fbpx
BSKY
BJD SHG SKY
BJD YOUTH SKY

ଦୀପାବଳୀ ପୂର୍ବରୁ ଚମକିବ ଏହି ରାଶି ଲୋକଙ୍କ ଭାଗ୍ୟ, ହେବେ ମାଲାମାଲ୍

ଆଗକୁ ଆସୁଛି ଦୀପାବଳୀ । ଏହି ଉତ୍ସବରେ ମା ଲକ୍ଷ୍ମୀଙ୍କ କୃପା ପାଇବାକୁ ସମସ୍ତେ ବିଭିନ୍ନ ରୀତିନୀତି ପାଳନ କରୁଛନ୍ତି । ଏଥର ଦୀପାବଳୀ କିଛି ଲୋକଙ୍କ ପାଇଁ ଶାନଦାର୍ ହେବାକୁ ଯାଉଛି, କାରଣ ସେମାନଙ୍କ ଉପରେ ମା ଲକ୍ଷ୍ମୀଙ୍କ କୃପା ବର୍ଷିବା ଆରମ୍ଭ ହୋଇଛି । ଦୀପାବଳୀ ପୂର୍ବରୁ ୫ ରାଶିର ଲୋକଙ୍କ ଭାଗ୍ୟ ବଦଳିବାକୁ ଯାଉଛି । ଆସନ୍ତୁ ଜାଣିବା କେଉଁ କେଉଁ ରାଶି…

ମେଷ:

ମେଷ ରାଶିର ଲୋକଙ୍କୁ ଚାକିରି ଓ ବ୍ୟବସାୟରେ ବଡ଼ ସଫଳତା ମିଳିବ । ବ୍ୟବସାୟୀଙ୍କ ଉପରେ ଏହି ସମୟରେ ଧନବର୍ଷା ହେବାର ଅଛି । ବଡ଼ ବଡ଼ ଅର୍ଡର ମିଳିପାରେ । ଧନଲାଭ ଯେତେ ହେଲେ ବି ବୁଝିବିଚାରି ଖର୍ଚ୍ଚ କରିବା ଉଚିତ୍ ।

ବୃଷ:

ବୃଷ ରାଶିର ଲୋକଙ୍କୁ କ୍ୟାରିୟରରେ ଜବରଦସ୍ତ ଲାଭ ମିଳିବ । ପ୍ରୋମୋସନ ଓ ଇନକ୍ରିମେଣ୍ଟ ମିଳିପାରେ । ଧନ ଲାଭ ସହିତ ସମ୍ପତ୍ତିରେ ବି ଲାଭ ମିଳିପାରେ ।

ସିଂହ:

ସିଂହ ରାଶିର ଲୋକଙ୍କୁ ଏହି ସମୟରେ କ୍ୟାରିୟରରେ ଲାଭ ମିଳିବ । ଇନକ୍ରିମେଣ୍ଟ ସହିତ ପଦୋନ୍ନତିର ସୁଯୋଗ ରହିଛି । ପ୍ରେମ ଜୀବନ ଓ ପାରିବାରିକ ଜୀବନ ଭଲ ରହିବ । ପାର୍ଟନର ଓ ଆପଣଙ୍କ ମଧ୍ୟରେ ପ୍ରେମ ଆହୁରି ବଢ଼ିବ ।

କନ୍ୟା:

କନ୍ୟା ରାଶିର ଜାତକଙ୍କ ପାଇଁ ଶୁକ୍ରର ରାଶି ପରିବର୍ତ୍ତନ କ୍ୟାରିୟର ଓ ପାରିବାରିକ ଜୀବନ ପାଇଁ ଭଲ ଫଳ ଆଣିବ । ଘର-ଗାଡ଼ି କିଣିପାରିବେ । କ୍ୟାରିୟରରେ ଲାଭ ହେବ । ଘରକୁ ଖୁସି ଆସିବ ।

କୁମ୍ଭ:

ଶୁକ୍ର ଗ୍ରହ କୁମ୍ଭ ରାଶିର ଲୋକଙ୍କ ପାଇଁ ଶୁଭଫଳ ଆଣିଦେବ । ଭାଗ୍ୟର ସହଯୋଗ ଯୋଗୁଁ ଏହି ରାଶିର ଲୋକଙ୍କ ଅଟକିଥିବା କାମ ହୋଇଯିବ । ନିବେଶ ପାଇଁ ଏହି ସମୟ ଭଲ ରହିବ । ଖାସକରି ଜମିରେ ନିବେଶ କରିବା ଫାଇଦା ଆଣିଦେବ । ମାତା-ପିତାଙ୍କ ସହଯୋଗରେ ବଡ଼ କାମ ବି ସମ୍ପର୍ଣ୍ଣ ହେବ । ଧନ ଲାଭ ହେବ ।

Get real time updates directly on you device, subscribe now.