fbpx

ବୋଲ ମାନୁନି ନିଆଁ ; ଜଳୁଛି ୬୦ ହଜାର ହେକ୍ଟର ଜଙ୍ଗଲ, ବନ୍ୟଜନ୍ତୁ କଲବଲ

ନୂଆଦିଲ୍ଲୀ : ପ୍ରଚଣ୍ଡ ତାତିରେ ସାରା ବ୍ରହ୍ମାଣ୍ଡ ଜଳୁଥିବା ବେଳେ ଲୋକମାନେ ଓ ଜୀବଜନ୍ତୁ ଗଛ ମୂଳେ ଆଶ୍ରୟ ନେବାକୁ ଚିନ୍ତା କରନ୍ତି । କିନ୍ତୁ ବର୍ତ୍ତମାନ ସେଇ ଗଛ ଖୋଜି ପାଇବା ଏକ ପ୍ରକାର ଅସମ୍ଭବ ହୋଇଗଲାଣି । ସହରୀକରଣ ପାଇଁ ଗଛ ସବୁ କଟା ଯାଉଥିବା ବେଳେ ଗୋଟିଏ ପରେ ଗୋଟିଏ ଜଙ୍ଗଲ ଜଳିବାରେ ଲାଗିଛି । ଖାଲି ଜଙ୍ଗଲ ନୁହେଁ ତ, ଜଙ୍ଗଲୀ ଜୀବଜନ୍ତୁ ମଧ୍ୟ ନିଆଁ ଜଳି ମୃତ୍ୟୁବରଣ କରୁଛନ୍ତି । ଯାହା ଲକ୍ଷ ଲକ୍ଷ ଟଙ୍କାର କ୍ଷୟକ୍ଷତି ହେବା ସହ ସମାଜିକ ସନ୍ତୁଳନ ନଷ୍ଟ କରୁଛିି ।

ଋଷର କାଜାଖସ୍ତାନର ଜଙ୍ଗଲରେ ଭୟଙ୍କର ଭାବରେ ଜଳୁଛି । ନିଆଁରେ ଲକ୍ଷ ଲକ୍ଷ ପଶୁ-ପକ୍ଷୀଙ୍କ ସମେତ କିଛି ବସ୍ତି ମଧ୍ୟ ଜଳି ଧ୍ୱଂସ ହୋଇଛି । ସେଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ୧୪ ଜଣଙ୍କର ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଛି । ନିଆଁ ଲିଭାଇବା ପାଇଁ ୧୦୦୦ ରୁ ଅଧିକ ଅଗ୍ନିଶମ କର୍ମଚାରୀ ନିୟୋଜିତ ହୋଇଛନ୍ତି ।

କାଜାଖସ୍ତାନର ଜରୁରୀକାଳୀନ ପରିସ୍ଥିତି ମନ୍ତ୍ରଣାଳୟ ଏକ ବିବୃତ୍ତିରେ କୁହାଯାଇଛି ଯେ, “ଦେଶର ଉତ୍ତର-ପୂର୍ବରେ ଏପର୍ଯ୍ୟନ୍ତ ୬୦,୦୦୦ ହେକ୍ଟର ବା ୧୪୮,୦୦୦ ଏକର ଜଙ୍ଗଲରେ ନିଆଁ ଲାଗିଛି । ଏଥିରେ ଗଛ, ଉଦ୍ଭିଦ, ପ୍ରାଣୀ ଏବଂ ମାନବ ବସତି ଜାଳି ଧ୍ୱଂସ ହୋଇଛି । ଉଦ୍ଧାର କାର୍ଯ୍ୟ ସମୟରେ ୩୧୬ ଜଣଙ୍କୁ ଘଟଣାସ୍ଥଳରୁ ସ୍ଥାନାନ୍ତର କରାଯାଇଛି, କିନ୍ତୁ ଉଚ୍ଚ ତାପମାତ୍ରା ଏବଂ ପବନର ଦିଗ ପରିବର୍ତ୍ତନ ହେତୁ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଆସୁଛି ।

ତେବେ ନିଆଁର କାରଣ ବଜ୍ରପାତ ବୋଲି କୁହାଯାଉଛି । ଗୁରୁବାର ଦିନ ବଜ୍ରପାତ ହେତୁ ଜଙ୍ଗଲରେ ନିଆଁ ଲାଗିଥିଲା । ବର୍ତ୍ତମାନ ସୁଦ୍ଧା ଲିଭାଇବା କାର୍ଯ୍ୟରେ ୧୦୦୦ ରୁ ଅଧିକ ଅଗ୍ନିଶମ କର୍ମଚାରୀ ନିୟୋଜିତ ଅଛନ୍ତି ।

Get real time updates directly on you device, subscribe now.