fbpx

ବାହାନଗା ଦୁର୍ଘଟଣା: ଜାଣି ଜାଣି ‘ଲୁପ୍ ଲାଇନ୍’କୁ ପଠାଯାଇଥିଲା କରମଣ୍ଡଳ! ହୋଇଥିଲା କି ଷଡଯନ୍ତ୍ର?

ବାଲେଶ୍ୱର: ବାହାନଗା ଭୟାନକ ଦୁର୍ଘଟଣାକୁ ୧୦ ଦିନ ବିତି ଯାଇଥିଲେ ବି ଏହାକୁ ନେଇ ଆଲୋଚନା ସମାଲୋଚନା ଲାଗି ରହିଛି । ବର୍ତ୍ତମାନ ଏହି ମାମଲାର ତଦନ୍ତଭାର ସିବିଆଇ ଉପରେ ନ୍ୟସ୍ତ ହୋଇଛି । ତେଣୁ ବିଭିନ୍ନ ଦୃଷ୍ଟିକୋଣରୁ ମାମଲାର ଛାନଭିନ ଜାରି ରହିଛି । ତେବେ ଏହା ଭିତରେ ସିବିଆଇ ସାମନରେ ସବୁଠୁ ବଡ ପ୍ରଶ୍ନ ହୋଇ ଠିଆ ହୋଇଛି ଟ୍ରେନର ଗତିପଥ । ମେନ ଲାଇନରେ ଯିବାକୁ ଥିବା ଟ୍ରେନ ହଠାତ ଲୁପ ଲାଇନକୁ ଯାଇଥିଲା କାହିଁକି? ସିଗନାଲ ସିଷ୍ଟମରେ ଏତେ ବଡ ଭୁଲ ପାଇଁ ଦାୟୀ କିଏ? ତେବେ ଏହି ଦୁର୍ଘଟଣା ପ୍ରକୃତରେ ଦୁର୍ଘଟଣା ନା ଷଡଯନ୍ତ୍ର? ଏହାର ଉତ୍ତର ପାଇବା ପାଇଁ ଏସବୁ ପ୍ରଶ୍ନ ଉପରେ ଫୋକସ କରିଛି ସିବିଆଇ ।

ତେବେ ତଦନ୍ତ ଆରମ୍ଭରୁ ସିବିଆଇ ଟିମ୍ ର ଟାର୍ଗେଟ ପାଲଟିଛି ସିଗନାଲ ସିଷ୍ଟମ । ଏହି ସିଷ୍ଟମରେ ହୋଇଥିବା ମାନବଜନିତ ଭୁଲ ପାଇଁ କରମଣ୍ଡଳ ଏହି ଭୟାନକ ଦୁର୍ଘଟଣାର ଶିକାର ହୋଇଛି । ଅଟୋମେଟିକ ସିଗନାଲ ସିଷ୍ଟମରେ କିଛି ଗଡବଡ କରାଯାଇ ଦ୍ରୁତ ଗତିରେ ଆସୁଥିବା କରମଣ୍ଡଳକୁ ମେନ ଲାଇନରୁ ଲୁପ ଲାଇନକୁ ଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ତେବେ ଏହି ଲାଇନରେ ଆଗରେ ଏକ ମାଲବାହୀ ଟ୍ରେନ ଠିଆ ହୋଇଥିଲା, ଫଳରେ କରମଣ୍ଡଳ ସିଧା ଯାଇ ସେହି ଟ୍ରେନକୁ ଧକ୍କା ଦେଇଥିଲା । ଯାହା ଫଳରେ ଏକ ଭୟଙ୍କର ଦୁର୍ଘଟଣା ଘଟିଯାଇଛି । ବୋଲି ରିପୋର୍ଟରୁ ଜାଣିବାକୁ ମିଳିଛି । ନିକଟସ୍ଥ ରେଳ-ରୋଡ ଇଣ୍ଟସେକ୍ସନରେ ଟ୍ରାଫିକକୁ ରୋକିବା ପାଇଁ ବ୍ୟବହୃତ ହୋଇଥିବା ପ୍ରତିବନ୍ଧକ ଯୋଗୁଁ ଟ୍ରେନକୁ କର୍ମଚାରୀ ଲୁପ ଲାଇନରେ ପଠାଇଥିବା ସନ୍ଦେହ କରୁଛି ତଦନ୍ତକାରୀ ଟିମ୍ ।

ତେବେ ଏ ନେଇ ଭାରତୀୟ ରେଲୱେର ଜଣେ ପ୍ରବକ୍ତା କହିଛନ୍ତି ଯେ, ଆବଶ୍ୟକତା ଅନୁସାରେ ସମସ୍ତ ମରାମତି କାର୍ଯ୍ୟ ହୋଇଥାଏ, କିନ୍ତୁ ଅଟୋମେଟିକ ସିଗନାଲ ସିଷ୍ଟମ ସହ କିଛି ଏପଟ-ସେପଟ କରାଯାଇ ପାରିବ ନାହିଁ । ସେପଟେ ସିଗନାଲିଙ୍ଗ ସିଷ୍ଟମରେ ସମ୍ଭାବିତ ଅବହେଳାକୁ ନେଇ ଅଲଗା ତଦନ୍ତ ଆରମ୍ଭ କରିଥିବା କହିଛନ୍ତି ସିବିଆଇ ଅଧିକାରୀ । ତେବେ ଏହି ମାମଲାର ତଦନ୍ତ ଖୁବଶୀଘ୍ର ମିଳିପାରେ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.