fbpx

୪୩ ଦିନ ଧରି ଶୁକ୍ରଙ୍କ ବକ୍ରୀ ଚଳନ, କେଉଁ କେଉଁ ରାଶି ଉପରେ କ’ଣ ପ୍ରଭାବ ପଡିବ ଓ ପ୍ରତିକାର କ’ଣ କରିବେ ଆସନ୍ତୁ ଜାଣିବା

୨୩ ଜୁଲାଇରୁ ଶୁକ୍ର ଗ୍ରହ ବକ୍ରୀ ହେବାକୁ ଯାଉଛନ୍ତି ଶୁକ୍ର । ଶୁକ୍ର ବକ୍ରୀ ହୋଇ ସିଂହ ରାଶିରୁ କର୍କଟ ରାଶିରେ ପ୍ରବେଶ କରିବେ । ଯେତେବେଳେ ବି କୌଣସି ଗ୍ରହ ବକ୍ରୀ ହୋଇଥାନ୍ତି ଏହାର ସିଧା ପ୍ରଭାବ ରାଶି ଉପରେ ପଡିଥାଏ । ତେବେ ଏତର ଶୁକ୍ର ବକ୍ରୀ ହେବା ଦ୍ୱାରା ୭ ରାଶିଙ୍କ ଉପରେ ନକରାତ୍ମକ ପ୍ରଭାବ ପଡୁଛି ।
୪୩ ଦିନ ଧରି ଶୁକ୍ର ଓଲଟା ଚଳଣ କରିବେ । ଏହା ଦ୍ୱାରା କେଉଁ କେଉଁ ରାଶି ଉପରେ କ’ଣ ପ୍ରଭାବ ପଡିବ ଓ ପ୍ରତିକାର କ’ଣ କରିବେ ଆସନ୍ତୁ ଜାଣିବା ।
ମେଷ ରାଶି: ପିତାଙ୍କ ସ୍ୱାସ୍ଥ୍ୟ ଖରାପ ହେବ । ପରିବାରରେ ସଂପର୍କରେ ଅଶାନ୍ତି ସୃଷ୍ଟି ହେବ । ବ୍ୟକ୍ତିଙ୍କୁ ଘରୁ ଦୂରକୁ ଯିବାକୁ ପଡିପାରେ । ଚାକିରୀ କ୍ଷେତ୍ରରେ ବି ସାବଧାନତା ଅବଲମ୍ବନ କରିବା ଜରୁରୀ ।
ଉପାୟ:ହନୁମାନଜୀଙ୍କ ଆରାଧନା କରନ୍ତୁ ।
କନ୍ୟା: ଏହି ରାଶିର ଜାତକଙ୍କୁ ସାବଧାନତା ଅବଲମ୍ବନ କରିବାକୁ ହେବ । ଆର୍ଥିକ କ୍ଷତିର ସାମ୍ନା କରିପାରନ୍ତି । ଅନାବଶ୍ୟକ ଖର୍ଚ୍ଚ କାରଣରୁ ଆପଣଙ୍କ ବ୍ୟାଙ୍କ ବାଲାନ୍ସ ହ୍ରାସ ପାଇବ । ବ୍ୟବସାୟରେ ବୁଝି ସୁଝି ନିବେଶ କରିବେ । କାର୍ଯ୍ୟକ୍ଷେତ୍ରରେ ବି ଅଶାନ୍ତି ଦେଖାଦେବ ।
ଉପାୟ: ଶନିବାର ହନୁମାନ ଚାଳିଶା ପାଠ କରନ୍ତୁ ।
ବିଛା ରାଶି:ମା’ଙ୍କ ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ । ଏହା ସହିତ ଆପଣଙ୍କ ସ୍ୱାସ୍ତ୍ୟ ଉପରେ ବି ବିଶେଷ ଧ୍ୟାନ ରଖନ୍ତୁ । ଏହି ସମୟରେ ଆପଣ ଅନାବଶ୍ୟକ ଖର୍ଚ୍ଚ କରିପାରନ୍ତି ।
ଉପାୟ: ହନୁମାନ ଚାଳିଶା ପାଠ ।
ଧନୁ:ଯେଉଁ ବି କାର୍ଯ୍ୟ କରୁଛନ୍ତି ବୁଝି ବିଚାରି କରନ୍ତୁ । ଏହି ସମୟରେ ଆପଣଙ୍କ ମତି ଭ୍ରମ ହୋଇପାରେ । ଫଳରେ ଆପଣଙ୍କ ସବୁ କାମ ବିଗିଡିଯିବ । ବିଦ୍ୟାର୍ଥୀଙ୍କ ପଢାରେ ମନ ଲାଗିବ ନାହିଁ ।
ଉପାୟ:ଭଗବାନ ଗଣେଶ ଓ ମାତା ସରସ୍ୱତୀଙ୍କ ପୂଜା କରନ୍ତୁ ।
ମକର:ଶାରୀରିକ କଷ୍ଟ ଭୋଗିବାକୁ ପଡିପାରେ । ନିଜ ସ୍ୱାସ୍ଥ୍ୟ ପ୍ରତି ସଚେତନ ନ ରହିଲେ ହସ୍ପିଟାଲରେ ଚକ୍କର କାଟିବାକୁ ପଡିପାରେ । ବ୍ୟବସାୟରେ ବି କ୍ଷତି ହେବ । ଏହି ସମୟରେ ବଡ ଧରଣର ନିବେଶ କରନ୍ତୁ ନାହିଁ ।
ଉପାୟ:ସୋମବାର ଶିବଙ୍କ ଉପରେ ବେଲପତ୍ର ଚଢାନ୍ତୁ ।
କୁମ୍ଭ:ପାରିବାରିକ ବ୍ୟବସାୟରେ କ୍ଷତି ହେବ । ଫଳରେ ପରିବାରରେ କଳିଝଗଡା ବଢିବ । କାର୍ଯ୍ୟକ୍ଷେତ୍ରରେ ବାଧା ଉପୁଜିବ । ନିଜଠାରୁ ବଡମାନଙ୍କ ସହ ଯୁକ୍ତି ତର୍କ କରନ୍ତୁ ନାହିଁ ।
ଉପାୟ:ଭଗବାନ ଶିବଙ୍କୁ ପୂଜା କରନ୍ତୁ ।
ମୀନ:ଯାନବାହାନରେ ଯାତ୍ରା କରିବା ସମୟରେ ସଚେତନ ରୁହନ୍ତୁ । ଗାଡି ଚଳାଇବା ସମୟରେ ବି ସାବଧାନ ରୁହନ୍ତୁ । ଆଣଙ୍କ କୁଣ୍ଡଳୀରେ ଦୁର୍ଘଟଣା ଯୋଗ ରହିଛି । ଗାଡି ଚଲାଇବା ସମୟରେ ଗତି ଉପରେ ନିୟନ୍ତ୍ରଣ ରଖନ୍ତୁ ।
ଉପାୟ: ଭଗବାନ ଶିବଙ୍କୁ ଅଭିଷେକ କରନ୍ତୁ । ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ ।

Get real time updates directly on you device, subscribe now.