fbpx

ଓଲଟିଲା ପିକ୍ ଅପ୍ ଭ୍ୟାନ୍; ଜଣେ ମୃତ ୫ ଗୁରୁତର

କଣ୍ଟାବାଞ୍ଜି: ଦେଶ ତଥା ରାଜ୍ୟରେ ଦିନକୁ ଦୁର୍ଘଟଣା ଜନିତ ମୃତ୍ୟୁ ମାମଲା ବୃଦ୍ଧି ପାଇବାର ଲାଗିଛି । ପ୍ରତ୍ୟେକ କେହି ନା କେହି ସଡକ ଦୁର୍ଘଟଣାରେ ନିଜର ପ୍ରଣ ହରାଉଛି । ସେହିପରି ଏହି ଦୁର୍ଘଟଣାରେ ଅନେକ ଲୋକ ଗୁରୁତର ଆହତ ମଧ୍ୟ ହେଉଛନ୍ତି । ତେବେ ପୂର୍ବରୁ ଏହିପରି ଅନେକ ଘଟଣା ଦେଖିବାବାକୁ ମିଳିଥିବା ବେଳେ ବର୍ତ୍ତମାନ ପୁଣି ଏକ ଘଟଣା ସାମ୍ନାକୁ ଆସିଛି ।

ତେବେ ମିଳିଥିବା ସୂଚନା ଅନୁଯାୟୀ, କଣ୍ଟାବାଞ୍ଜି ନିକଟରେ ଏକ ପିକ୍ ଅପ୍ ଭ୍ୟାନ୍ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ତେବେ ଆହତମାନଙ୍କୁ ନିକଟସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ଜଣାପଡିଛି । ତେବେ ସିଲେତପଡାରୁ ଏକ ଭୋଜିରେ ଯୋଗ ଦେଇ ଫେରିବା ସମୟରେ ସନେ୍ଧଇକେଲା ଥାନା ବୁଢିପଦର ଥାନାରେ ଏହି ପିକ୍ ଅପ୍ ଭ୍ୟାନଟିଭାରସ୍ୟାମ ହରାଇ ଓଲଟି ପଡିଥିଲା । ଫଳରେ ଭୟାନରେ ଥିବା ୬ ଜଣଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୫ ଜଣ ଗୁରୁତର ଆହତ ହୋଇଛନ୍ତି ।

ଅନ୍ୟପକ୍ଷେ ଏହି ଘଟଣାର ଖବର ପାଇ ନିକସ୍ଥ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦହକୁ ଉଦ୍ଧାର କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ସେହିପରି ଅନ୍ୟ ୫ ଜଣ ଆହତମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି । ବର୍ତ୍ତମାନ ସେମାନଙ୍କ ଚିକିସ୍ତା ଚାଲିଛି । ତେବେ ଏହି ୬ ଜଣଙ୍କ ପରିଚୟ ମିଳିପାରି ନଥିବା ବେଳେ ପୋଲିସ ଏନେଇ ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.