fbpx

ଟମାଟ ଠାରୁ ଆରମ୍ଭ କରି ଧନିଆ, ଆଳୁ, ପିଆଜ; ସବୁ ହେଲା ମହଙ୍ଗା, ଦାମ୍ ବଢ଼ିବାର କାରଣ ହେଉଛି…

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଠାରୁ ଆରମ୍ଭ କରି ୟୁପି ପର୍ଯ୍ୟନ୍ତ ବିଭିନ୍ନ ରାଜ୍ୟରେ ପନିପରିବାର ଦାମ୍ ଏବେ ମହଙ୍ଗା ହେବାରେ ଲାଗିଛି । ହୋଲସେଲ୍ ଠାରୁ ଆରମ୍ଭ କରି ରିଟେଲ ମାର୍କେଟ ପର୍ଯ୍ୟନ୍ତ ସବୁ ସ୍ଥାନରେ ପନିପରିବାର ଦାମ୍ ଆକାଶ ଛୁଆଁ ରହିଛି । ଟମାଟର ଦାମ୍ ସର୍ବାଧିକ ରହିଛି । ପେଟ୍ରୋଲ-ଡିଜେଲର ବଢ଼ୁଥିବା ଦାମ୍ ର ପ୍ରଭାବ ଏବେ ଲୋକଙ୍କ ରୋଷେଇ ଘର ଉପରେ ପଡ଼ିପାରେ ଲାଗିଛି । ହୋଲସେଲ ମାର୍କେଟରେ ଟମାଟର ଦାମ୍ ଏବେ ୬୦ ଟଙ୍କା ହୋଇଯାଇଛି ।

ବିଭିନ୍ନ ରାଜ୍ୟରେ ଏବେ ବର୍ଷା ଲାଗି ରହିଥିବାରୁ ଏହାର ପ୍ରଭାବ ଏବେ ଟମାଟ ଚାଷ ଉପରେ ମଧ୍ୟ ପଡ଼ିଛି । ତେଣୁ ଟମାଟ କମ୍ ଉତ୍ପାଦନ ହେଉଛି, ତୈଳ ଦର ମଧ୍ୟ ବଢ଼ିଛି, ଏହାର ପ୍ରଭାବ ଏବେ ସିଧାସଳଖ ପନିପରିବାର ଦାମ୍ ଉପରେ ପଡ଼ିଛି । ଦିଲ୍ଲୀରେ ଟମାଟ କିଲୋ ପିଛା ୮୦ ଟଙ୍କାରେ ବିକ୍ରି ହେଉଛି । ୟପୁିର କାନପୁରରେ ମଧ୍ୟ ପରିବା ଦାମ୍ ବୃଦ୍ଧି ହୋଇଛି । ପିଆଜ, ଆଳୁ, ଭେଣ୍ଡି ଭଳି ପନିପରିବା ବର୍ଷା କାରଣରୁ କମ୍ ପରିମାଣରେ ଉତ୍ପାଦନ ହେଉଥିବାରୁ ଦାମ୍ ବୃଦ୍ଧି ପାଇଛି । ସେହିପରି ଧନିଆର ଦାମ୍ ୨୦୦ କିଲୋ ପର୍ଯ୍ୟନ୍ତ ହୋଇଯାଇଛି ।

 

 

Get real time updates directly on you device, subscribe now.