fbpx

ପାଣି ସୁଅରେ ଭାସିଗଲା ଗାଡ଼ି: ଜଣେ ମୃତ ଓ ୩ନିଖୋଜ

କେନ୍ଦୁଝର, ୨୬ା୮(ଓଡ଼ିଶା ଭାସ୍କର): ରାଜ୍ୟରେ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ହେଉଛି । ପ୍ରବଳ ବର୍ଷା ଯୋଗୁଁ କେତେକ ସ୍ଥାନରେ ବନ୍ୟା ପରିସ୍ଥିତି ଉପୁଜିଛି । ତେଣୁ କେନ୍ଦୁଝର ସ୍ଥିତ ଆନନ୍ଦପୁର ଜଞ୍ଜାଳିରେ ବନ୍ୟା ପାଣିରେି ଏକ କାର୍ ଭାସି ଯାଇଥିବା ସୂଚନା ମିଳିଛି । କାରରେ ଥିବା ୩ଜଣ ଯାତ୍ରୀ ନିଖୋଜ ଥିବା ଜଣାପଡ଼ିଛି ।

ସେହିପରି ପାଟଣା-ଜେଙ୍କିକୋଟ ରାସ୍ତାର ସ୍ୱାମ୍ ନାଳ ପୋଲ ଉପରେ ପାଣି ହୋଇଯାଇଛି । ସେପଟେ ଧାନ ବୋଝେଇ ଟ୍ରକ ରାସ୍ତା ପାର କରୁଥିବା ବେଳେ ପାଣି ସୁଅରେ ଭାସି ଯାଇଥିଲା । ଯାହାଫଳରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହାସହ ଟ୍ରକ ହେଲପର ଗୁରୁତର ଭାବେ ଆହତ ହୋଇଛନ୍ତି ।

Get real time updates directly on you device, subscribe now.