fbpx
BJD SKY
BJD SKY

ନବମ ଠାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ମିଳିବ ୨୫ହଜାର ଟଙ୍କା, ଶୀଘ୍ର କରନ୍ତୁ ଆବେଦନ

BJD

ଗାନ୍ଧୀନଗର:କେନ୍ଦ୍ର ସରକାରଙ୍କ ଭଳି ରାଜ୍ୟ ସରକାର ମଧ୍ୟ ଛାତ୍ରଛାତ୍ରୀମାନଙ୍କ ପାଇଁ ଅନେକ ଯୋଜନା କାର୍ୟ୍ୟକାରୀ କରୁଛନ୍ତି , ଯାହାଦ୍ୱାରା ଗରିବ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଶିକ୍ଷା କ୍ଷେତ୍ରରେ ସହାୟକହୋଇପାରିବ । ଆଜି ଆପଣଙ୍କୁ ଏପରି ଏକ ଯୋଜନା ବିଷୟରେ ଜଣାଇବାକୁ ଯାଉଛୁ ।

ଗୁଜୁରାଟ ରାଜ୍ୟ ସରକାରଙ୍କ ଏହି ସ୍କଲାରସିପ ଯୋଜନା ଦ୍ୱାରା ନବମ ଶ୍ରେଣୀ ଠାରୁ ଦ୍ୱାଦଶ ଶ୍ରେଣୀ ପର୍ୟ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ୨୫ ହଜାର ଟଙ୍କା ଦିଆଯିବ । ତେବେ ଏହି ସ୍କଲାରସିପର ଲାଭ ଉଠାଇବା ପାଇଁ ଆପଣଙ୍କୁ ଆବେଦନ କରିବାକୁ ହେବ । ଯାହା ପାଇଁ କିଛି ଜରୁରୀ ଡକ୍ୟୁମେଣ୍ଟ୍ ଏବଂ ଯୋଗ୍ୟତା ଥିବା ଆବଶ୍ୟକ ।

ତେବେ ସରକାର ଜ୍ଞାନ ସାଧନା ସ୍କଲାରସିପ୍ ମାଧ୍ୟମରେ ୨୫ହଜାର ଟଙ୍କାର ଛାତ୍ରବୃତ୍ତି ପ୍ରଦାନ କରୁଛନ୍ତି । ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ବାର୍ଷିକ ୨୦ହଜାର ଟଙ୍କା ଏବଂ ଏକାଦଶ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ୨୫ହଜାର ଟଙ୍କାର ସ୍କଲାରସିପ୍ ଦିଆଯିବ ।
ଏଥିପାଇଁ ଗ୍ରାମାଞ୍ଚଳ ଛାତ୍ରଛାତ୍ରୀଙ୍କ ପରିବାରର ବାର୍ଷିକ ଆୟ ୧.୨ଲକ୍ଷ ଟଙ୍କା ଏବଂ ସହରାଞ୍ଚଳ ଛାତ୍ରଛାତ୍ରୀଙ୍କ ପରିବାରର ବାର୍ଷିକ ଆୟ ୧.୫ଲକ୍ଷ ହେବା ଜରୁରୀ । ତେବେ ଏହି ଛାତ୍ରବୃତ୍ତି ପାଇଁ ଛାତ୍ରଛାତ୍ରୀଙ୍କୁ ଏକ ପରୀକ୍ଷା ଦେବାକୁ ହେବ । ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାପରେ ଏହି ସ୍କଲାରସିପ୍ ମିଳିବ ।

ଏହା ସହ, ଯେଉଁମାନେ ଅଷ୍ଟମ ଶ୍ରେଣୀ ପାସ୍ କରିଥିବେ ସେମାନେ ମଧ୍ୟ ଏଥିପାଇଁ ଆବେଦନ କରିପାରିବେ । ଆବେଦନ ସମୟରେ ଆଧାର , ପାନ୍ କାର୍ଡ ଏବଂ ସ୍କୁଲ ମାର୍କସିଟ୍ ଆଦି ସମ୍ପୂର୍ଣ୍ଣ ପରିଚୟ ପତ୍ର ଦେବାକୁ ପଡିବ । ତେବେ ଏଥିପାଇଁ ଅନଲାଇନରେ କିମ୍ବା ବିଦ୍ୟାଳୟରେ ଆବେଦନ କରିପାରିବେ । ଯେକୌଣସି ଛାତ୍ର ଜ୍ଞାନ ସାଧନା ସ୍କଲାରସିପ୍‌ ପାଇଁ ଆବେଦନ କରିପାରିବ । କିନ୍ତୁ ପରିବାରର ଆୟ ସୀମାଠାରୁ ଅଧିକ ହୋଇ ନ ଥିବ ।

 

Get real time updates directly on you device, subscribe now.