fbpx

ଆରପାରିକୁ ଚାଲିଗଲେ ଲୋକପ୍ରିୟ ଅଭିନେତା ମଙ୍ଗଳ ଢିଲ୍ଲୋ: ଚଳଚ୍ଚିତ୍ର ଜଗତରେ ଶୋକର ଛାୟା

ମୁମ୍ବାଇ: ବଲିଉଡ ସିନେ ଦୁନିଆର ଲୋକପ୍ରିୟ ଅଭିନେତା ମଙ୍ଗଳ ଢିଲ୍ଲୋଙ୍କ ଦେହାନ୍ତ ହୋଇଛି । କ୍ୟାନ୍ସର ସହ ଦୀର୍ଘ ଦିନ ପର୍ଯ୍ୟନ୍ତ ଲଢିବା ପରେ ଆଜି ହାରି ଯାଇଛନ୍ତି ମଙ୍ଗଳ । କିଛି ଦିନରୁ ଅସୁସ୍ଥ ଥିବା ବେଳେ ଆଜି ଚିକିତ୍ସିତ ଅବସ୍ଥାରେ ସେ ପ୍ରାଣ ହରାଇଛନ୍ତି । ଅଭିନେତା ଯଶପାଲ ମଙ୍ଗଳଙ୍କ ମୃତ୍ୟୁକୁ ନେଇ ସ୍ପଷ୍ଟ ସୂଚନା ଦେଇଛନ୍ତି । ହିନ୍ଦୀ ସିନେମା ବ୍ୟତୀତ ପଞ୍ଜାବ ଫିଲ୍ମ ଇଣ୍ଡଷ୍ଟ୍ରିରେ ମଧ୍ୟ ଶୋକର ଛାୟା ଖେଳି ଯାଇଛି ।

ସୂଚନା ଅନୁସାରେ, ଲୋକପ୍ରିୟ ଅଭିନେତା ମଙ୍ଗଳ ଢିଲ୍ଲୋ ଦୀର୍ଘ ଦିନରୁ ଏୁଧିଆନାର ଏକ କ୍ୟାନ୍ସର ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । କିନ୍ତୁ ସ୍ୱାସ୍ଥ୍ୟରେ ସୁଧାର ନ ଆସିବାରୁ ମେଡିକାଲରେ ପ୍ରାଣ ହରାଇଛନ୍ତି ଅଭିନେତା ମଙ୍ଗଳ । ଆସନ୍ତା ଜୁନ୍ ୧୮ ତାରିଖରେ ମଙ୍ଗଳ ଢିଲ୍ଲୋଙ୍କ ଜନ୍ମଦିନ ଥିବା ବେଳେ ମାତ୍ର ସପ୍ତାହେ ପୂର୍ବରୁ ତାଙ୍କ ମୃତ୍ୟୁ ଘଟିଛି । ତେବେ ଏ ନେଇ ଅଭିନେତା ଯଶପାଲ ଶର୍ମା ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ସୂଚନା ଦେଇଛନ୍ତି ।

୧୯୮୬ ମସିହାରେ ଏକ ଟିଭି ଶୋ’ ‘କଥା ସାଗର’ରୁ ଅଭିନୟ କ୍ୟାରିୟର ଆରମ୍ଭ କରିଛି । ଏହାପରେ ବୁନିୟାଦ, ଜୁନୁନ୍, ଦ ଗ୍ରେଟ ମୌଲାନା ଆଜାଦ୍, ଯୁଗ ଏବଂ ନୁରଜହାଁରେ ନିଜ ଅଭିନୟର ଛାପ ଛାଡିଥିଲେ । ତେବେ ଖୁନ୍ ଭରି ମାଁଗରୁ ପ୍ରଥମ କରି ହିନ୍ଦୀ ସିନେମାରେ ପାଦ ଥାପିଥିଲେ ମଙ୍ଗଳ ଢିଲ୍ଲୋ । ଏହାପରେ କାନୁନ, ଆପନା ଦେଶ ପରାଏ ଲୋଗ୍, ବିଶ୍ୱାତ୍ମା, ଜିନ୍ଦଗୀ ଏକ ଜୁଆ, ଟ୍ରେନ୍ ଟୁ ପାକିସ୍ତାନ ଆଦି ସିନେମାରେ କାମ କରିଛନ୍ତି ।

Get real time updates directly on you device, subscribe now.