fbpx

ବରଠୁ ୧୪୦୦ କିଲୋମିଟର ଦୂରରେ କନ୍ୟା ,ତଥାପି ହେଲା ବାହାଘର

ଭୁବନେଶ୍ୱର :୨୦ । ୪(ଓଡିଶା ଭାସ୍କର): ଲକ ଡାଉନ ବେଳେ ବାହା ହେଉଥିବା ଯୋଡିଙ୍କ ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । କିଏ ମୁଁହଁରେ ମାସ୍କ ଲାଗାଇ ବାହା ହେଉଛି ତ କିଏ ନିୟମ ଭାଙ୍ଗି ସମାଲୋଚିତ ହେଉଛି । ଏଭଳି ଅବସ୍ଥାରେ ରିସ୍କ ନେବାକୁ ଚାହିଁନାହାନ୍ତି ଏଭଳି ଏକ ଯୋଡି । ବର ମୁମ୍ବାଇର ,କନିଆ ବରେଲିର । ବର ସୁଷେନ କାନାଡାର ଏକ ଆଇଟି କମ୍ପାନୀରେ ଚାକିରୀ କରନ୍ତି । ବାହାଘର ପାଇଁ ସେ ନିଜ ଘର ମୁମ୍ବାଇ ଫେରିଥିଲେ । ଡେଷ୍ଟିନେସନ ୱେଡିଂ ପାଇଁ ଉତ୍ତରଖଣ୍ଡର ଏକ ହୋଟେଲ ବୁକ୍ କରାଯାଇଥିଲା । କିନ୍ତୁ ଲକ ଡାଉନ ପାଇଁ ଫେଲ ମାରିଲା ଯୋଜନା । ଏଭଳି ଅବସ୍ଥାରେ ନୂଆ ଯୋଗାଡ ଲାଗାଇଲେ ଉଭୟ । ଭିଡିଓ କନଫରେନସିଂ ମାଧ୍ୟମରେ ହେଲା ବାହାଘର । ଛତିଶଗଡରେ ଥିବା ପଣ୍ଡିତ ବି ସମାନ ଉପାୟରେ ମନ୍ତ୍ର ପଢ଼ିଲେ । ବର ଓ କନ୍ୟା ଯାତ୍ରୀ ବି ଭିଡିଓ କନଫରେନସିଂ ମାଧ୍ୟମରେ ଉଭୟଙ୍କୁ ଆଶିର୍ବାଦ ଦେଲେ । ପୂର୍ବରୁ ହଲଦୀ ଓ ମେହେନ୍ଦି ଭଳି ରିତୀ ବି ଭିଡିଓ କନଫରେନସିଂରେ ହୋଇଥିଲା ।

Get real time updates directly on you device, subscribe now.