fbpx
BJD SKY
BJD SKY

ବିଶ୍ୱକପ୍ ପୁର୍ବରୁ ଖୁସି ଖବର: ବ୍ୟାଟିଂ କଲେଣି ଋଷଭ ପନ୍ତ; ୫ ଆହତ ଖେଳାଳିଙ୍କୁ ନେଇ ଆସିଲା ବଡ଼ ଅପଡେଟ୍‌

BJD

ନୂଆଦିଲ୍ଲୀ: ଆଇସିସି ଦିନିକିଆ ବିଶ୍ୱକପ୍ ପୁର୍ବରୁ ଭାରତୀୟ ଟିମ୍ ପାଇଁ ଖୁସି ଖବର ଆସିଛି । ଷ୍ଟାର୍ ଖେଳାଳିଙ୍କ ଆହତ ଚିନ୍ତାର କାରଣ ପାଲଟିଥିବା ବେଳେ ଜସ୍‌ପ୍ରିତ ବୁମ୍ରା ଏବଂ ଶ୍ରେୟସ ଆୟର, କେଏଲ୍‌. ରାହୁଲ, ଋଷଭ ପନ୍ତ ଏବଂ ପ୍ରସିଦ୍ଧ କ୍ରଷ୍ଣାଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ବଡ଼ ସୂଚନା ଦେଇଛି ବିସିସିଆଇ ।

ବିସିସିଆଇ କହିଛି ଯେ, ଜସପ୍ରିତ ବୁମ୍ରା ଏବଂ ପ୍ରସିଦ୍ଧ କ୍ରଷ୍ଣା ଫିଟନେସ୍ ହାସଲ କରିବାର ଶେଷ ପର୍ଯ୍ୟାୟରେ ରହିଛନ୍ତି ଏବେ ସେମାନେ ବୋଲିଂ କରୁଛନ୍ତି । ସେହିଭଳି କେଏଲ୍ ରାହୁଲ ଏବଂ ଶ୍ୟେସ ଆୟର ମଧ୍ୟ ବ୍ୟାଟିଂ କଲେଣି । କେବଳ ଏତିକି ନୁହେଁ ଋଷଭ ପନ୍ତ ମଧ୍ୟ ଟେନ୍‌ରେ ବ୍ୟାଟିଂ କରିବା ଆରମ୍ଭ କରିବା ସହିତ କିପିଂ ମଧ୍ୟ କରୁଛନ୍ତି ।

Get real time updates directly on you device, subscribe now.