fbpx
BSKY SKY
BSKY SKY

୩୦ ବର୍ଷ ପରେ ହେବ ଶୁକ୍ର ଓ ଶନିଙ୍କ ମିଳନ, ୨୦୨୪ରେ ଏହି ୩ ରାଶିଙ୍କ ଖୋଲିଯିବ ଭାଗ୍ୟ

BSKY

ଜ୍ୟୋତିଷ ଗଣନା ଅନୁଯାୟୀ ଏକ ନିର୍ଦ୍ଧାରିତ ସମୟ ପରେ ସମସ୍ତ ଗ୍ରହ ନିଜର ରାଶି ପରିବର୍ତ୍ତନ କରିଥାନ୍ତି । ଗ୍ରହଙ୍କ ରାଶି ପରିବର୍ତ୍ତନ ଘଟଣା ଜ୍ୟୋତିଷ ଶାସ୍ତ୍ରରେ ବହୁତ ମହତ୍ତ୍ୱପୂର୍ଣ୍ଣ ମନେ କରାଯାଏ । ଯେତେବେଳେ ଏକ ଗ୍ରହ ଏକ ରାଶିରୁ ବାହାରି ଅନ୍ୟ ଏକ ରାଶିରେ ପ୍ରବେଶ କରିଥାନ୍ତି ସେତେବେଳେ ଏହାର ପ୍ରଭାବ ଦେଶ ଦୁନିଆ ସହିତ ସମସ୍ତ ୧୨ ରାଶି ଉପରେ ବି ପଡିଥାଏ ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନି ଓ ଶୁକ୍ର ଗ୍ରହ ମିତ୍ର ହୋଇଥାନ୍ତି । ପ୍ରାୟ ୩୦ ବର୍ଷ ପରେ ୨୦୨୪ରେ ଶନି ଓ ଶୁକ୍ର ଗ୍ରହଙ୍କ ମିଳନ ହେବାକୁ ଯାଉଛି । ଶନି ଦେବ ୨୦୨୪ ପର୍ଯ୍ୟନ୍ତ କୁମ୍ଭ ରାଶିରେ ରହିବେ । ଅନ୍ୟପକ୍ଷରେ ୨୦୨୪ ଆରମ୍ଭରେ ଶୁକ୍ର ନିଜର ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି । ଶୁକ୍ର ଓ ଶନିଙ୍କ ମିଳନର ପ୍ରଭାବ ସମସ୍ତ ୧୨ ରାଶି ଉପରେ ପଡିବ । କିନ୍ତୁ ୩ ରାଶି ଏପରି ରହିଛନ୍ତି ଯାହାଙ୍କ ଉପରେ ଶୁକ୍ର ଓ ଶନିଙ୍କ ବିଶେଷ କୃପା ରହିବ ।
ବୃଷ ରାଶି: ଶନି ଓ ଶୁକ୍ରଙ୍କ କୃପାରୁ ଆର୍ଥିକ ସମସ୍ୟା ଦୂର ହେବ । ବ୍ୟବସାୟରେ ବୃଦ୍ଧି ଘଟିବ । ବିଦ୍ୟାର୍ଥୀଙ୍କ ଲାଗି ସମୟ ଶୁଭ ରହିବ । ଅଫିସ୍‌ରେ ବରିଷ୍ଠଙ୍କ ସହାୟତା ମିଳିବ ।
ମେଷ ରାଶି: ଧନ ଆଗମନର ଯୋଗ ସୃଷ୍ଟି ହେବ । କ୍ୟାରିୟରରେ ସଫଳତା ମିଳିବ । ବ୍ୟବସାୟରେ ବିସ୍ତାର ଘଟିବ । ଦୀର୍ଘଦିନ ଧରି ଅଟକି ରହିଥିବା ଧନ ଫେରିପାଇବେ ।
ମକର: ଶୁକ୍ର ଓ ଶନିଙ୍କ କୃପାରୁ ଅଚାନକ ଧନଲାଭ ହେବ । କ୍ୟାରିୟରରେ ସଫଳତା ମିଳିବ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ସ୍ୱାସ୍ଥ୍ୟ ସମ୍ବନ୍ଧିତ ସମସ୍ୟା ଦୂର ହେବ ।

Get real time updates directly on you device, subscribe now.