fbpx

ପୋଷ୍ଟଅଫିସ୍‌ରେ ଏଫ୍‌ଡି ଥିଲେ କରନ୍ତୁନି ଏପରି ଭୁଲ୍‌, ଅନ୍ୟଥା ବଡ ଧରଣର କ୍ଷତି ସହିବାକୁ ପଡିବ

ନୂଆଦିଲ୍ଲୀ:ପୋଷ୍ଟଅଫିସ୍ ଏଫ୍‌ଡି ନିୟମରେ ବଡ ପରିବର୍ତ୍ତନ କରାଯାଇଛି । ଏହି କାରଣରୁ ଆପଣ ୫ ବର୍ଷର ଏଫଡିକୁ ସମୟ ପୂର୍ବରୁ ଉଠାଇଲେ ଆପଣଙ୍କୁ ସେଭିଂ ଆକାଉଣ୍ଟ ସୁଧ ହାର ଅନୁସାରେ ଜମା ଅବଧି ଉପରେ ସୁଧ ପ୍ରଦାନ କରାଯିବ । ଏଠାରେ ସୂଚାଇ ଦିଆଯାଇପାରେ କି ପୋଷ୍ଟ ଅଫିସ୍‌ରେ ୫ ବର୍ଷର ଏଫ୍‌ଡିକୁ ୪ ବର୍ଷ ପୂରଣ ହେବା ପରେ ହିଁ ଉଠାଯାଇପାରିବ । ୪ ବର୍ଷ ପୂର୍ବରୁ ଆପଣ ପଇସା ଉଠାଇ ପାରିବେ ନାହିଁ ।

ଉଦାହରଣ ସ୍ୱରୂପ କୌଣସି ବ୍ୟକ୍ତି ଏକ ଲକ୍ଷ ଟଙ୍କାର ଏଫ୍‌ଡି ୭.୫% ସୁଧରେ ୫ ବର୍ଷ ପାଇଁ କରାଇଛନ୍ତି । ୪ ବର୍ଷ ପରେ ତାଙ୍କୁ ଅଚାନକ କୌଣସି କାରଣ ପାଇଁ ପଇସାର ଆବଶ୍ୟକତା ପଡିଲା ତେବେ ସେ ଏ କ୍ଷେତ୍ରରେ ପ୍ରିମାଚ୍ୟୁର ଉଠାଣର ବିକଳ୍ପ ଚୟନ କରିବ । ଏପରି କ୍ଷେତ୍ରରେ ତାକୁ ୭.୫% ସୁଧ ବଦଳରେ ୪% ହାରରେ ସୁଧ ପ୍ରଦାନ କରାଯିବ । ଏପରି ସ୍ଥିତିରେ ଏଫ୍‌ଡି କରିଥିବା ବ୍ୟକ୍ତିକୁ ଏଫଡି ଉପରେ ସୁଧ କ୍ଷେତ୍ରରେ ସିଧା ୩.୫% କ୍ଷତି ସହିବାକୁ ପଡିବ ।

ପୋଷ୍ଟ ଅଫିସ୍‌ରେ ୧,୨ ଓ ୩ ବର୍ଷିଆ ଏଫଡିର ପ୍ରିମାଚ୍ୟୁର ଉଠାଣ ନିୟମରେ ମଧ୍ୟ ପରିବର୍ତ୍ତନ ଘଟିଛି । ଏହି ସମସ୍ତ ଏଫଡିରେ ଡିପୋଜିଟ୍ କରିବାର ୬ ମାସ ଭିତରେ ଆପଣ ଟଙ୍କା ଉଠାଇ ପାରିବେ ନାହିଁ । ୧ ବର୍ଷର ଏଫଡି କ୍ଷେତ୍ରରେ ଯଦି ଆପଣ ୬ ମାସ ପରେ ଟଙ୍କା ଉଠାଇବେ ତେବେ ଆପଣଙ୍କୁ ସେଭିଂ ଆକାଉଣ୍ଟ ହାରରେ ସୁଧ ମିଳିବ । ସେହିପରି ୨ କିମ୍ବା ୩ ବର୍ଷିଆ ଏଫ୍‌ଡି କ୍ଷେତ୍ରରେ ମଧ୍ୟ ସମାନ ନିୟମ ପ୍ରଯୁୁଜ୍ୟ ହେବ ।

Get real time updates directly on you device, subscribe now.