fbpx

ମୁଖ୍ୟ କୋଚ୍ ଓ NCA ମୁଖ୍ୟ ପଦ ପାଇଁ BCCIର ବିଜ୍ଞପ୍ତି; ଜାଣନ୍ତୁ କିଏ ହେବେ ପରବର୍ତ୍ତୀ ବସ୍

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପରବର୍ତ୍ତୀ କୋଚ ପଦବୀ ତଥା ଏନସିଏ ମୁଖ୍ୟ ପଦବୀ ପାଇଁ ବିସିସିଆଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବର୍ତ୍ତମାନର ଏନସିଏ ମୁଖ୍ୟ ତଥା ପୂର୍ବତନ ଭାରତୀୟ ଅଧିନାୟକ ରାହୁଲ ଦ୍ରାବିଡ ଏହି ଦୌଡରେ ସବୁଠାରୁ ଆଗୁଆ ଅଛନ୍ତି । ବର୍ତ୍ତମାନ ଭାରତୀୟ ଦଳର ମୁଖ୍ୟ କୋଚ ରହିଥିବା ରବି ଶାସ୍ତ୍ରଙ୍କ ଦାୟିତ୍ୱ ଚଳିତ ଟି-୨୦ ବିଶ୍ୱକପ୍ ପରେ ଶେଷ ହେବାକୁ ଯାଉଥିବା ବେଳେ ଦ୍ରାବିଡ ତାଙ୍କ ସ୍ଥାନ ନେବାର ସମ୍ଭାବନା ସ୍ପଷ୍ଟ ହୋଇଛି । ଦ୍ରାବିଡ ଶାସ୍ତ୍ରୀଙ୍କ ସ୍ଥାନ ନେବା ନେଇ ଚର୍ଚ୍ଚା ଜୋର ଧରିବା ସହିତ ସେ ଆସନ୍ତା ୨ ବର୍ଷ ପାଇଁ ଭାରତୀୟ ଦଳର କୋଚ ରହିବା ନେଇ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଥିଲା । ଏହାର ଗୋଟିଏ ଦିନ ପରେ ବିସିସିଆଇ ପକ୍ଷରୁ କୋଚ୍ ପଦବୀ ପାଇଁ ଆବେଦନ ଗ୍ରହଣ ଆରମ୍ଭ ହୋଇଛି ।
ଚଳିତ ନଭେମ୍ବରରେ ରବି ଶାସ୍ତ୍ରୀ, ବୋଲିଂ କୋଚ ଭରତ ଅରୁଣ ଏବଂ ଫିଲ୍ଡିଂ କୋଚ୍ ଆର ଶ୍ରୀଧରଙ୍କ କାର୍ଯ୍ୟକାଳ ଶେଷ ହେଉଛି । ତେଣୁ ଦ୍ରାବିଡ ଓ ଭରତ ଅରୁଣଙ୍କ ସ୍ଥାନରେ ପାରସ ମାହାମ୍ବ୍ରେଙ୍କୁ କାର୍ଯ୍ୟଭାର ପ୍ରଦାନ କରାଯିବାର ସମ୍ଭାବନା ସୃଷ୍ଟି ହେଇଛି । ବିସିସିଆଇ ପକ୍ଷରୁ ମୁଖ୍ୟ କୋଚ୍, ବ୍ୟାଟିଂ କୋଚ୍, ବୋଲିଂ କୋଚ୍, ଫିଲ୍ଡିଂ କୋଚ୍ ସମେତ ଏନସିଏ ମୁଖ୍ୟ କୋଚ୍ ପଦବୀ ପାଇଁ ଆବେଦନ କରାଯାଇଛି । ଏନସିଏ ମୁଖ୍ୟ ପଦ ପାଇଁ ଆବେଦନର ଶେଷ ତାରିଖ ନଭେମ୍ବର ୩ ତାରିଖମ ଅପରାହ୍ନ ୫ଟା ରଖାଯାଇଛି । ସେହିପରି ଭାରତୀୟ ଦଳର ଅନ୍ୟ ସମସ୍ତ କୋଚିଂ ପଦବୀ ପାଇଁ ଆବେଦନ ତାରିଖ ମଧ୍ୟ ସମାନ ରହିଛି । ମାତ୍ର ମୁଖ୍ୟ କୋଚ୍ ପଦବୀ ପାଇଁ ଆବେଦନର ଅନ୍ତିମ ତାରିଖ ଅକ୍ଟୋବର ୨୬ ତାରିଖ ରହିଛି । ମୁଖ୍ୟ କୋଚ୍ ପଦବୀ ପାଇଁ [email protected]ରେ ଆବେଦନ କରିବାକୁ ପଡିବ । ସେହିପରି ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂ ପାଇଁ [email protected], [email protected], [email protected]ରେ ଆବେଦନ କରାଯିବ । ଏନସିଏ ମୁଖ୍ୟ ପଦବୀ ପାଇ [email protected]
ଜରିଆରେ ଆଶାୟୀ ପ୍ରାର୍ଥୀ ଆବେଦନ କରିପାରିବେ ।

Get real time updates directly on you device, subscribe now.