fbpx

ଜାତୀୟ ଶିକ୍ଷା ସମାଜ ପକ୍ଷରୁ ୬୩୨୯ଟି ପଦ ପାଇଁ ବାହାରିଲା ବିଜ୍ଞାପନ, ଗ୍ରାଜୁଏଟ୍ ପ୍ରାର୍ଥୀ କରିପାରିବେ ଆବେଦନ

ଚାକିରି ଖୋଜୁଥିବା ସମସ୍ତ ଆଶାୟୀଙ୍କ ପାଇଁ ଆସିଛି ଏକ ଖୁସି ଖବର । କେନ୍ଦ୍ର ସରକାରଙ୍କ ଆଦିବାସୀ କଲ୍ୟାଣ ମନ୍ତ୍ରଣାଳୟ ଅଧିନରେ ଥିବା ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ଜାତୀୟ ଶିକ୍ଷା ସମାଜ (ନେଷ୍ଟସ) ପକ୍ଷରୁ ଅନେକ ପଦ ପାଇଁ ନିଯୁକ୍ତି ବିଜ୍ଞାପନ ବାହାରିଛି । ମୋଟ ୬୩୨୯ଟି ପଦରେ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ । ପ୍ରାର୍ଥୀମାନେ ଯେ କୌଣସି ପ୍ରାସଙ୍ଗିକ ବିଷୟରେ ସ୍ନାତକ ପାସ୍ କରିଥିଲେ ଏଥିରେ ଆବେଦନ କରିପାରିବେ ।

ଆସନ୍ତା ମାସ ୧୮ ତାରିଖ ସୁଦ୍ଧା ପ୍ରାର୍ଥୀମାନେ ଅନଲାଇନରେ ଆବେଦନ କରିବା ସହିତ ପେମେଣ୍ଟ ଦାଖଲ କରିପାରିବେ । ଟିଜିଟି ପ୍ରାର୍ଥୀଙ୍କ ପାଇଁ ଆବେଦନ ଫିସ୍ ୧୫୦୦ ଟଙ୍କା ରହିଥିବା ବେଳେ ହଷ୍ଟେଲ ୱାର୍ଡେନ ପ୍ରାର୍ଥୀଙ୍କ ପାଇଁ ୧ ହଜାର ଟଙ୍କା ରହିଛି । ପେମେଣ୍ଟ ଅନଲାଇନ୍ ମୋଡ଼ରେ କରାଯିବ । ଅନୁସୂଚିତ ଜାତି (ଏସସି) ଓ ଅନୁସୂଚିତ ଜନଜାତି (ଏସଟି) ପ୍ରାର୍ଥୀଙ୍କ ପାଇଁ ଫିସ୍ ଛାଡ଼ କରାଯାଇଛି ।

ଶିକ୍ଷକ ନିଯୁକ୍ତି ପରୀକ୍ଷା ପାଇଁ ପ୍ରାର୍ଥୀଙ୍କୁ ୩ ଘଣ୍ଟା ସମୟ ଦିଆଯିବ । ସେହିପରି ଅଣଶିକ୍ଷକ ନିଯୁକ୍ତି ପରୀକ୍ଷା ପାଇଁ ପ୍ରାର୍ଥୀଙ୍କୁ ଅଢ଼େଇ ଘଣ୍ଟା ସମୟ ଦିଆଯିବ । ପରୀକ୍ଷା ତାରିଖ, ପରୀକ୍ଷା ସେଣ୍ଟର, ଆଡମିଟ୍ କାର୍ଡ ଡାଉନଲୋଡ୍, ଆନସର କି, ପରୀକ୍ଷା ଫଳାଫଳ ସମ୍ପର୍କିତ ସମସ୍ତ ତଥ୍ୟ ନେଷ୍ଟସର ଅଫିସିଆଲ ୱେବସାଇଟରେ ଜାରି କରାଯିବ । ତେଣୁ ନିୟମିତ ବ୍ୟବଧାନରେ ପ୍ରାର୍ଥୀମାନେ ୱେବସାଇଟ୍ ପରିଦର୍ଶନ କରିବାକୁ ପରାମର୍ଶ ଦିଆଯାଇଛି ।

ଅନଲାଇନ୍ ଆବେଦନ ଲିଙ୍କ: https://emrs.tribal.gov.in/index.php?lang=1

ନୋଟିଫିକେସନ ଲିଙ୍କ: https://emrs.tribal.gov.in/showfile.php?lang=1&level=1&ls_id=201&lid=139

ଅଫିସିଆଲ ୱେବସାଇଟ୍ ଲିଙ୍କ: https://emrs.tribal.gov.in/

Get real time updates directly on you device, subscribe now.