fbpx

‘ଗାନ୍ଧି ମହାପୁରୁଷ, ମୋଦୀ ଯୁଗପୁରୁଷ’: ଉପରାଷ୍ଟ୍ରପତିଙ୍କ ଏଭଳି ବୟାନକୁ ନେଇ ବର୍ଷିଲେ ବିରୋଧୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଜାତିର ପିତା ମହାତ୍ମାଗାନ୍ଧିଙ୍କ ଉପରେ ବୟାନ ଦେଇ ବିବାଦ ମଧ୍ୟକୁ ଆସିଯାଇଛନ୍ତି ଉପରାଷ୍ଟ୍ରପତି ଜଗଦୀପ ଧନଖର । ଏହି ମାମଲାକୁ ଲଜ୍ଜାଜନକ କହିବା ସହ କଂଗ୍ରେସ ସମେତ ବିରୋଧୀମାନେ ଏବେ ଉପରାଷ୍ଟ୍ରପତିଙ୍କ ଉପରେ ବର୍ଷିଛନ୍ତି । ଚାଟୁକାରିତା କରିବାର ଏକ ସୀମା ଅଛି । ମାତ୍ର ଶ୍ରୀ ଧନଖର ତାହାକୁ ପାର କରିଯାଇଛନ୍ତି ବୋଲି କଂଗ୍ରେସ ନେତା ମନିକମ ଟାଗୋର କହିଛନ୍ତି ।

ଜୈନ ଗୁରୁ ଓ ଦାର୍ଶନିକ ରାମଚନ୍ଦ୍ରଜୀଙ୍କୁ ସମର୍ପିତ ଉଦ୍ଦେଶ୍ୟରେ ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଶ୍ରୀ ଧନଖର କହିଥିଲେ, ‘ମୁଁ ଆପଣଙ୍କୁ ଗୋଟିଏ କଥା କହିବାକୁ ଚାହୁଁଛି, ମହାତ୍ମାଗାନ୍ଧି ବିତିଯାଇଥିବା ଶତାବ୍ଦୀର ମହାପୁରୁଷ ଥିଲେ । ନରେନ୍ଦ୍ର ମୋଦୀ ଚଳିତ ଶତାବ୍ଦୀର ଯୁଗପୁରୁଷ ଅଟନ୍ତି । ଗାନ୍ଧି ସତ୍ୟ ଓ ଅହିଂସା ବଳରେ ବ୍ରିଟିଶଙ୍କ ଗୁଲାମରୁ ଦେଶକୁ ସ୍ୱାଧିନ କରିଥିଲେ । ମୋଦୀ ପ୍ରଗତି ମାର୍ଗରେ ଆମକୁ ଆଗକୁ ବଢ଼ାଉଛନ୍ତି । ମୋଦୀ ଓ ଗାନ୍ଧି ନୁହେଁ ଶ୍ରୀମଦ ରାମଚନ୍ଦ୍ରଜୀଙ୍କର ଶିକ୍ଷାକୁ ଦର୍ଶାଉଛନ୍ତି ।

ତେବେ ଗାନ୍ଧି ଓ ମୋଦୀଙ୍କୁ ନେଇ ଏଭଳି ବୟାନ ଦେବା ପରେ ଏବେ ଶ୍ରୀ ଧନଖର ବିବାଦ ଘେରକୁ ଚାଲିଆସିଛନ୍ତି । କଂଗ୍ରେସ ନେତା ଶ୍ରୀ ଟାଗୋର ଉପରାଷ୍ଟ୍ରପତିଙ୍କୁ ସମାଲୋଚନା କରିବା ସହ ଏଭଳି ପଦରେ ରହି ଚାଟୁକାରିତା କରିବାର କୌଣସି ମୂଲ୍ୟ ନଥାଏ ବୋଲି କହିଛନ୍ତି । ଏଥିସହିତ ଶ୍ରୀ ଟାଗୋର ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସ’ରେ ଏକ ପୋଷ୍ଟ ମଧ୍ୟ ଶେୟାର କରିଛନ୍ତି । ସେହିପରି ଏହି ଉପରାଷ୍ଟ୍ରପତିଙ୍କ ବୟାନକୁ ନେଇ ବହୁଜନ ସମାଜ ପାର୍ଟିର ସାଂସଦ ଦନିଶ ଅଲୀ ମଧ୍ୟ ଆପତ୍ତି ଉଠାଇଛନ୍ତି ।

Get real time updates directly on you device, subscribe now.