fbpx

Oh My God! ମହିଳାଙ୍କ ଆଖି ଭିତରେ ବସା କରିଥିଲେ ୬୦ରୁ ଅଧିକ ପୋକ: ଆପଣ ଏହି ଭୁଲ କରୁ ନାହାନ୍ତି ତ?

ନୂଆଦିଲ୍ଲୀ: ମଣିଷ ଶରୀରର ଏକ ମୂଲ୍ୟବାନ ଅଙ୍ଗ ହେଉଛି ଆଖି । ସାମାନ୍ୟ ଅବହେଳା କିମ୍ବା ଅଣଦେଖା ଆଖି ପ୍ରତି ବିଭିନ୍ନ ସମସ୍ୟା ସୃଷ୍ଟି କରିପାରେ । ଏମିତିକି ଆଖିରେ କିଛି ବିଷାକ୍ତ ଜୀବ ମଧ୍ୟ ପଶିଯିବାର ସମ୍ଭାବନା ବି କିଛି କମ୍ ନୁହେଁ । ଏଭଳି ଏକ ମାମଲା ଦେଖିବାକୁ ମିଳିଛି ଚୀନରେ, ଯେଉଁଠି ଜଣେ ମହିଳାଙ୍କ ଆଖିରୁ ପ୍ରାୟ ୬୦ରୁ ଅଧିକ ପୋକ ବାହାରିଥିବା ଦେଖିବାକୁ ମିଳିଛି । ଏଭଳି ଏକ ଭୟାନକ ଅପରେସନରେ ସଫଳତା ପାଇଛନ୍ତି ଡାକ୍ତର । ତେବେ ମହିଳାଙ୍କ ଏଭଳି ଅବସ୍ଥାକୁ ଦେଖି ଡାକ୍ତର ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ।

ରିପୋର୍ଟ ଅନୁସାରେ, ପୀଡ଼ିତା ମହିଳାଙ୍କ ଆଖି ବାରମ୍ବାର କୁଣ୍ଡାଇ ହେଉଥିଲା । କିନ୍ତୁ ଦିନେ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଆଖିକୁ ଆଙ୍ଗୁଠିରେ ଦଳି ଦେଇଥିଲେ ମହିଳା । ଏହାପରେ ସେ ଯାହା ଦେଖିଲେ, ନିଜକୁ ମଧ୍ୟ ବିଶ୍ୱାସ କରି ପାରି ନଥିଲେ । ତାଙ୍କ ଆଖିରୁ ଏକ ପରଜୀବୀ ପୋକ(Parasite Worm) ବାହାରିଥିଲା । ଏହା ଦେଖି ମହିଳାଙ୍କ ଚିନ୍ତା ବଢି ଯାଇଥିଲା । ତେବେ ଏ ନେଇ ସେ କୁନମିଙ୍ଗ ଅଞ୍ଚଳର ଏକ ଲୋକାଲ ହସ୍ପିଟାଲରେ ଚିକିତ୍ସା ପାଇଁ ପହଞ୍ଚିଥିଲେ । ଡାକ୍ତର ଏହାକୁ ଯାଞ୍ଚ କରିବାରୁ ଏକ ଭୟଙ୍କର ଘଟଣା ବିଷୟରେ ଜାଣିବାକୁ ପାଇଛନ୍ତି ।

ଆଖି ପରୀକ୍ଷା କରିବାରୁ ଡାକ୍ତର ଜାଣିବାକୁ ପାଇଥିଲେ ଯେ, ମହିଳାଙ୍କ ଆଖି ଏବଂ ପଲକ ଭିତରର ସ୍ଥାନକୁ ପୋକ ବସା ବାନ୍ଧି ନେଇଛି । ଏହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ରହି ଯାଇଥିଲେ । ଏହାପରେ ମହିଳାଙ୍କ ଅପରେସନ କରାଯାଇଛି । ଅପରେସନ ସମୟରେ ମିଳାଙ୍କ ଡାହାଣ ଆଖିରୁ ୪୦ରୁ ଅଧିକ ପୋକ ବାହାରିଥିବା ବେଳେ ବାମ ଆଖିରୁ ପ୍ରାୟ ୧୦ରୁ ଅଧିକ ପୋକ ଜୀବନ୍ତ ଭାବରେ ବାହାରକୁ ଆଣିଛନ୍ତି ଡାକ୍ତର । ମହିଳାଙ୍କ ଆଖିରୁ ମୋଟ ୬୦ରୁ ଅଧିକ ପୋକ ବାହାରିଥିବା ଅନୁମାନ କରାଯାଉଛି । ତେବେ ମହିଳାଜଣକ ଫିଲାରିଓଇଡିଆ ନାମକ ଏବଂ ରାଉଣ୍ଡୱାର୍ମରେ ସଂକ୍ରମିତ ହୋଇଥିଲେ । ଏହି ସଂକ୍ରମଣ ମାଛି କାମୁଡ଼ିବା ଦ୍ୱାରା ହୋଇଥାଏ ।

ତେବେ ମହିଳାଜଣକ କହିଛନ୍ତି ଯେ, ସେ କୁକୁର କିମ୍ବା ବିଲେଇ ମାନଙ୍କ ଦ୍ୱାରା ସଂକ୍ରମିତ ହେବାର ସମ୍ଭାବନା ରହିଛି । ଏମାନଙ୍କୁ ଛୁଇଁବା ପରେ ଆଖି ମଳି ଦେଇଥାଇ ପାରନ୍ତି, ଯେଉଁଥିପାଇଁ ଏହି ସଂକ୍ରମଣ ହୋଇପାରେ ବୋଲି ସେ ଆଶଙ୍କା କରୁଛନ୍ତି । ତେବେ ଯଦି ଆପଣ ଏଭଳି କରୁଛନ୍ତି, ଏବେଠାରୁ ସାବଧାନ ହୋଇ ଯାଆନ୍ତୁ । ନଚେତ ଏଭଳି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି ।

Get real time updates directly on you device, subscribe now.