fbpx
BSKY
BJD YOUTH SKY
BJD MS SKY

ସାବଧାନ୍! ଭାରତରେ ପୁଣି ବଢୁଛି କରୋନା ଆତଙ୍କ: ଏକାସାଙ୍ଗରେ ୧୪୮ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ପୁଣିଥରେ ଆକ୍ଟିଭ ହେଲାଣି କରୋନା ମହାମାରୀ । ଦୀର୍ଘ ଦିନର ବ୍ରେକ ପରେ ପୁଣି ସଂକ୍ରମଣ ବଢାଉଛି ଏହି ଭାଇରସ୍ । ହଜାର ହଜାର ଲୋକଙ୍କ ମୃତ୍ୟୁ କାରଣ ପାଲଟିଥିବା କରୋନା ବର୍ତ୍ତମାନ ସୁଦ୍ଧା ସ୍ୱାସ୍ଥ୍ୟ ବିଭାଗେ ପାଇଁ ଚିନ୍ତାର ବିଷୟ ପାଲଟିଛି । ଏହାଭିତରେ ଆହୁରି ମୁଣ୍ଡବିନ୍ଧାର କାରଣ ସାଜିଛି ଦେଶରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା । ଶୀତ ଦିନ ଆରମ୍ଭ ହେବା ମାତ୍ରେ ଭାରତରେ କରୋନା ମହାମାରୀରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ଦେଖାଯାଇଛି । ଦେଶରେ ପ୍ରାୟ ୧୪୮ ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକୁ ନେଇ ଏବେ ଚିନ୍ତା ବଢିବାରେ ଲାଗିଛି ।

ରିପୋର୍ଟ ମୁତାବକ, ଦେଶରେ ଗୋଟିଏ ଦିନରେ ୧୪୮ଟି ନୂଆ କରୋନା ଭାଇରସ ସଂକ୍ରମଣ ମାମଲା ସାମନାକୁ ଆସିଛି । ଡିସେମ୍ବର ୯ ତାରିଖ(ଶନିବାର)ରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ, ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ବର୍ତ୍ତମାନ ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଥିବା ସଂକ୍ରମିତଙ୍କ ସଂଖ୍ୟା ୮୦୮ରେ ପହଞ୍ଚିଛି । ତେବେ ଏହି ସଂଖ୍ୟା ପୁଣିଥରେ ସ୍ୱାସ୍ଥ୍ୟ ବିଭାଗ ପାଇଁ ଚିନ୍ତାର ବିଷୟ ପାଲଟି ଯାଇଛି । ସ୍ୱାସ୍ଥ୍ୟ ବିଭାଗର ରିପୋର୍ଟ ଅନୁସାରେ, କରୋନା ଭାଇରସ ସଂକ୍ରମଣ ମାମଲାରେ ମୋଟ ୪ କୋଟି ୫୦ ଲକ୍ଷ ୨ ହଜାର ୮୮୯ରେ ପହଞ୍ଚିଥିବା ବେଳେ ୫ ଲକ୍ଷ ୩୩ ହଜାର ୩୦୬ ଜଣ ଆକ୍ରାନ୍ତ ଏଥିରେ ପ୍ରାଣ ହରାଇଛନ୍ତି ।

ସେହିପରି ସ୍ୱାସ୍ଥ୍ୟ ବିଭାଗର ହେଲ୍ଥ ବୁଲେଟିନରେ କୁହାଯାଇଛି ଯେ, ୪ କୋଟି ୪୪ ଲକ୍ଷ ୬୮ ହଜାର ୭୭୫ ଲୋକ ସଂକ୍ରମଣରୁ ସୁସ୍ଥ ହୋଇ ଫେରିଛନ୍ତି । ଦେଶରେ ସଂକ୍ରମଣରୁ ସୁସ୍ଥ ହୋଇଥିବା ହାର ୯୮.୮୧% ରହିଥିବା ବେଳେ ମୃତ୍ୟୁ ହାର ମାତ୍ର ୧.୧୯% ରହିଛି । ତେବେ କରୋନା ବ୍ୟତୀତ ବର୍ତ୍ତମାନ ଚୀନରେ ଏକ ରହସ୍ୟମୟୀ ନିମୋନିଆ ଭାଇରସ ମଧ୍ୟ ଚିନ୍ତାର କାରଣ ସାଜିଛି । କିନ୍ତୁ ଏହାକୁ ନେଇ ଏବେଠାରୁ ଆଲର୍ଟ ଜାରି କରିଛି ସ୍ୱାସ୍ଥ୍ୟ ବିଭାଗ ।

Get real time updates directly on you device, subscribe now.