ଥେରାପି ହୃଦ୍‌ଘାତରୁ ରକ୍ଷା କରିଥାଏ।

ମାତ୍ର ଏହି ଥେରାପି ଯୋଗୁ ବେଳେବେଳେ ଜରାୟୁ କର୍କଟ ସୃଷ୍ଟି ହେବାର ଆଶଙ୍କା ରହିଥାଏ। ତେଣୁ ଏହି ଥେରାପିର ସହାୟତା ନେବା ବଦଳରେ ଦୈନଦିନ ଖାଦ୍ୟ ଅଭ୍ୟାସରେ କେତେକ ପରିବର୍ତ୍ତନ ଆଣିଲେ ବୟସ୍କ ମହିଳାଙ୍କଠାରେ ହାର୍ଟ ଆଟାକ୍‌ ସମସ୍ୟା ଦୂର ହୋଇପାରିଥାଏ ବୋଲି ଏହି ରିପୋର୍ଟରେ ଦର୍ଶାଯାଇଛି।

Get real time updates directly on you device, subscribe now.