fbpx

ମୋବାଇଲ ରିଚାର୍ଜ ବଢିବା ପଡିଲା ମହଙ୍ଗା! Vi ୟୁଜର୍ସ BSNLକୁ କରୁଛନ୍ତି ନମ୍ବର ପୋର୍ଟ

ନୂଆଦିଲ୍ଲୀ: ମୋବାଇଲ ରିଚାର୍ଜ ମହଙ୍ଗା ହେବାପରେ ଗ୍ରାହକଙ୍କୁ କ୍ଷତି ସହିବାକୁ ପଡୁଛି। ଭୋଡାଫୋନ ଆଇଡିଆର ସିଇଓ ଅକ୍ଷୟ ମୂନ୍ଦଡା ମଙ୍ଗଳବାର ଦିନ କହିଛନ୍ତି ଯେ, ଜୁଲାଇରେ ଟାରିଫ ବଢିବା ପରେ ସରକାରୀ କମ୍ପାନୀ ବିଏସଏନଏଲରେ ଗ୍ରାହକଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି। ଅର୍ଥାତ ଭୋଡା-ଆଇଡିଆର ଗ୍ରାହକ ବିଏସଏନଏଲରେ ନିଜର ନମ୍ବର ପୋର୍ଟ କରୁଛନ୍ତି। ଭିଆଇ ବ୍ୟତୀତ ଜିଓ ଏବଂ ଏୟାରଟେଲ ମଧ୍ୟ ନିଜର ସମସ୍ତ ରିଚାର୍ଜକୁ ମହଙ୍ଗା କରିସାରିଛନ୍ତି, ହେଲେ ବିଏସଏନଏଲ ନିଜ ରିଚାର୍ଜର ମୂଲ୍ୟକୁ ଅପରିବର୍ତ୍ତିତ ରଖିଛି।

ଭୋଡା-ଆଇଡିଆ ୫ଜି ନେଟୱାର୍କ ହୋଇଥିବା ବେଳେ ବିଏସଏନଏଲର ୪ଜି ନେଟୱାର୍କ ଖୁବଶିଘ୍ର ଦେଶରେ ରୋଲଆଉଟ ହେବାକୁ ଯାଉଛି। ଏକ ମିଡିଆ ରିପୋର୍ଟ ଅନୁଯାୟୀ, ପ୍ରତିଦିନ ୩୦୦ରୁ ୪୦୦ ନମ୍ବର ବିଏସଏନଏଲରେ ପୋର୍ଟ ହୋଇଛି। ଭିଆଇ ବ୍ୟତୀତ ଅନ୍ୟ ଟେଲିକମ କମ୍ପାନୀର ଗ୍ରାହକମାନେ ନିଜ ନମ୍ବରକୁ ପୋର୍ଟ କରୁଛନ୍ତି। ଜୁଲାଇରେ ୧୩ ଦିନରେ ମଧ୍ୟପ୍ରଦେଶରେ ୧.୦୫ ଲକ୍ଷ ମୋବାଇଲ ନମ୍ବର ବିଏସଏନଏଲରେ ପୋର୍ଟ କରିଛନ୍ତି।

ରିପୋର୍ଟ ମୁତାବକ, ଏପ୍ରିଲ-ଜୁନ ତ୍ରୟମାସରେ ଭୋଡାଫୋନ ୨.୫ ମିଲିୟନ ମୋବାଇଲ ଗ୍ରାହକଙ୍କୁ ଦେଇଛନ୍ତି। ଜୁନର ଶେଷ ପର୍ଯ୍ୟନ୍ତ କମ୍ପାନୀର ସମୁଦାୟ ସବସ୍କ୍ରାଇବର ବେସ ୨୧୦.୧ ମିଲିୟନ ରହିଥିଲା। କମ୍ପାନୀର ୪ଜି ଗ୍ରାହକ ବଢିଛନ୍ତି।

Get real time updates directly on you device, subscribe now.