fbpx

ଚୋରକୁ ମିଳିଲାନି ଦାମୀ ଜିନିଷ; ରାଗରେ ୭୯ ବର୍ଷୀୟ ବୃଦ୍ଧଙ୍କ ପ୍ରାଇଭେଟ ପାର୍ଟରେ ପୂରାଇଦେଲା ବିୟର ବୋତଲ

ନୂଆଦିଲ୍ଲୀ: ଭେନେଜୁଏଲରୁ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଚୋରାମାନେ ଜଣେ ୭୯ ବର୍ଷୀୟ ବୃଦ୍ଧଙ୍କ ପ୍ରାଇଭେଟ ପାର୍ଟରେ ବିୟର ବୋତଲ ପୂରାଇ ଦେଇଥିଲେ । ତୁରନ୍ତ ସେହି ବ୍ୟକ୍ତିଙ୍କର ସର୍ଜରୀ କରାଯାଇ ବୋତଲକୁ ବାହାର କରାଯାଇଥିବା ସୂଚନା ମିଳିଛି । କିନ୍ତୁ ସର୍ଜରୀ ଏବେ ସହଜ ନଥିଲା ।

ଡାକ୍ତରଙ୍କୁ ସର୍ଜରୀ ପାଇଁ ଅନେକ ସମୟ ଲାଗିଥିଲା । ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା କୁହାଯାଉଛି । ପୋଲିସ ଏହି ମାମଲାର ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ, ୭୯ ବର୍ଷୀୟ ବୃଦ୍ଧଙ୍କ ନାଁ ଗୋପନୀୟ ରଖାଯାଇଛି । ତାଙ୍କର କହିବା ମୁତାବକ, ସେଣ୍ଟ୍ରାଲ ୱେନେଜୁଏଲାର ପାଲୋ ନେଗ୍ରୋରେ ୩ ଜଣ ଚୋର ତାଙ୍କ ଘରେ ପଶିଥିଲେ । ଏହା ପରେ ଘରୁ କିଛି ଦାମୀ ଜିନିଷ ନପାଇବାରୁ ସେମାନେ ରାଗିଯାଇଥିଲେ ।

ଏହା ପରେ ଚୋରମାନେ ବୃଦ୍ଧଙ୍କ ପ୍ରାଇଭେଟ ପାର୍ଟ ପଛଭାଗରେ ବିୟର ବୋତଲ ପୂରାଇ ଦେଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲ ନିଆଯାଇଥିଲା । ଏକ୍ସ-ରେ କରିବା ପରେ ଜଣାପଡିଲା କି, ବୋତଲଟି ତାଙ୍କ ଏନସରେ ଫସିଯାଇଛି । ବୋତଲର ଆଗଭାଗ ଅଧିକ ଭିତରକୁ ଚାଲିଯାଇଥିଲା । ରିପୋର୍ଟ ଅନୁସାରେ, ରୋଗୀଙ୍କର ଜରୁରୀକାଳୀନ ସର୍ଜରୀ କରାଯାଇଥିଲା । କିନ୍ତୁ ଏହାକୁ ପରେ ଏହାକୁ ନେଇ କୌଣସି ଅପଡେଟ ଦିଆଯାଇନଥିଲା । ପୋଲିସ ମାମଲାକୁ ଗୁରୁତର ସହ ନେଇ ଯାଞ୍ଚ କରୁଛି ।

Get real time updates directly on you device, subscribe now.