fbpx

ଏହିଦିନ ହେବ ଭିକି-କ୍ୟାଟଙ୍କ ରିସେପ୍ସନ୍ ପାର୍ଟି, ସଲମାନ ଖାନଙ୍କ ସମେତ ଏହି ଷ୍ଟାର୍ ମାନେ ହେବେ ସାମିଲ; ଜାଣନ୍ତୁ ତାରିଖ

ମୁମ୍ବାଇ: କାଟ୍ରିିନା କୈଫ୍ ଓ ଭିକି କୌଶଲଙ୍କ ବିବାହ ପରେ ଦୁର୍ହେ ଲଗାତର ଭାବରେ ଖୁବ୍ ସୁନ୍ଦର ସୁନ୍ଦର ଫଟୋ ସୋସିଆଲ୍ ମିଡିଆରେ ସେୟାର୍ କରୁଛନ୍ତି । ଦୁହେଁ ଡିସେମ୍ବର ୯ ତାରିଖରେ ରାଜସ୍ଥାନର ସିକ୍ସ ସେନ୍ସ ଫୋର୍ଟରେ ନିକଟତର ବନ୍ଧୁ ଓ ପରିବାରବର୍ଗଙ୍କ ଉପସ୍ଥିତିରେ ବିବାହ କରିଥିଲେ । ରାଜକୀୟ ବିବାହ ଓ ମାଲଦ୍ୱୀପରେ ହନିମୁନ୍ ଭେକେସନ୍ ପରେ ଦୁହେଁ ମୁମ୍ବାଇ ଫେରିଛନ୍ତି । କାମ ପାଇଁ କରିଥିବା ପ୍ରତିଶ୍ରୁତି ଏବଂ ରିସେପ୍ସନ୍ ପାର୍ଟି ପାଇଁ ଭିକି-କ୍ୟାଟ୍ ହନିମୁନ୍ ରୁ ତୁରନ୍ତ ଫେରିଆସିଲେ ।

ତେବେ ଭିକି-କ୍ୟାଟଙ୍କ ବିଶେଷ ସୁତ୍ରରୁ ସୂଚନା ମିଳିଛି ଯେ, ନୂତନ ଦମ୍ପତି ବଲିଉଡ୍ ଇଣ୍ଡଷ୍ଟ୍ରୀର ବନ୍ଧୁ ମାନଙ୍କ ପାଇଁ ଏକ ଗ୍ରାଣ୍ଡ ରିସେପ୍ସନ୍ ପାର୍ଟିର ଆୟୋଜନ କରୁଛନ୍ତି । ଖାଲି ସେତିକି ନୁହେଁ ଏହା ଭିତରେ ପାର୍ଟି କେଉଁ ଦିନ ଅନୁଷ୍ଠିତ ହେବ ତାର ତାରିଖ ମଧ୍ୟ ଫାଇନାଲ୍ ହୋଇସାରିଛି । ତେବେ ଏହି ତାରିଖ ବାଛିବାର ଆଉ ଏକ କାରଣ ହେଲା ଦୁହେଁ ଖୁବ୍ ଶୀଘ୍ର ସେମାନଙ୍କ ବିବାହ ପରମ୍ପରା ଇତ୍ୟାଦି ସାରିବା ପରେ ଶୁଟିଂକୁ ଫେରିବେ । ପୁଣି ଆଗକୁ କ୍ରିସମସ୍ ପାଖେଇ ଆସୁଛି । ତେଣୁ ଏହିସବୁ ପୂର୍ବରୁ ନୂତନ ଦମ୍ପତି ରିସେପ୍ସନ୍ ପାର୍ଟି ସାରିବାକୁ ଯୋଜନା କରୁଛନ୍ତି ।

ତେବେ ଏହା ଭିତରେ ଖବର ଆଉ ଏକ ଖବର ଶୁଣିବାକୁ ମିଳିଛି ଯେ, ଭିକି-କ୍ୟାଟ୍ ଙ୍କ ରିସେପ୍ସନ୍ ପାର୍ଟିରେ ଅମିତାଭ ବଚ୍ଚନ, ସଲମାନ ଖାନ୍, ଆମିର୍ ଖାନ୍, ଶାହରୁଖ ଖାନ୍ ଓ ରଣବୀର କପୁରଙ୍କ ଭଳି ବଲିଉଡ୍ ସେଲେବ୍ ଙ୍କୁ ନିମନ୍ତ୍ରଣ ପଠାଯାଇଛି । ଖାଲି ସେତିକି ନୁହେଁ, ହ୍ରିତିକ ରୋଶନ୍, କରନ୍ ଜୋହର୍, ଅକ୍ଷୟ କୁମାର, କଙ୍ଗନା ରନାୱତ୍, ଆଲିୟା ଭଟ୍ଟ, ଅନୁଷ୍କା ଶର୍ମା, ଅଜୟ ଦେବଗନ୍, ଖାନ୍ ଖଟ୍ଟର୍, ରୋହିତ୍ ସେଟ୍ଟୀ, ସିଦ୍ଧାର୍ଥ ମାଲହୋତ୍ରା, ତାପସୀ ପନ୍ନୁଙ୍କ ସମେତ ଏ-ଲିଷ୍ଟର୍ କଳାକାର ମାନେ ସାମିଲ ହେବେ ।

 

Get real time updates directly on you device, subscribe now.