fbpx

ଅଟା, ମଇଦା ଓ ଚାଉଳରେ ମିଶ୍ରଣ ହୋଇଛି କେମିକାଲ୍: ସାବଧାନ ରହିବା ସହ ଏଥିରୁ ବର୍ତ୍ତିବା ପାଇଁ ଟିପ୍ପ ଶେୟାର କଲା FSSAI

ନୂଆଦିଲ୍ଲୀ: ବର୍ତ୍ତମାନ ପାର୍ବଣ ଋତୁର ଆଗମନ ହୋଇଥିବାରୁ ଏହି ସମୟରେ ବିଭିନ୍ନ ପ୍ରକାର ମିଠା ସାମଗ୍ରୀର ଚାହିଦା ଅଧିକ ରହିଥାଏ । ତେବେ ଚାହିଦା ବଢ଼ୁଥିବାରୁ ଏପରି ଖାଦ୍ୟ ସାମଗ୍ରୀରେ ଲୁଟଖୋରମାନେ ବିଭିନ୍ନ ପ୍ରକାର କେମିକାଲ ମିଶାଇ ବିକ୍ରି କରୁଛନ୍ତି । ତେବେ ବିକ୍ରେତାମାନେ ଚାଉଳ, ଅଟା ଓ ମଇଦାରେ ବୋରିକ ଏସିଡ୍ ମିଶ୍ରଣ କରି ବିକ୍ରି କରୁଥିବା ଜଣାପଡ଼ିଛି । ଏପରି କେମିକାଲ ବୋଳାଯୁକ୍ତ ଖାଦ୍ୟ ଖାଇଲେ ତାହା ଶରୀର ପାଇଁ ବହୁତ କ୍ଷତି ସାବ୍ୟସ୍ତ ହୋଇଥାଏ ।

ଏ ବିଷୟରେ ଜନସାଧାରଣଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ କର୍ତ୍ତୃପକ୍ଷ (ଏଫଏସଏସଏଆଇ) ପକ୍ଷରୁ ଟ୍ୱିଟରେ ଏକ ଭିଡିଓ ଶେୟାର କରାଯାଇଛି । କୁହାଯାଇଛି ଯେ, ମଇଦା ଓ ଚାଉଳର ଅଟାରେ ବୋରିକ ଏସିଡ୍ ପରି କେମିକାଲ ମିଶ୍ରଣ କରାଯାଉଥିବାରୁ ତାହାକୁ ଚିହ୍ନିବା ନିହାତି ଜରୁରୀ । ତେବେ ଏଥିରୁ ବର୍ତ୍ତିବା ପାଇଁ ଏଫଏସଏସଏଆଇ ପକ୍ଷରୁ କିଛି ଟିପ୍ପ ଦିଆଯାଇଛି । ତେବେ ଅଟା ବା ମଇଦାରେ ଏହି କେମିକାଲ ମିଶିଛି ନା ନାହିଁ ଜାଣିବା ପାଇଁ ଆପଣ ଏକ ଟେଷ୍ଟ ଟ୍ୟୁବରେ ୧ ଗ୍ରାମ ମଇଦା ନିଅନ୍ତୁ । ଏହାପରେ ଏଥିରେ ୫ ଏମଏଲ ପାଣି ଢାଳନ୍ତୁ ଓ ଭଲଭାବେ ତାହାକୁ ମିଶାନ୍ତୁ । ଏହି ପ୍ରକ୍ରିୟା ପରେ ଟେଷ୍ଟ ଟ୍ୟୁବରେ କନସେନଟ୍ରେଟେଡ ଏଚସିଏଲର କିଛି ବୁନ୍ଦା ମିଶାନ୍ତୁ । ଏହି ସଲ୍ୟୁସନରେ ଏକ ଟରମେରିକ୍ ପେପର ପକାନ୍ତୁ । ଯଦି ମଇଦା ଶୁଦ୍ଧ ହୋଇଥିବ, ତେବେ ପେପରର ରଙ୍ଗରେ କୌଣସି ପରିବର୍ତ୍ତନ ହେବ ନାହିଁ । ମାତ୍ର ଯଦି ପେପରର ରଙ୍ଗ ଲାଲ ପଡ଼ିଯାଏ, ତେବେ ସେଥିରେ କିଛି କେମିକାଲ ମିଶ୍ରଣ ହୋଇଛି ବୋଲି ଆପଣ ନିଶ୍ଚିତ ହୋଇଯାଆନ୍ତୁ । ସୂଚନାଯୋଗ୍ୟ ଯେ, ବୋରିକ ଏସିଡ୍ ଆମ ଶରୀର ପାଇଁ ବହୁତ କ୍ଷତିକାରକ ହୋଇଥାଏ । ଏହାଦ୍ୱାରା ପେଟରେ ଦର୍ଦ, ବୁଖାର, ତ୍ୱଚାରେ ଜ୍ୱଳନ, ପେବ୍ଲିକ ଇନଫ୍ଲେମେଟରୀ ଓ ହାଇ ବ୍ଲଡପ୍ରେସର ପରି ସମସ୍ୟା ବୃଦ୍ଧି ହେଉଥିବା ଏକ ରିପୋର୍ଟରୁ ଜଣାପଡ଼ିଛି ।

Get real time updates directly on you device, subscribe now.