fbpx
BSKY SKY
BSKY SKY

Video; IND vs SA ମ୍ୟାଚ ପୂର୍ବରୁ ବିପଦରେ ଷ୍ଟାର କ୍ରିକେଟର ରିଙ୍କୁ: ଫିନିଶରଙ୍କୁ ନେଇ ବଡ଼ ଖବର

BSKY

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆକୁ ଚକମା ଦେବା ପରେ ବର୍ତ୍ତମାନ ଦକ୍ଷିଣ ଆଫ୍ରିକାକୁ ସାମ୍ନା କରିବ ଟିମ ଇଣ୍ଡିଆ । ଏଥିପାଇଁ ଭାରତର ଅନେକ ଖେଳାଳି ଆଫ୍ରିକାରେ ପହଞ୍ଚିସାରିଛନ୍ତି । ତେବେ ଆସନ୍ତାକାଲି ଭାରତ ସିରିଜର ପ୍ରଥମ T-20 ମ୍ୟାଚ ଖେଳିବ । ଏହି ଦିନିକିଆ ସିରିଜ ପୂର୍ବରୁ ଟିମ ଇଣ୍ଡିଆର ନୂଆ ସୁପରଷ୍ଟାର ରିଙ୍କୁ ସିଂହଙ୍କ ଉପରେ ଏକ ଆକ୍ରମଣ ହୋଇଥିବା ଜାରିବାକୁ ମିଳିିଛି । ସାଉଥ ଆଫ୍ରିକା ସିରିଜ ଆରମ୍ଭ ପୂର୍ବରୁ ଏହାର ଏକ ଭିଡିଓ ଦେଖାଯାଇଛି । ଷ୍ଟାର ଅଲରାଉଣ୍ଡର ରିଙ୍କୁ ସିଂହ ଏକ ଭିଡିଓରେ ନିଜ ବିଷୟରେ କିଛି ସ୍ପେଶାଲ କଥା କହିଛନ୍ତି । ତେବେ ଏଥିରେ ସେ ନିଜ ଉପରେ ହୋଇଥିବା ଏହି ଆକ୍ରମଣ ବିଷୟରେ ମଧ୍ୟ ଫ୍ୟାନ୍ସମାନଙ୍କୁ ସୂଚନା ଦେଇଛନ୍ତି ।

ବିସିସିଆଇ ପୋଷ୍ଟ କରିଥିବା ଏହି ଭିଡିଓରେ ଏକ ବଡ଼ ରହସ୍ୟ ଉପରୁ ମଧ୍ୟ ପରଦା ଉଠାଇଛନ୍ତି । ବିସିସିଆଇରଏହି ଭିଡିଓରେ ରିଙ୍କୁ ନିଜ ବିଷୟରେ ଦର୍ଶକଙ୍କୁ କହୁଥିବା ବେଳେ ଏକଅଜବ କାଣ୍ଡ ଘଟାଇଛନ୍ତି ଷ୍ଟାର ବ୍ୟାଟର ଶୁଭମନ ଗିଲ୍ । ଭିଡିଓ ସରିବା ସମୟରେ ଗିଲ୍ ଆସି ରିଙ୍କୁ ଙ୍କ ପାଖରେ ପହଞ୍ଚିଥିଲେ । ଏହାପରେ ରିଙ୍କୁ ସିଂହଙ୍କ ସମସ୍ତ ଗୁମର ଖୋଲି ଦେଇଛନ୍ତି ଗିଲ୍ । ବର୍ତ୍ତମାନ ଗିଲ୍ ଙ୍କ ଏହି ବୟାନକୁ ନେଇ ସବୁଆଡ଼େ ଚର୍ଚ୍ଚା ଆରମ୍ଭ ହୋଇଛି । ଗିଲ୍ କହିଛନ୍ତି ଯେ, ରିଙ୍କୁଙ୍କୁ ମାଙ୍କଡ଼ କାମୁଡ଼ିଛି । ତେଣୁ ପଡ଼ିଆ ଭିତରେ ରିଙ୍କୁ ଏତେ ଜୋରରେ ଦୌଡ଼ିବା ପାଇଁ ସମର୍ଥ ହେଉଛନ୍ତି । ଏହାପରେ ରିଙ୍କୁ ନିଜ ହାତ ଦେଖାଇସମ୍ପୂର୍ଣ୍ଣ ସତ ବଖାଣିଛନ୍ତି । ତାଙ୍କୁ ପୂର୍ବରୁ ମାଙ୍କଡ଼ କାମୁଡ଼ିଥିବା ମାନିଛନ୍ତି ରିଙ୍କୁ । ତେବେ କେଉଁଠି ଏବଂ କେବେ ରିଙ୍କୁ ମାଙ୍କଡ଼ କାମୁଡ଼ିବାର ଶିକାର ହୋଇଛନ୍ତି ସେ ନେଇ କୌଣସି ସ୍ପଷ୍ଟ କହି ନାହାନ୍ତି ।

ଭାରତୀୟ ଦଳ ପାଇଁ ୫ନମ୍ବରରେ ବ୍ୟାଟିଂ କରିବାର ପ୍ରକୃତ କାରଣ ମଧ୍ୟ ଦର୍ଶାଇଛନ୍ତି ରିଙ୍କୁ । ଷ୍ଟାର ଅଲରାଉଣ୍ଡରଙ୍କ ଇଣ୍ଟରଭ୍ୟୁରେ ସେ ୟୁପି ପାଇଁ ଏହି ନମ୍ବରରେ କିପରି ଖେଳି ଆସିଛନ୍ତି ତାହା ସ୍ପଷ୍ଟ କହିଛନ୍ତି । ଏହାବ୍ୟତୀତ କୋଚ୍ ରାହୁଲ ଦ୍ରାବିଡଙ୍କ ସହ ଆଲୋଚନା କରି ସେ ଏହି ସ୍ଥାନରେ ବ୍ୟାଟିଂ କରିବାକୁ ଚାହିଁଥିଲେ ବୋଲି ଏହି ଭିଡିଓରେ ପ୍ରକାଶ ପାଇଛି । ତେବେ ରିଙ୍କୁ ସିଂହଙ୍କ ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆର ଖୁବ ଭାଇରାଲ ହେବାରେ ଲାଗିଛି ।

Get real time updates directly on you device, subscribe now.